ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ଡିଆରଡିଓ ପ୍ରସ୍ତୁତ କରିଥିବା ଆଣ୍ଟି କୋଭିଡ-19 ଔଷଧ 2-ଡିଜି ଆଣିବାକୁ ଅର୍ଡର ଦେଲେ ରାଜ୍ୟ ସରକାର । 5 ହଜାର ସାଚେଟ 2 ଡିଜି ପାଇଁ ଦିଆଗଲା ଅର୍ଡର।
ରାଜ୍ୟକୁ ଆସିବ କୋରୋନା ସଞ୍ଜିବନୀ । ଏନେଇ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି । 5 ହଜାର ସାଚେଟ ମେଡିସିନ ଆସିବ । ତେବେ ଏହି ଔଷଧକୁ ଉତ୍ପାଦନ କରୁଥିବା ଡକ୍ଟର ରେଡ୍ଡୀ ଲାବରେଟୋରୀ ପକ୍ଷରୁ ଏହାର ଦାମ ପାଉଚ ପ୍ରତି 9ଶହ 90 ଟଙ୍କା ରଖାଯାଇଛି । ତେବେ ଏହି ମେଡିସିନକୁ ସରକାରୀ ହସ୍ପିଟାଲ ପକ୍ଷରୁ ରିହାତି ଦରରେ ଦେବାକୁ ବ୍ୟବସ୍ଥା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହି ଔଷଧର କ୍ଲିନିକାଲ ଟ୍ରୋଏଲ ସମୟରେ କୋଭିଡ ରୋଗୀଙ୍କ ଅକ୍ସିଜେନ ସ୍ତର ସୁଧୁରିଥିବା କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଏମ୍ସରେ ରୋଗୀଙ୍କୁ ଦିଆଯାଇଛି । ଭୂତାଣୁର କ୍ଷୀପ୍ରତା ସମୟରେ ଏହି ଔଷଧ ନୂଆ ସମ୍ଭାବନା ସୃଷ୍ଟି କରିଛି।
ଏହି ଔଷଧ ଭାରତୀୟ ଗବେଷଣା ସଂସ୍ଥା ଡ଼ିଆରଡ଼ିଓ ଓ ଡକ୍ଟର ରେଡ୍ଡୀ ମିଳିତ ସହଯୋଗରେ ବିକଶିତ ହୋଇଛି ।
ଚଳିତ ମାସ ଆରମ୍ଭରେ ଡିଜିସିଆଇ ମଧ୍ୟ ଏହାକୁ କୋରୋନା ମୁକାବିଲା ପାଇଁ ଜରୁରୀକାଳୀନ ଭାବେ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏହି ଔଷଧ ସଂକ୍ରମଣ ରୋକିବା ସହ ଗୁରୁତର ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରୁଥିବା ଦର୍ଶାଯାଇଛି । ଜୁନ ମାସ ମଧ୍ୟ ଭାଗକୁ ଏହାର ବ୍ୟବସାୟିକ କାରବାର ଲଞ୍ଚ କରାଯିବ ।
ଏହି ଔଷଧ ପାଉଡର ଭାବେ ମିଳିଥାଏ । ଏହାକୁ ପାଣିରେ ମିଶାଇ ରୋଗୀଙ୍କୁ ପିଇବାକୁ ଦିଆଯାଏ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ