ETV Bharat / city

ୟୁଜି ଓ ପିଜି ଶିକ୍ଷାବର୍ଷ ପରିବର୍ତ୍ତନକୁ ଓଡିଶା ଅଭିଭାବକ ମହାସଂଘର ସମର୍ଥନ, ସ୍କୁଲ ସ୍ତରରେ ଲାଗୁ ଦାବି - ୟୁଜି ଓ ପିଜି ଶିକ୍ଷାବର୍ଷ ପରିବର୍ତ୍ତନ

ଚଳିତ ବର୍ଷ ୟୁଜି ଓ ପିଜି ଶ୍ରେଣୀ ପିଲାମାନଙ୍କ ପାଇଁ ଶିକ୍ଷାବର୍ଷ ଅକ୍ଟୋବରରୁ ଅଗଷ୍ଟ ପର୍ଯ୍ୟନ୍ତ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି । ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ଘୋଷଣାକୁ ପୂର୍ଣ୍ଣ ରୂପରେ ସ୍ବାଗତ କରିଛି ଓଡିଶା ଅଭିଭାବକ ମହାସଂଘ l ଏହା ସହ ସ୍କୁଲ ସ୍ତରେ ଏହାକୁ ଲାଗୁ କରିବାକୁ ଦାବି କରିଛି ।

ୟୁଜି ଓ ପିଜି ଶିକ୍ଷାବର୍ଷ ପରିବର୍ତ୍ତନକୁ ଓଡିଶା ଅଭିଭାବକ ମହାସଂଘର ସମର୍ଥନ, ସ୍କୁଲ ସ୍ତରରେ ଲାଗୁ ଦାବି

author img

By

Published : Sep 22, 2020, 7:55 PM IST

ଭୁବନେଶ୍ବର: ଚଳିତ ବର୍ଷ ୟୁଜି ଓ ପିଜି ଶ୍ରେଣୀ ପିଲାମାନଙ୍କ ପାଇଁ ଶିକ୍ଷାବର୍ଷ ଅକ୍ଟୋବରରୁ ଅଗଷ୍ଟ ପର୍ଯ୍ୟନ୍ତ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି । ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ଘୋଷଣାକୁ ପୂର୍ଣ୍ଣ ରୂପରେ ସ୍ବାଗତ କରିଛି ଓଡିଶା ଅଭିଭାବକ ମହାସଂଘ । ଏହା ସହ ସ୍କୁଲ ସ୍ତରେ ଏହାକୁ ଲାଗୁ କରିବାକୁ ଦାବି କରିଛି ।

ପୂର୍ବରୁ ଏଆଇସିଟିଇ ମଧ୍ୟ ଅନୁରୂପ ଭାବେ ନୂତନ ଶିକ୍ଷା ବର୍ଷ ସମସ୍ତ ବୈଷୟିକ ପାଠ୍ୟକ୍ରମ ପାଇଁ ଘୋଷଣା କରିସାରିଛି । କିନ୍ତୁ ସ୍କୁଲ ପିଲାଙ୍କ ପାଇଁ ନୂତନ ଶିକ୍ଷାବର୍ଷ ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ଘୋଷଣା ହୋଇନାହିଁ l ଭାରତ ବର୍ଷରେ ପ୍ରାୟତଃ ଏପ୍ରିଲ ମାସ ସୁଦ୍ଧା ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ମେ-ଜୁନରେ ଗ୍ରୀଷ୍ମକାଳୀନ ଛୁଟି ହୋଇଥାଏ । ଜୁନ ଠାରୁ ପୁଣି ପାଠପଢ଼ା ସ୍ୱାଭାବିକ ହୋଇ ପୁନର୍ବାର ମାର୍ଚ୍ଚ ମାସ ଯାଏଁ ଚାଲି ଶେଷ ପରୀକ୍ଷା କରାଯାଇଥାଏ । ହେଲେ ଏବର୍ଷ କୋରୋନା ପାଇଁ ମାର୍ଚ୍ଚ ମାସରୁ ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପ୍ରାଥମିକ ସ୍ତରରେ ସ୍କୁଲ ଗୁଡିକ ସେପ୍ଟେମ୍ବର ମାସରୁ ଖୋଲିବାକୁ ଲକ୍ଷ ରଖି ସିବିଏସଇ, ଆଇସିଏସଇ ଓ ପରବର୍ତ୍ତୀ ସମୟରେ ଆମ ରାଜ୍ୟରେ ମଧ୍ୟ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ 25ରୁ 30% ପର୍ଯ୍ୟନ୍ତ ପାଠ୍ୟକ୍ରମକୁ କମାଇ ଦିଆଯାଇଛି । ହେଲେ ବର୍ତ୍ତମାନ ସେପ୍ଟେମ୍ବର ମାସ ଶେଷ ଓ ରାଜ୍ୟ ସରକାର ମଧ୍ୟ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ସ୍ଥିତିରେ କଣ କରାଯାଇପାରିବ ସେଥିପାଇଁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ସିବିଏସଇ, ଏଆଇସିଟିଇ, ୟୁଜିସି, ଏନସିଟିଇ ଓ ଶିକ୍ଷା ବିଶେଷଜ୍ଞ ମାନଙ୍କ ଠାରୁ ମତାମତ ଲୋଡିଛନ୍ତି ।

ୟୁଜି ଓ ପିଜି ଶିକ୍ଷାବର୍ଷ ପରିବର୍ତ୍ତନକୁ ଓଡିଶା ଅଭିଭାବକ ମହାସଂଘର ସମର୍ଥନ, ସ୍କୁଲ ସ୍ତରରେ ଲାଗୁ ଦାବି
ୟୁଜି ଓ ପିଜି ଶିକ୍ଷାବର୍ଷ ପରିବର୍ତ୍ତନକୁ ଓଡିଶା ଅଭିଭାବକ ମହାସଂଘର ସମର୍ଥନ, ସ୍କୁଲ ସ୍ତରରେ ଲାଗୁ ଦାବି

ତେବେ ମହାମାରୀ କାରଣରୁ ଅନଲାଇନ କ୍ଲାସ ଚାଲୁ ପାଇଁ ସରକାର ଘୋଷଣା କରିଛନ୍ତି ଓ ଚାଲିଛି ମଧ୍ୟ । ହେଲେ ବିଭିନ୍ନ କାରଣରୁ ସରକାରୀ ତଥ୍ୟରେ 22 ଲକ୍ଷ ପିଲା ସରକାରୀ ସ୍କୁଲରେ ଅନଲାଇନରେ ପାଠ ପଢୁଛନ୍ତି ଓ 38 ଲକ୍ଷ ପିଲା ମୋବାଇଲ ଅଭାବରୁ ହେଉ କି ନେଟୱାର୍କ ନଥିବା କାରଣରୁ ପାଠ ପଢି ପାରୁନାହାନ୍ତି । ହେଲେ ବାସ୍ତବିକ ସ୍ଥିତିକୁ ଲକ୍ଷ୍ୟ କଲେ ମାତ୍ର 10 ଲକ୍ଷ ପିଲା ହିଁ ଅନଲାଇନରେ ପାଠ ପଢୁଛନ୍ତି । ବେସରକାରୀ ସ୍କୁଲରେ ମଧ୍ୟ 50 ରୁ 60% ପିଲା ହିଁ ଅନଲାଇନ କ୍ଲାସ କରିପାରୁଛନ୍ତି । ଅନଲାଇନ କ୍ଲାସରେ ପିଲାମାନେ ପାଠ କିଛି ଭଲ ଭାବେ ବୁଝି ପାରୁନାହାନ୍ତି ଓ ଅବୁଝା ପାଠକୁ ଠିକ ଭାବେ ବୁଝିବା ଓ ବୁଝାଇବା ମଧ୍ୟ ଏହି ବ୍ୟବସ୍ଥାରେ ସମ୍ଭବ ନୁହେଁ । ବର୍ତ୍ତମାନ ପ୍ରାୟତଃ ଅଧା ଶିକ୍ଷା ବର୍ଷ ସରିଗଲାଣି । ଏପରି ସ୍ଥଳେ ପିଲାମାନେ ପାଠ କିପରି ପଢିବେ ଓ ଯଦି ପାଠ୍ୟକ୍ରମ କମା ଯାଏ ତେବେ ଆଗାମୀ ଦିନରେ ଏବଂ ଉପର ଶ୍ରେଣୀରେ ପାଠ ବୁଝିବାରେ କଷ୍ଟ ହୋଇପାରେ । ତେଣୁ ସରକାର ଶିକ୍ଷା ବର୍ଷକୁ ପରିବର୍ତ୍ତନ କରି ନଭେମ୍ବର ଡ଼ିସେମ୍ବରରୁ ଜୁନ ପର୍ଯ୍ୟନ୍ତ ନୂଆ ଶିକ୍ଷା ବର୍ଷ କରି ଏହି ବ୍ୟବସ୍ଥାରେ ଦୁଇ ତିନି ବର୍ଷରେ ପୁରୁଣା ବ୍ୟବସ୍ଥାକୁ ଆଡ଼ଜଷ୍ଟ କରିବାର ବନ୍ଦୋବସ୍ତ କରିବାକୁ ଦାବି ଜଣାଇଛି ଓଡିଶା ଅଭିଭାବକ ମହାସଂଘ । ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ମଧ୍ୟ ଶିକ୍ଷା ବର୍ଷରେ ପରିବର୍ତ୍ତନ ପାଇଁ ମତ ଦେଇଛନ୍ତି । ତେଣୁ କେନ୍ଦ୍ର ସରକାର ମଧ୍ୟ ନୂତନ ଶିକ୍ଷା ବର୍ଷକୁ ନଭେମ୍ବର ମାସରେ କୋରୋନାର ସମସ୍ତ ନିୟମ ଅନୁପାଳନ କରାଇ ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଦାବି ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ଅନୁରୋଧ କରିଛି । ତୁରନ୍ତ ଶିକ୍ଷା ବିଭାଗ ଏକ ବୈଠକକାରୀ ଅଭିଭାବକ, ସ୍କୁଲ ଓ ଶିକ୍ଷକ/ ଶିକ୍ଷାବିତଙ୍କ ପରାମର୍ଶରେ ନିଷ୍ପତ୍ତି ନେବା ପାଇଁ ମଧ୍ୟ ଅନୁରୋଧ କରିଛି । ଯଦି ଏହି ଘେଷଣାକୁ କାର୍ଯ୍ୟକାରୀ କରାଯାଏ ତେବେ ଏବର୍ଷ ସବୁ ଛାତ୍ର ଛାତ୍ରୀ 100% ପାଠପଢି ପାରିବେ ଓ ଏହା ସବୁ ଦିଗରୁ ସହାୟକ ହେବ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.