ETV Bharat / city

ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G ସେବା: ଆଇଟି ମନ୍ତ୍ରୀ

author img

By

Published : Oct 16, 2022, 4:21 PM IST

Updated : Oct 16, 2022, 6:26 PM IST

ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G ସେବା । ଦେଶରେ ଚଳିତ ମାସ ଅକ୍ଟୋବର ୧ ତାରିଖରେ 5G ସେବାର ଯୁଗ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ଶୁଦ୍ଧା ଓଡ଼ିଶାରେ 5G ସେବା: ଅଶ୍ବିନୀ

ଭୁବନେଶ୍ବର: ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G ସେବା । ଆସନ୍ତା ବର୍ଷ ତଥା ୨୦୨୩ ଶେଷ ସୁଦ୍ଧା ଓଡ଼ିଶାରେ ମିଳିବ ୫ଜି ସେବା (5G Service) । ରାଜ୍ୟବାସୀଙ୍କୁ ଖୁବଶୀଘ୍ର ଏହି ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ସହରରେ ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ଅଶ୍ବିନୀ (Union IT Minister Aswini Vaishnaw) ।

ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G ସେବା: ଆଇଟି ମନ୍ତ୍ରୀ

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ କହିଛନ୍ତି, " 5G ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୮ ସହରରେ ଯୋଗାଇ ଦିଆଯିବ । ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏସବୁ ସହରରେ 5G ମୋବାଇଲ ସେବା ମିଳିବ । ୨୦୨୩ ଡିସେମ୍ବର ସୁଦ୍ଧା 5Gରେ କଭର ହେବ ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳ ।" ପ୍ରଥମ ପର୍ଯ୍ୟାୟରେ ଦେଶର ୨୦୦ଟି ସହରରେ ଏହି ସେବା ଯୋଗାଇ ଦିଆଯାଉଥିବା ବେଳେ ଓଡ଼ିଶାର ୮ଟି ସହରକୁ ଏହା ସେବା ଉପଲବ୍ଧ ରହିବ । ବର୍ତ୍ତମାନ ସ୍ଥିତିରେ ଉକ୍ତ ସହର ଗୁଡ଼ିକର ନାମ କୁହାଯିବ ନାହିଁ ବୋଲି କହିଛନ୍ତି ଅଶ୍ବିନୀ ।

ଏହା ବି ପଢନ୍ତୁ- ଦେଶରେ 5G ଯୁଗ ଆରମ୍ଭ: ପ୍ରଦର୍ଶନୀ ମେଳାରେ ପ୍ରଧାନମନ୍ତ୍ରୀ ଗାଡ଼ି ଚଲାଇଲେ, ଛାତ୍ରଛାତ୍ରୀଙ୍କ ସହିତ କଲେ ଆଲୋଚନା

5G କିପରି ଲାଭବାନ ?

5G ସେବା ଦ୍ବାରା ଇଣ୍ଟରନେଟ ୟୁଜର୍ସ ବହୁ କ୍ଷେତ୍ରରେ ଲାଭବାନ ହେବେ । 5G ଇଣ୍ଟରନେଟ ବ୍ୟବହାର ଦ୍ବାରା ଟେଲିକମ ଗ୍ରାହକ 4G ଠାରୁ ୧୦ ଗୁଣା ଅଧିକ ସେବା ପାଇବେ । ଯେଉଁ ଫାଇଲକୁ ଡାଉନଲୋଡ଼ କରିବା ଲାଗି 2G ନେଟୱର୍କରେ ୫୬ ଘଣ୍ଟା, 3G ନେଟୱର୍କରେ ୨ ଘଣ୍ଟା, 4G ନେଟୱର୍କରେ ୪୦ ମିନିଟ ଲାଗୁଥିଲା ସେହି କ୍ଷେତ୍ରରେ 5G ବ୍ୟବହାର ଦ୍ବାରା ଉକ୍ତ ଫାଇଲଟି ମାତ୍ର ୩୫ ସେକେଣ୍ଡରେ ଡ଼ାଉନଲୋଡ଼ ହୋଇପାରିବ । ଇଣ୍ଟରନେଟ ବିଶେଷଜ୍ଞ ଏହି ସୂଚନା ଦେଇଛନ୍ତି ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି 5G ସେବା ଶରୀର ଉପରେ କମ ପ୍ରଭାବ ପକାଇବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organisation)ର ସୂଚନା ଅନୁସାରେ ଆମେ ମୋବାଇଲ ବ୍ୟବହାର କରିବା ଦ୍ବାରା ଏଥିରୁ ବିକିରଣ ହେଉଥିବା ରଶ୍ମି (Radiation) ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ମାତ୍ର 5G ଇଣ୍ଟରନେଟ ବ୍ୟବହାର ଦ୍ବାରା ଏହା ୧୦ ଗୁଣ କମ ପ୍ରଭାବ ପକାଇବ । ଗତ ସେପ୍ଟେମ୍ବର ମସିହାରେ ଏ ନେଇ ରେଳମନ୍ତ୍ରୀ ସୂଚନା ଦେଇଥିଲେ ।

ସୂଚନା ଥାଉ କି ଚଳିତ ମାସ (ଅକ୍ଟୋବର) ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଭାରତରେ 5G ସେବା ଲଞ୍ଚ କରିଛନ୍ତି । ଫଳରେ ଭାରତର ଡିଜିଟାଲ ଯୋଗାଯୋଗ ସେବା ଏକ ନୂଆ ଶିଖରକୁ ଛୁଇଁଥିଲା । ପ୍ରଥମ ପର୍ଯ୍ୟାୟରେ 5G ନେଟୱର୍କକୁ ଦେଶର ୧୩ଟି ପ୍ରମୁଖ ସହରରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ସେହି ସହର ଗୁଡ଼ିକ ହେଉଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2022, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.