ETV Bharat / city

Odisha Corona Cases, ରାଜ୍ୟରେ 200 ତଳେ ସଂକ୍ରମଣ - କୋରୋନା ପଜିଟିଭ

ରାଜ୍ୟରେ ପୁଣି ଦୁଇ ଶହ ତଳକୁ ଖସିଲା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 174 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Odisha Corona Cases, ରାଜ୍ୟରେ 200 ତଳେ ସଂକ୍ରମଣ
Odisha Corona Cases, ରାଜ୍ୟରେ 200 ତଳେ ସଂକ୍ରମଣOdisha Corona Cases, ରାଜ୍ୟରେ 200 ତଳେ ସଂକ୍ରମଣ
author img

By

Published : Sep 3, 2022, 10:27 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି କୋରୋନା ଦୈନିକ ସଂକ୍ରମଣ । ପୁଣି ଦୁଇ ଶହ ତଳକୁ ଖସିଲା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 174 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 102 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 72 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 13 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1,ବାଲେଶ୍ବରରୁ 4, ବରଗଡରୁ1, ଭଦ୍ରକରୁ 2, ବଲାଙ୍ଗୀରରୁ 1, ବୌଦ୍ଧରୁ 3, କଟକରୁ 20, ଦେଓଗଡରୁ 3, ଗଞ୍ଜାମରୁ 2, ଜଗତସିଂହପୁରରୁ ୩, ଯାଜପୁରରୁ 6, ଝାରସୁଗୁଡାରୁ 1, କଳାହାଣ୍ଡିରୁ 2, କନ୍ଧମାଳରୁ 1, କେନ୍ଦ୍ରାପଡାରୁ 5, ଖୋର୍ଦ୍ଧାରୁ 55 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-India Corona, ଦେଶରେ କମୁଛି କୋରୋନା ସଂକ୍ରମଣ

ସେହିପରି କୋରାପୁଟରୁ 1, ମାଲକାନଗିରିରୁ 1, ମୟୂରଭଞ୍ଜରୁ 8, ନବରଙ୍ଗପୁରରୁ 5,ନୟାଗଡରୁ 7, ନୂଆପଡାରୁ 5, ପୁରୀରୁ 9, ରାୟଗଡାରୁ 4, ସମ୍ବଲପୁରରୁ 1, ସୁନ୍ଦରଗଡରୁ 10 ଓ ଷ୍ଟେଟପୋଲରୁ 13 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 28 ହଜାର 244ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1734 ସକ୍ରିୟ ମାମଲା ରହିଛି । ନୂଆ 236ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 27 ହଜାର 844ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,32,19, 994 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟ ମଧ୍ୟ ହ୍ରାସ ହୋଇଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.