ETV Bharat / city

ରେଡିଓରେ ମନ କି ବାତ୍‌ କହିବେ ନବୀନ ! - cm naveen patnaik man ki baat

କେନ୍ଦ୍ର ସରକାର ଓଡିଶାର 10ଟି କୃଷି ବିଜ୍ଞାନ କେନ୍ଦ୍ରକୁ କମ୍ୟୁନିଟି ରେଡିଓ ପ୍ରସାରଣ ପାଇଁ ଲାଇସେନ୍ସ ଦେବାକୁ ଯାଉଛନ୍ତି । ଯେଉଁଥିରେ ମୋଦିଙ୍କ ପରି ରେଡିଓରେ ନିଜ ମନର କଥା କହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫାଇଲ ଫଟୋ
author img

By

Published : Sep 19, 2019, 11:01 PM IST

ଭୁବନେଶ୍ବର: ଏଥର ମୋଦିଙ୍କ ପରି ରେଡିଓରେ ନିଜ ମନର କଥା କହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ଓଡିଶାର 10ଟି କୃଷି ବିଜ୍ଞାନ କେନ୍ଦ୍ରକୁ କମ୍ୟୁନିଟି ରେଡିଓ ପ୍ରସାରଣ ପାଇଁ ଲାଇସେନ୍ସ ଦେବାକୁ ଯାଉଛନ୍ତି । ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦୁଝର ଓ ନୟାଗଡରେ ଏହି କେନ୍ଦ୍ର ଖୋଲିବ ।

cm naveen patnaik man ki baat
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ରାଜ୍ୟ ସରକାର ବିଜୁ ଗାଁ ରେଡ଼ିଓ ଯୋଜନାରେ ପ୍ରତି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ରେଡ଼ିଓ ଷ୍ଟେସନ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ଲାଇସେନ୍ସ ମାଗିଥିଲେ । କିନ୍ତୁ ଦୀର୍ଘ ଦିନ ଧରି ଏହି ଆବେଦନ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ବିଚାର ପାଇଁ ପଡି ରହିଥିଲା । ଏପରିକି ଉପରୋକ୍ତ କେନ୍ଦ୍ର ଗୁଡିକୁ ଲାଇସେନ୍ସ ନଦେବାକୁ ଗତବର୍ଷ ନିଷ୍ପତ୍ତି ହୋଇଥିଲା । ଏବେ ଏହାର ପୁନଃର୍ବିଚାର କରାଯାଇ ଏଲଓଆଇ(ଲେଟର ଅଫ ଇଣ୍ଟେନ୍ଟ) ଦେବାକୁ ନିଷ୍ପତ୍ତି ହୋଇଛି ।

ସୂଚନାନୁଯାୟୀ, ରାଜ୍ୟର ପ୍ରତିଟି ଜିଲ୍ଲାରେ କମ୍ୟୁନିଟି ରେଡିଓ ସେଣ୍ଟର ଖୋଲାଯିବା ନେଇ ଗତ 2016 ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲା । ଏନେଇ 30ଟି ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରୁ ପରିଚାଳିତ ହେବାକୁ ଥିବା ବିଜୁ ଗାଁ ରେଡିଓ ଷ୍ଟେସନ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଥିଲା । ହେଲେ ଯୋଜନାଟି 3 ବର୍ଷ ପରେ ବାସ୍ତବତାର ରୂପ ନେବାକୁ ଯାଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରେଡିଓରେ ଏଥର ନବୀନ କହିପାରନ୍ତି ନିଜ ମନର କଥା !
କେନ୍ଦ୍ର ସରକାର ଓଡ଼ିଶାର 10ଟି କୃଷି ବିଜ୍ଞାନ କେନ୍ଦ୍ରକୁ କମ୍ୟୁନିଟି ରେଡ଼ିଓ ଲାଇସେନ୍ସ ଦେବାକୁ ଯାଉଛନ୍ତି। ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଗଂଜାମ, ଜଗତସିଂପୁର, ଯାଜପୁର, କଳାହାଣ୍ଡି, କେଉଁଝର ଓ ନୟାଗଡ଼ରେ ଏହି କେନ୍ଦ୍ର ଗୁଡିକ ଖୋଲିବ ।Body:ରାଜ୍ୟ ସରକାରଙ୍କ ବିଜୁ ଗାଁ ରେଡ଼ିଓ ଯୋଜନାରେ ପ୍ରତି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ରେଡ଼ିଓ ଷ୍ଟେସନ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ଲାଇସେନ୍ସ ମାଗିଥିଲେ।କିନ୍ତୁ ଦୀର୍ଘ ଦିନ ଧରି ଏହି ଆବେଦନଗୁଡିକ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ବିଚାର ପାଇଁ ପଡି ରହିଥିଲା ।Conclusion:ଏପରିକି ଉପରୋକ୍ତ କେନ୍ଦ୍ରଗୁଡିକୁ ଲାଇସେନ୍ସ ନଦେବାକୁ ଗତବର୍ଷ ନିଷ୍ପତ୍ତି ହୋଇଥିଲା ।ଏବେ ଏହାର ପୁନର୍ବିଚାର କରାଯାଇ ଏଲଓଆଇ (ଲେଟର ଅଫ ଇଣ୍ଟେନ୍ଟ) ଦେବାକୁ ନିଷ୍ପତ୍ତି ହୋଇଛି ।
ସୂଚନା ଅନୁଯାୟୀ 2016 ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲା ଯେ ରାଜ୍ୟର ପ୍ରତିଟି ଜିଲ୍ଲାରେ କମ୍ୟୁନିଟି ରେଡିଓ ସେଣ୍ଟର ଖୋଲାଯିବ । ଏନେଇ 30 ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରୁ ପରିଚାଳିତ ହେବାକୁ ଥିବା ବିଜୁ ଗାଁ ରେଡିଓ ଷ୍ଟେସନ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଥିଲା । ହେଲେ ଯୋଜନାକୁ 3 ବର୍ଷ ବାସ୍ତବତାର ରୂପ ନେବାକୁ ଯାଉଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.