ETV Bharat / city

ରାଜ୍ୟରେ ଦିନକରେ 6073 ନୂଆ ପଜିଟିଭ, 10 ମୃତ - ଅଣାୟତ୍ତ ସ୍ଥିିତି

ଆଜି ରାଜ୍ୟରେ 6073ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସର୍ବାଧିକ 1092ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । 10ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

ଦିନକରେ6073ଜଣ ନୂଆ ପଜିଟିଭ
ଦିନକରେ6073ଜଣ ନୂଆ ପଜିଟିଭ
author img

By

Published : Apr 27, 2021, 10:42 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 6073 ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 3522 ଓ ସ୍ଥାନୀୟ ଅଞ୍ଚଳରୁ 2551 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ 1092ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ଆଜି କୋରୋନା 10ଜଣଙ୍କ ଜୀବନ ନେଇଛି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 239ଜଣ, ବାଲେଶ୍ବରରୁ 78ଜଣ, ବରଗଡରୁ 286ଜଣ, ଭଦ୍ରକ 65ଜଣ, ବଲାଙ୍ଗୀରୁ 457ଜଣ, ବୌଦ୍ଧରୁ 64ଜଣ, କଟକରୁ 198ଜଣ, ଦେଓଗଡ 36ଜଣ, ଢେଙ୍କାନାଳ 12ଜଣ, ଗଜପତି 79ଜଣ, ଗଞ୍ଜାମରୁ 209ଜଣ, ଜଗତସିଂହପୁରରୁ 62ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ 107, ଝାରସୁଗୁଡାରୁ 359, କଳାହାଣ୍ଡିରୁ 277, କନ୍ଧମାଳରୁ 34ଜଣ, କେନ୍ଦ୍ରାପଡା 64ଜଣ,କେନ୍ଦୁଝର 266ଜଣ, କୋରାପୁଟ 76ଜଣ, ମାଲକାନଗିରି 29ଜଣ, ମୟୂରଭଞ୍ଜ 149ଜଣ, ନବରଙ୍ଗପୁର 154ଜଣ, ନୟାଗଡ 63ଜଣ, ନୂଆପଡାରୁ 534ଜଣ, ପୁରୀରୁ 193ଜଣ, ରାୟଗଡାରୁ 77ଜଣ, ନୟାଗଡରୁ 110ଜଣ, ନୂଆପଡାରୁ 400ଜଣ, ପୁରୀରୁ 226ଜଣ, ସମ୍ବଲପୁର 158ଜଣ, ସୋନପୁରରୁ 74ଜଣ,ସୁନ୍ଦରଗଡରୁ 371ଜଣ ଓ ଷ୍ଟେଟ ପୋଲରୁ 213ଜଣ ପଜିଟିଭ ହୋଇଥିବା ମାମଲା ସାମ୍ନାକୁ ଆସିଛି ।

ଆଜି କୋରୋନାରେ 10ଜଣ ଆଖି ବୁଜିଛନ୍ତି । ଦଶଜଣଙ୍କ ଭିତରୁ ଖୋର୍ଦ୍ଧାରୁ 4ଜଣ ହୋଇଥିବାବେଳେ ସୁନ୍ଦରଗଡରୁ ତିନିଜଣ, ରାୟଗଡାରୁ ଦୁଇଜଣେ ବୌଦ୍ଧ ଜିଲ୍ଲାରୁ ଜଣେ କୋରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 2007ରେ ପହଞ୍ଚିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 4 ଲକ୍ଷ 20 ହଜାର 129 ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 50958 ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ 3 ଲକ୍ଷ 67 ହଜାର 111ଜଣ ସୁସ୍ଥ ହୋଇଛନ୍ତି । 9954739 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.