ETV Bharat / city

Post-Covid Education: କୋଭିଡ ପରବର୍ତ୍ତୀ ସ୍କୁଲ ଶିକ୍ଷା ଦାନ ପାଇଁ OSCPCRର ଯୋଜନା

କୋଭିଡ ସମୟରେ ରାଜ୍ୟରେ ମାତ୍ର ୨୭ ପ୍ରତିଶତ ପିଲା ଅନଲାଇନ ମାଧ୍ୟମରେ ପାଠ ପଢୁଥିବା ବେଳେ ପ୍ରାଥମିକ ପିଲାଙ୍କ ଅବସ୍ଥା ଶୋଚନୀୟ । ତେଣୁ ଏହି ସମୟରେ ପିଲାଙ୍କୁ ସ୍କୁଲ ଶିକ୍ଷା ଦେବା ପାଇଁ ଆୟୋଗ କରୁଛି ଯୋଜନା । ଅଧିକ ପଢନ୍ତୁ

କୋଭିଡ ସମୟରେ ପିଲାଙ୍କୁ ସ୍କୁଲ ଶିକ୍ଷା ଦେବା ପାଇଁ ଆୟୋଗ କରୁଛି ଯୋଜନା

author img

By

Published : Dec 15, 2021, 5:10 PM IST

ଭୁବନେଶ୍ବର: କୋଭିଡ ସମୟରେ ପିଲାଙ୍କୁ ସ୍କୁଲ ଶିକ୍ଷା ଦେବା ପାଇଁ ଆୟୋଗ କରୁଛି ଯୋଜନା (Odisha State Commission For Protection Of Child Rights planning for post covid education) । ଦୀର୍ଘ ୨୨ ମାସ ହେବ ରାଜ୍ୟରେ ଖୋଲିନି ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନେ ଖାଲି ସ୍କୁଲ ନୁହଁ, ଶିକ୍ଷାରୁ ବି ଦୂରେଇ ଯାଇଛନ୍ତି । ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସତ, ହେଲେ ଶିକ୍ଷା ଘର ଶୂନ। ରାଜ୍ୟରେ ମାତ୍ର ୨୭ ପ୍ରତିଶତ ପିଲା ଅନଲାଇନ ମାଧ୍ୟମରେ ପାଠ ପଢୁଥିବା ବେଳେ ପ୍ରାଥମିକ ପିଲାଙ୍କ ଅବସ୍ଥା ଶୋଚନୀୟ । ଯାହାକୁ ନେଇ ପିଲାଙ୍କ ମାନସିକ ଚାପ ବଢିଥିବା ବେଳେ ପାଠଠାରୁ ଅନେକ ଦୂରେଇ ଯାଇଥିବା ସର୍ଭେରୁ ଜଣାପଡିଛି।

କୋଭିଡ ସମୟରେ ପିଲାଙ୍କୁ ସ୍କୁଲ ଶିକ୍ଷା ଦେବା ପାଇଁ ଆୟୋଗ କରୁଛି ଯୋଜନା

ପ୍ରଥମରୁ ତୃତୀୟ ଓ ତୃତୀୟରୁ ପଞ୍ଚମ, ଏହା ଭିତରେ ପିଲା କେବଳ କ୍ଲାସ ଉତ୍ତୀର୍ଣ୍ଣ ହୋଇଛନ୍ତି, କିନ୍ତୁ ପାଠପଢାରୁ ବହୁଦୂରରେ। ଆତ୍ମଶକ୍ତି NGO ସମସ୍ତ ଜିଲ୍ଲାରେ ଚାଟଶାଳୀ କରି ସର୍ଭେ କରିଥିବା ବେଳେ ପିଲାଙ୍କ ଶୋଚନୀୟ ପାଠପଢା ସ୍ଥିତି ବିଷୟରେ ଜାଣିବାକୁ ପାଇଥିବା କହିଛନ୍ତି। ତେବେ ସ୍କୁଲ ଯଦି ଆହୁରି ବନ୍ଦ ରୁହେ, ତେବେ ପ୍ରାଥମିକ ସ୍କୁଲ ପିଲା ବାଧ୍ୟ ହୋଇ ସ୍କୁଲ ଛାଡିବେ।

ସେପଟେ ଘରଘର ବୁଲି ଗ୍ରୁପ କରି ପିଲାଙ୍କୁ ଶିକ୍ଷକ ପାଠ ପଢାଉଛନ୍ତି ବୋଲି BEO କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ ଖୋଲିବା ଯଦିଓ ଜରୁରୀ କିନ୍ତୁ ସଂକ୍ରମଣ ଆଶଙ୍କା ଏବେ ବି ରହିଛି। ସ୍କୁଲ ବନ୍ଦ ଯୋଗୁଁ ପିଲାଙ୍କୁ ଶିକ୍ଷାଦାନରେ ବାଧା ସୃଷ୍ଟି ହେଇଛି। ପ୍ରାଥମିକ ଶିକ୍ଷା ହେଉଛି ପିଲାଙ୍କ ମୂଳଦୁଆ। କିନ୍ତୁ ଅନଲାଇନ ମାଧ୍ୟମରେ ସମସ୍ତଙ୍କ ପାଖରେ ସ୍କୁଲ ଶିକ୍ଷା ପହଞ୍ଚି ପାରୁନାହଁ । ଯାହାର ପ୍ରଭାବରେ ଅନେକ ପିଲା ସ୍କୁଲ ଛାଡିବା ପାଇଁ ପ୍ରସ୍ତୁତ ହେଲେଣି। ତେବେ ପିଲାଙ୍କ ପାଖରେ ସ୍କୁଲ ଶିକ୍ଷା କିଭଳି ପହଞ୍ଚିବ, ସେନେଇ ସମସ୍ତ ଜିଲ୍ଲାର ଜିଲ୍ଲା ଓ ବ୍ଳକ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।

ନିଷ୍କର୍ଷ ପରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପାଖରେ ଦାଖଲ କରାଯିବ। ବିକଳ୍ପ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ କିଭଳି ଦିଆଯାଇପାରିବ ତାହା ହିଁ ଆମର ଫୋକସ ବୋଲି OSCPCR ଅଧ୍ୟକ୍ଷା କହିଛନ୍ତି। ଆଜି(ବୁଧବାର) ଏନେଇ ରାଜ୍ୟ ଶିଶୁ ଅଧୀକାର ସୁରକ୍ଷା ଆୟୋଗ ସମସ୍ତ ଜିଲ୍ଲାର BEO, DEO,ପ୍ରଧାନଶିକ୍ଷକ, ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି । ସ୍କୁଲ ନ ଖୋଲିଲେ ମଧ୍ୟ କିଭଳି ସ୍କୁଲ ଶିକ୍ଷା ସେମାନଙ୍କୁ ଦିଆଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.