ETV Bharat / city

Congress Sadbhavana Rally: ଯୁବପିଢ଼ିଙ୍କ ନିକଟରେ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟ - ରାଜ୍ୟ କଂଗ୍ରେସର ସଦଭାବନା ସମାବେଶ

ରାଜ୍ୟ କଂଗ୍ରେସର ସଦଭାବନା ସମାବେଶ (Odisha Congress Sadbhavana rally) । ରାଜ୍ୟର ଯୁବପିଢ଼ିଙ୍କ ନିକଟରେ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତାକୁ ପହଞ୍ଚାଇବା ପାଇଁ ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସଦଭାବନା ସମାବେଶ କରାଯାଇଛି । ଅଧିକ ପଢନ୍ତୁ

odisha-congress-sadbhavana-rally
Congress Sadbhavana rally: ଯୁବପିଢ଼ୀଙ୍କ ନିକଟରେ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟ
author img

By

Published : Dec 26, 2021, 5:12 PM IST

ଭୁବନେଶ୍ବର: କଂଗ୍ରେସ ସଦ୍‌ଭାବନା ସମାବେଶ (Odisha Congress Sadbhavana rally) । ରାଜ୍ୟର ଯୁବପିଢ଼ିଙ୍କ ନିକଟରେ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତାକୁ ପହଞ୍ଚାଇବା ପାଇଁ ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସଦଭାବନା ସମାବେଶ କରାଯାଇଛି ।

Congress Sadbhavana rally: ଯୁବପିଢ଼ୀଙ୍କ ନିକଟରେ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟ

ଓଡିଶା କଂଗ୍ରେସ ଗଠନକୁ 100 ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସର ସଦଭାବନା ରାଲି । ରାଜ୍ୟର 33 ସାଙ୍ଗଠନିକ ଜିଲ୍ଲାରୁ ସେବା ଦଳର କର୍ମୀମାନେ ଏଥିରେ ଯୋଗ ଦେଇଛନ୍ତି । କଂଗ୍ରେସ ଭବନରୁ ଏହି ରାଲି ବାହାରି ସହର ପରିକ୍ରମା କରିଥିଲା । ତଥା ଓଡ଼ିଶା ପ୍ରଭାରୀ ଡଃ ଏ ଚେଲ୍ଲାକୁମାର ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ତୁଙ୍ଗ ନେତା ଏହି ରାଲିରେ ଯୋଗ ଦେଇଛନ୍ତି । ରାଲି କଂଗ୍ରେସ ଭବନରେ ପହଞ୍ଚିବାରେ ଏକ ସଭା ଅନୁଷ୍ଠିତ ହୋଇଛି । ତେବେ ଏହି ସମାବେଶ ମାଧ୍ୟମରେ ଗାନ୍ଧୀ ଗୋପବନ୍ଧୁଙ୍କ ବାର୍ତ୍ତାକୁ ରାଜ୍ୟବାସୀଙ୍କ ପାଖକୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବ ସେବା ଦଳ । ସବୁ ଧର୍ମ ସଂସ୍ଥାର କର୍ମକର୍ତ୍ତାମାନେ ଏହି ବିଶାଳ ସଦଭାବନା ସମାବେଶରେ ଯୋଗ ଦେଇଥିଲେ।

ରାଲିକୁ ଆକର୍ଷଣୀୟ କରିବା ପାଇଁ ବ୍ୟାଣ୍ଡ, ଲଉଡି ଖେଳ, ଘଣ୍ଟବାଦ୍ୟ, ଡଙ୍ଗରିଆ କନ୍ଧମାନଙ୍କ ବାଦ୍ୟ ଓ ନୃତ୍ୟ ଏବଂ ଖୋର୍ଦ୍ଧାର ପାଇକ ଝିଅ ଓ ପୁଅ ମାନଙ୍କ ଦ୍ବାରା କ୍ରୀଡ଼ା କୌଶଳ ପ୍ରଦର୍ଶନ କରାଯାଇଥିଲା। ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଓ ରାଜ୍ୟରେ ବଢୁଥିବା ହିଂସା ବିରୋଧୀ ଲଢେଇରେ ସେବା ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.