ETV Bharat / city

ୟୁଜି ଓ ପିଜି ଶିକ୍ଷାବର୍ଷ ପରିବର୍ତ୍ତନକୁ ଓଡିଶା ଅଭିଭାବକ ମହାସଂଘର ସ୍ବାଗତ

author img

By

Published : Sep 22, 2020, 8:34 PM IST

ଚଳିତ ବର୍ଷ ୟୁଜି ଓ ପିଜି ଶ୍ରେଣୀର ପିଲାମାନଙ୍କ ପାଇଁ ଶିକ୍ଷାବର୍ଷ ଅକ୍ଟୋବରରୁ ଅଗଷ୍ଟ ପର୍ଯ୍ୟନ୍ତ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡଃ ରମେଶ ପୋଖରିଆଲ ନିସଙ୍କ ଘୋଷଣା କରିଛନ୍ତି । ଏହାକୁ ପୂର୍ଣ୍ଣ ରୂପରେ ସ୍ୱାଗତ କରିଛି ଓଡିଶା ଅଭିଭାବକ ମହାସଂଘ l ଅଧିକ ପଢନ୍ତୁ..

ୟୁଜି ଓ ପିଜି  ଶିକ୍ଷାବର୍ଷ ପରିବର୍ତ୍ତନକୁ ଓଡିଶା ଅଭିଭାବକ ମହାସଂଘର ସ୍ବାଗତ
ୟୁଜି ଓ ପିଜି ଶିକ୍ଷାବର୍ଷ ପରିବର୍ତ୍ତନକୁ ଓଡିଶା ଅଭିଭାବକ ମହାସଂଘର ସ୍ବାଗତ

ଭୁବନେଶ୍ବର: ଚଳିତ ବର୍ଷ ୟୁଜି ଓ ପିଜି ଶ୍ରେଣୀର ପିଲାମାନଙ୍କ ପାଇଁ ଶିକ୍ଷାବର୍ଷ ଅକ୍ଟୋବରରୁ ଅଗଷ୍ଟ ପର୍ଯ୍ୟନ୍ତ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡଃ ରମେଶ ପୋଖରିଆଲ ନିସଙ୍କ ଘୋଷଣା କରିଛନ୍ତି । ଏହାକୁ ପୂର୍ଣ୍ଣ ରୂପରେ ସ୍ୱାଗତ କରିଛି ଓଡିଶା ଅଭିଭାବକ ମହାସଂଘ l ସ୍କୁଲ ପିଲାମାନଙ୍କ ପାଇଁ ନୂତନ ଶିକ୍ଷା ବର୍ଷ ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ଘୋଷଣା ହୋଇ ନାହିଁ l ଭାରତ ବର୍ଷରେ ପ୍ରାୟତଃ ଏପ୍ରିଲ ମାସ ସୁଦ୍ଧା ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଏ ଓ ମେ ଜୁନରେ ଗ୍ରୀଷ୍ମ କାଳୀନ ଛୁଟି ହୋଇ ଜୁନଠାରୁ ପୁଣି ପାଠ ପଢ଼ା ସ୍ୱାଭାବିକ ହୋଇ ପୁନର୍ବାର ମାର୍ଚ୍ଚ ମାସ ଯାଏଁ ଚାଲି ଶେଷ ପରୀକ୍ଷା କରାଯାଇଥାଏ l ହେଲେ ଏ ବର୍ଷ କରୋନା ପାଇଁ ମାର୍ଚ୍ଚ ମାସରୁ ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି l

ପ୍ରାଥମିକ ସ୍ତରରେ ସ୍କୁଲ ଗୁଡିକ ସେପ୍ଟେମ୍ବର ମାସରୁ ଖୋଲିବାକୁ ଲକ୍ଷ ରଖି ସିବିଏସଇ, ଆଇସିଏସଇ ଓ ପରବର୍ତୀ ସମୟରେ ଆମ ରାଜ୍ୟରେ ମଧ୍ୟ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ 25 ରୁ 30% ପର୍ଯ୍ୟନ୍ତ ପାଠ୍ୟକ୍ରମକୁ କମାଇ ଦିଆଯାଇଛି l ହେଲେ ବର୍ତ୍ତମାନ ସେପ୍ଟେମ୍ବର ମାସ ଶେଷ ଓ ରାଜ୍ୟ ସରକାର ମଧ୍ୟ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି l କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବର୍ତମାନ ସ୍ଥିତିରେ କଣ କରାଯାଇ ପାରିବ, ସେଥିପାଇଁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳ, ସିବିଏସଇ, ଏଆଇସିଟିଇ, ୟୁଜିସି, ଏନସିଟିଇ ଓ ଶିକ୍ଷା ବିଶେଷଜ୍ଞମାନଙ୍କ ଠାରୁ ମତାମତ ଲୋଡିଛନ୍ତି l ମହାମାରୀ କାରଣରୁ ଅନଲାଇନ କ୍ଲାସ ଚାଲୁ ପାଇଁ ସରକାର ଘୋଷଣା କରିଛନ୍ତି ଓ ଚାଲିଛି ମଧ୍ୟ l ହେଲେ ବିଭିନ୍ନ କାରଣରୁ ସରକାରୀ ତଥ୍ୟରେ 22 ଲକ୍ଷ ପିଲା ସରକାରୀ ସ୍କୁଲରେ ଅନଲାଇନ ରେ ପାଠ ପଢୁଛନ୍ତି ଓ 38 ଲକ୍ଷ ପିଲା ମୋବାଇଲ ଅଭାବରୁ ହେଉ କି ନେଟୱର୍କ ନଥିବା କାରଣରୁ ପାଠ ପଢି ପାରୁନାହାଁନ୍ତି l

ହେଲେ ବାସ୍ତବିକ ସ୍ଥିତିକୁ ଲକ୍ଷ କଲେ ମାତ୍ର 10 ଲକ୍ଷ ପିଲା ହିଁ ଅନଲାଇନରେ ପାଠ ପଢୁଛନ୍ତି l ବେସରକାରୀ ସ୍କୁଲରେ ମଧ୍ୟ 50 ରୁ 60% ପିଲା ହିଁ ଅନଲାଇନ କ୍ଲାସ କରିପାରୁଛନ୍ତି l ତେଣୁ ସରକାର ଶିକ୍ଷା ବର୍ଷକୁ ପରିବର୍ତ୍ତନ କରି ନଭେମ୍ବର ଡ଼ିସେମ୍ବରରୁ ଜୁନ ପର୍ଯ୍ୟନ୍ତ ନୂଆ ଶିକ୍ଷା ବର୍ଷ କରି ଏହି ବ୍ୟବସ୍ଥାରେ ଦୁଇ ତିନି ବର୍ଷରେ ପୁରୁଣା ବ୍ୟବସ୍ଥାକୁ ଆଡ଼ଜଷ୍ଟ କରିବାର ବନ୍ଦୋବସ୍ତ କରିବାକୁ ଦାବି ଜଣାଇଛି ଓଡିଶା ଅଭିଭାବକ ମହାସଂଘ l ତେଣୁ କେନ୍ଦ୍ର ସରକାର ମଧ୍ୟ ନୂତନ ଶିକ୍ଷା ବର୍ଷକୁ ନଭେମ୍ବର ମାସରେ କରୋନାର ସମସ୍ତ ନିୟମ ଅନୁପାଳନ କରାଇ ଆରମ୍ଭ କରିବାକୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଦାବି ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ଅନୁରୋଧ କରିଛି l ତୁରନ୍ତ ଶିକ୍ଷା ବିଭାଗ ଏକ ବୈଠକ କରି ଅଭିଭାବକ, ସ୍କୁଲ ଓ ଶିକ୍ଷକ/ ଶିକ୍ଷାବିତଙ୍କ ପରାମର୍ଶରେ ନିଷ୍ପତ୍ତି ନେବାପାଇଁ ମଧ୍ୟ୍ୟ ଅନୁରୋଧ କରିଛି l ଏହା କରାଗଲେ ଏବର୍ଷ ସବୁ ଛାତ୍ରଛାତ୍ରୀ 100% ପାଠ ପଢିପାରିବେ ଓ ଏହା ସବୁ ଦିଗରୁ ସହାୟକ ହେବ l

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.