ଭୁବନେଶ୍ବର: ଦିଲ୍ଲୀ ହିଂସା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ । ଦିଲ୍ଲୀରେ ହିଂସାକାଣ୍ଡ ଘଟି 37ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । କଂଗ୍ରେସ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଉପରେ ଦୋଷାରୋପ କରିବା ସହ ଏହି ହିଂସାର ପ୍ରତିବାଦରେ ଓଡିଶା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି।
କଂଗ୍ରେସର ରାଜ୍ୟ ସଭାପତିଙ୍କ ସହ କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣାରେ ବସିବା ସହ ଦିଲ୍ଲୀରେ ହୋଇଥିବା ହିଂସାକୁ ବନ୍ଦ କରିବା ପାଇଁ ନାରା ଦେଇଛନ୍ତି। ଏହି ଅବସରରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆମେ ଶାନ୍ତିରେ ବିଶ୍ବାସ କରୁ । ଆଉ ଏପରି ଘଟଣାକୁ ନିନ୍ଦା କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ଏହାର ସମାଧାନ କରାଯିବାକୁ କହିଛନ୍ତି।
କଂଗ୍ରେସର ଅନ୍ୟତମ ନେତା ପଞ୍ଚାନନ କାନୁନଗୋ ଦିଲ୍ଲୀରେ ହୋଇଥିବା ହିଂସାକୁ ବିଜେପିକୁ ସମ୍ପୂର୍ଣ୍ଣ ଭାବରେ ଦାୟୀ କରିଛନ୍ତି । ଏହା ସହ ହାଇକୋର୍ଟ ଏନେଇ ମନ୍ତବ୍ୟ ଦେଇ ଥିବାବେଳେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥି ସହିତ ଏହି ଘଟଣା ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦେବାକୁ ଦାବି କରିଛନ୍ତି। ଅମିତ ଶାହା ଭୁବନେଶ୍ବର ଆସୁଥିବାବେଳେ ଏଠାରେ ତାଙ୍କର ଇସ୍ତଫା ଘୋଷଣା କରନ୍ତୁ ବୋଲ ପଞ୍ଚାନନ କାନୁନଗୋ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ