ETV Bharat / city

କୋରୋନା କାୟା; ଆଜି 290 ନୂଆ ପଜିଟିଭ ଚିହ୍ନଟ

author img

By

Published : Mar 28, 2021, 12:47 PM IST

ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା । ଆଜି ରାଜ୍ୟରେ 290 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 290 ନୂଆ ପଜିଟିଭ
ଆଜି 290 ନୂଆ ପଜିଟିଭ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 290ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 171ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 119 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 71ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 10ଜଣ, ବାଲେଶ୍ବରରୁ 6ଜଣ, ବରଗଡରୁ 15ଜଣ, ଭଦ୍ରକରୁ 6ଜଣ, ବଲାଙ୍ଗୀରରୁ 9ଜଣ, କଟକରୁ 16ଜଣ, ଦେଓଗଡରୁ 1, ଢେଙ୍କାନାଳରୁ 1ଜଣ, ଗଞ୍ଜାମରୁ 7ଜଣ, ଜଗତସିଂହପୁରରୁ 3ଜଣ, ଯାଜପରରୁ 5ଜଣ, ଝାରସୁଗୁଡାରୁ 21ଜଣ, କଳାହାଣ୍ଡିରୁ 9ଜଣ, କୋରାପୁଟରୁ 2ଜଣ, ଖୋର୍ଦ୍ଧାରୁ 71ଜଣ, ମୟୂରଭଞ୍ଜରୁ 10ଜଣ, ନୂଆପଡାରୁ 40ଜଣ, ପୁରୀରୁ 6ଜଣ, ରାୟଗଡାରୁ 9ଜଣ, ସମ୍ବଲପୁରରୁ 11ଜଣ,ସୁନ୍ଦରଗଡରୁ 14ଜଣ, ସୋନପୁରରୁ 2ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 16ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 340194ଜଣ କୋରୋନା ସଂକ୍ରମିତ ରହିଛନ୍ତି । ଏବେ ରାଜ୍ୟରେ 1650ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 336571ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ଯରେ 8975095ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ରଜ୍ୟରେ ପୁଣି ଏପରି ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.