ETV Bharat / city

ଆସନ୍ତା 23ରୁ କଷ୍ଟୋମାଇଜ୍ କଲର ବଲ ଟେନିସ୍‌ ଟୁର୍ଣ୍ଣାମେଣ୍ଟ - କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ

ଓଡିଶା ଟେନିସ ଆସୋସିଏସନ ସହଯୋଗରେ ଆଇଆଇଜି ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ କେଟି ଗ୍ଲୋବାଲ ସ୍କୁଲ କ୍ୟାମ୍ପସରେ ଆସନ୍ତା 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି କଷ୍ଟମାଇଜ ଅଲ ଓଡିଶା ଜୁନିୟର କଲର ବଲ ଟେନିସ ଚାମ୍ପିଅନସିପ ।

23ରୁ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ

author img

By

Published : Jun 19, 2022, 1:40 PM IST

ଭୁବନେଶ୍ବର: ଓଡିଶା ଟେନିସ ଆସୋସିଏସନ ସହଯୋଗରେ ଆଇଆଇଜି ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ କେଟି ଗ୍ଲୋବାଲ ସ୍କୁଲ କ୍ୟାମ୍ପସରେ ଆସନ୍ତା 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି କଷ୍ଟମାଇଜ ଅଲ ଓଡିଶା ଜୁନିୟର କଲର ବଲ ଟେନିସ ଚାମ୍ପିଅନସିପ । ଓଡିଶାରେ ଏହା ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି । 26 ଜୁନ ଯାଏଁ ଚାଲିବ ଏହି ମ୍ୟାଚ । ଟୁର୍ଣ୍ଣାମେଣ୍ଟକେ ଲାଲ, କମଳା ଓ ଗ୍ରୀନ ବଲରେ ମ୍ୟାଚ ଖେଳାଯିବ ।

23ରୁ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ

ଏଥିରେ 10 ଏବଂ 14 ବର୍ଷରୁ କମ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ରାଜ୍ୟ ଓ ରାଜ୍ୟ ବାହାରୁ ଖେଳାଳି ମାନେ ଚମ୍ପିଆନସିପରେ ଭାଗ ନେବେ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆଇଆଇଜି ସ୍ପୋର୍ଟ୍ସ ଏକାଡେମୀର ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ । ପିଲାମାନଙ୍କ ସେମାନଙ୍କ ଦକ୍ଷତା ଅନୁସାରେ ଖେଳିବାକୁ ସୁଯୋଗ ପ୍ରଦାନ କରାଯିବ। ପ୍ରଥମ ଥର ପାଇଁ ଟେନିସ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ପିଲାଙ୍କ ପାଇଁ କଷ୍ଟୋମାଇଜ୍ କରାଯାଇ ସେମାନଙ୍କ ଦକ୍ଷତା ଅନୁସାରେ ଲାଲ୍, କମଳା ଏବଂ ଗ୍ରୀନ୍ ଡଟ୍ ବଲରେ ପ୍ରତିଯୋଗିତା କରାଯାଉଛି । ନିୟମିତ ଟେନିସ୍ ବଲ୍ ତୁଳନାରେ ଲାଲ୍ ବଲ୍, କମଳା ବଲ୍ ଏବଂ ଗ୍ରୀନ୍ ଡଟ୍ ବଲ ଯଥାକ୍ରମେ 25%, 50% ଏବଂ 75% ବାଉନ୍ସ ରହିଛି । ଏପରିକି ଟେନିସ କୋର୍ଟର ଆକାର ବଲ ସ୍ତର ଉପରେ ଆଧାର କରି କଷ୍ଟମାଇଜ୍ ହୋଇଛି।

ଟୁର୍ଣ୍ଣାମେଣ୍ଟରେ ପୁଅ ଓ ଝିଅ ମିଶିକି ଖେଳି ପାରିବେ ବା ପୁଅ ଓ ଝିଅ ମଧ୍ୟରେ ମ୍ୟାଚ ଖେଳାଯିବ । ଯେଉଁଥିରେ ଅଣ୍ଡର-10, ଅଣ୍ଡର-12, ଅଣ୍ଡର-14 କ୍ୟାଟେଗୋରୀରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ହେଉଛି ପ୍ରାରମ୍ଭିକ ସ୍ତରର ପ୍ରତିଭାମାନଙ୍କୁ ସମାନ ସ୍ତରର ପ୍ରତିଦ୍ବନ୍ଦିତା କରିବାକୁ ଏବଂ ସମାନ ସୁଯୋଗ ପାଇବାକୁ ଉତ୍ସାହିତ କରିବା । ଏହାସହ ଟେନିସ୍ ଖେଳାଳୀଙ୍କୁ ତୃଣମୂଳ ସ୍ତରରୁ କିପରି ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ସହ ଓଡ଼ିଶାରେ ଟେନିସକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବା, ଟେନିସକୁ ପ୍ରୋତ୍ସାହିତ କରିବା ଏବଂ ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା ବୋଲି ସାମ୍ବାଦିକ ସମିଳନୀରେ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.