ETV Bharat / city

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍‌, ଗୋଟିଏ ସପ୍ତାହରେ 7 ହଜାର ନୂଆ ସଂକ୍ରମିତ - ରାଜ୍ୟରେ ଦିନରେ 7 ହଜାର ପାର ସଂକ୍ରମଣ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଗ୍ରାଫ୍‌ । ଗତ ଚାରିଦିନ ତଳର କରୋନା ସଂକ୍ରମଣକୁ ଦେଖିଲେ କ୍ରମାଗତ ଭାବରେ ଚାରିଦିନ ସଂକ୍ରମଣ 1000 ଉପରେ ରହିଛି । ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚେତନ କରିଆସୁଥିବାବେଳେ, ଗତ 7 ଦିନ ମଧ୍ୟରେ 7 ହଜାର କରୋନା ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ 1982 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛି କରୋନା ଗ୍ରାଫ,  7 ଦିନରେ 7 ହଜାର ପାର ସଂକ୍ରମଣ

author img

By

Published : Jul 23, 2022, 6:07 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଗ୍ରାଫ । ଗତ ଚାରିଦିନ ତଳର କରୋନା ସଂକ୍ରମଣକୁ ଦେଖିଲେ କ୍ରମାଗତ ଭାବରେ ଚାରିଦିନ ସଂକ୍ରମଣ 1000 ଉପରେ ରହିଛି । ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚେତନ କରିଆସୁଥିବା ବେଳେ ଗତ 7 ଦିନ ମଧ୍ୟରେ 7 ହଜାର କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ 18 ବର୍ଷରୁ କମ ପିଲାମାନେ ଗତ 7 ଦିନ ମଧ୍ୟରେ 973 ଜଣ ସଂକ୍ରମଣ ହୋଇଛନ୍ତି ।

ଯଦି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାକୁ ନଜର ପକାଇବା ତେହେଲେ 17 ତାରିଖରେ 872, 18 ତାରିଖରେ 816, 19 ତାରିଖରେ 945 ଜଣ, 20 ତାରିଖରେ 1122 ଜଣ, 21 ତାରିଖରେ 1196 ଜଣ, 22 ତାରିଖରେ 1178 ଜଣ ଓ 23 ତାରିଖରେ 1130 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି 17 ତାରିଖରେ 123, 18 ତାରିଖରେ 118, 19 ତାରିଖରେ 110, 20 ତାରିଖରେ 164, 21 ତାରିଖରେ 169, 22 ତାରିଖରେ 146, ଓ 23 ତାରିଖରେ 143 ଜଣ 18 ବର୍ଷରୁ କମ ବୟସରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ 1305499 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ କେସ ଅଛି 7 ହଜାର 345 । ତେବେ ଖୋର୍ଦ୍ଧାରେ ସର୍ବାଧିକ 1982 ଜଣ ଆକ୍ରାନ୍ତ ରହିଥିବା ବେଳେ ସୁନ୍ଦରଗଡରେ 1178 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ ରେଡ଼ ଜୋନରେ ମୟୁରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ବୌଦ୍ଧ ଓ ସୋନପୁର ଜିଲ୍ଲା ରହିଥିବା ବେଳେ ୟେଲୋ ଜୋନରେ କଳାହାଣ୍ଡି, କଟକ ଖୋର୍ଦ୍ଧା, କନ୍ଧମାଳ, ବରଗଡ ଜିଲ୍ଲା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.