ETV Bharat / city

କୋଟିଆ ସମେତ 13ଟି ନୂଆ ସ୍ଥାନରେ ଇକୋ ଟୁରିଜିମ ବ୍ୟବସ୍ଥା

author img

By

Published : Aug 27, 2022, 7:44 AM IST

ରାଜ୍ୟରେ ବିକଶିତ ହେବ ୧୩ ନୂଆ ଇକୋ ଟୁରିଜିମସ୍ଥଳୀ । ତାଲିକାରେ ରହିଛି କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ । ଅଧିକ ପଢନ୍ତୁ

କୋଟିଆ ସମେତ 13ଟି ନୂଆ ସ୍ଥାନରେ ଇକୋ ଟୁରିଜିମ ବ୍ୟବସ୍ଥା
କୋଟିଆ ସମେତ 13ଟି ନୂଆ ସ୍ଥାନରେ ଇକୋ ଟୁରିଜିମ ବ୍ୟବସ୍ଥା

ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବ କୋରାପୁଟର କୋଟିଆ ଗ୍ରାମପୁଞ୍ଜ । କୋଟିଆରେ ପଡିବ ପର୍ଯ୍ୟଟକଙ୍କ ପାଦ । କୋଟିଆରେ ଆଉ ପଡୋଶୀ ଆନ୍ଧ୍ରପ୍ରଦେଶ ସରକାରଙ୍କ ହାକିମତି ଦେଖିବାକୁ ମିଳିବନି କି ଏହାର ଲୋଲୁପ ଦୃଷ୍ଟି ପଡିବ ନାହିଁ । କାହିଁକି ନା କୋଟିଆକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ରାଜ୍ୟର ଆଉ 10ଟି ନୂଆ ଇକୋ-ଟୁରିଜିମ ସ୍ଥଳୀରେ(eco tourism retreats) କୋଟିଆକୁ ସାମିଲ କରାଯାଇଛି । ଏହାସହିତ ଅନ୍ୟ 3ଟି ସ୍ଥାନକୁ ନେଚର କ୍ୟାମ୍ପ ଭାବେ ମଧ୍ୟ ବିକଶିତ ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାତିରହଣୀ ସହ ଇକୋ ଟୁରିଜିମ ସ୍ଥଳୀ ଭାବେ ବିକଶିତ କରିବାକୁ 10ଟି ନୂଆ ସ୍ଥାନକୁ ଅନୁମତି ଦିଆଯାଇଛି ।

ଏହାସହିତ ଦିନରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ 3ଟି ନେଚର କ୍ୟାମ୍ପ ମଧ୍ୟ ବିକଶିତ କରାଯିବ । ଏହି ନୂଆ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରିବା ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଅନୁମତି ମିଳିଥିବା ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି ବିକାଶ କରିବା ସହ ପର୍ଯ୍ୟଟକଙ୍କ ଲାଗି ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଡିଏଫଓ ଓ ତଦାରଖ ଅଧିକାରୀ ଖୋଦ କଟେଜ ମଧ୍ୟକୁ ଯାଇ ପର୍ଯ୍ୟଟନଙ୍କ ଲାଗି କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟକଙ୍କ ଆତିଥ୍ୟ ଦେବା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବାକୁ ସେ ସମ୍ପୃକ୍ତ ବିଭାଗଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଯାହାଫଳରେ ସ୍ଥାନୀୟ ଲୋକଙ୍କର ଜୀବନଜୀବିକା ସରସ ଓ ସୁନ୍ଦର ହୋଇପାରିବ ।

ଇକୋ-ଟୁରିଜିମ ପାଇଁ ଚିହ୍ନଟ 10ଟି ନୂଆ ସ୍ଥାନ ଗୁଡ଼ିକ ହେଲା କୋରାପୁଟର କୋଟିଆ ଓ ଦେଓମାଳି ପାହାଡ଼, କଳାହାଣ୍ଡିର ଜକାମ, ଉତ୍ତର ଶିମିଳିପାଳର ନୟାଣା, ଫୁଲବାଣୀର ସିଲଭିକଲଚର ଗାର୍ଡେନ, ପୁରୀର ଅସ୍ତରଙ୍ଗ ମୁହାଣ, ରାଇରଙ୍ଗପୁରର ଖାଡ଼ଖାଇ, ଗଞ୍ଜାମର ମହେନ୍ଦ୍ରଗିରି, କେନ୍ଦୁଝରର କାଞ୍ଜିପାଣି ଘାଟ ଓ ଦହଗଡ଼ ଡ୍ୟାମ । ଏଠାରେ ଇକୋ ଟୁରିଜିମ ଓ ରାତିରହଣୀ ଲାଗି ବ୍ୟବସ୍ଥା କରାଯିବ । ସେହିପରି ଦିନରେ ପର୍ଯ୍ୟଟକ ବୁଲିବା ପାଇଁ କୋରାପୁଟର ରାଣୀ ଡୁଡୁମା, କଟକର ଧଳତଙ୍ଗଗଡ଼ ଓ ନୟାଗଡ଼ର ଝାଡ଼େଶ୍ବେରୀ ମନ୍ଦିର ନିକଟସ୍ଥ ଭଣ୍ଡାରପହରକୁ ନୂଆ ନେଚର କ୍ୟାମ୍ପ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ପିସିସିଏଫ ଶଶୀ ପଲ କହିଛନ୍ତି ଯେ, ''ରାଜ୍ୟରେ ଏବେ 50ଟି ଇକୋ-ଟୁରିଜିମ ସ୍ଥଳୀ ଓ ନେଚର କ୍ୟାମ୍ପ ରହିଛି । ଏହି 13ଟି ନୂଆ ପର୍ଯ୍ୟଟନ ସ୍ଥାନର ଅନୁମୋଦନ ପରେ ଏହି ସଂଖ୍ୟା 63କୁ ବୃଦ୍ଧି ପାଇଛି । ଏସବୁ ସ୍ଥାନକୁ ବୁଲିଯିବା ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା ରହିଛି । ଇକୋ-ଟୁରିଜିମ ସ୍ଥଳୀ ଲୋକପ୍ରିୟ ହେବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଫଳରେ ରାଜସ୍ବ ମଧ୍ୟ ବଢିଛି ।''

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଇକୋ ଟୁରିଜିମ ସ୍ଥଳୀର ବିକାଶ ପାଇଁ 95 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଗତ 5 ବର୍ଷ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ 142 ପ୍ରତିଶତ ବୃଦ୍ଧି ପାଇଛି । 2017-18ରେ ପର୍ଯ୍ୟଟକଙ୍କ ସଂଖ୍ୟା 11,500 ଥିବାବେଳେ 2018-19ରେ ଏହି ସଂଖ୍ୟା 29,024କୁ ବୃଦ୍ଧି ପାଇଥିଲା । 2019-20ରେ ଏହି ସଂଖ୍ୟା 57 ହଜାର ଥିବାବେଳେ 2020-21ରେ ଏହା 70216କୁ ବୃଦ୍ଧି ପାଇଛି । କୋଭିଡ଼ ସତ୍ତ୍ବେ ପର୍ଯ୍ୟଟକଙ୍କ ସମାଗମ ବୃଦ୍ଧି ପାଇଛି । ସେହିପରି ଇକୋ ଟୁରିଜିମରୁ 2017-18ରେ ରାଜସ୍ବ 3.40 କୋଟି ଟଙ୍କା ମିଳୁଥିବାବେଳେ 2021-22 ବର୍ଷରେ ଏହା 10.52 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.