ETV Bharat / city

ଖଣ୍ଡଗିରି ଥାନାରେ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର - ପରିଦର୍ଶନ ସମୟରେ

ଅଚାନକ ଖଣ୍ଡଗିରି ଥାନାରେ ପହଞ୍ଚି ବିଭିନ୍ନ ଦିଗ ଉପରେ ପଚରା ଉଚରା କରିଥିଲେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 2, 2019, 4:43 AM IST

ଭୁବନେଶ୍ବର: ଥାନାରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର। ଆଜି(ଗୁରୁବାର) ଅଚାନକ ଖଣ୍ଡଗିରି ଥାନାରେ ପହଞ୍ଚି ବିଭିନ୍ନ ଦିଗ ଉପରେ ପଚରା ଉଚରା କରିଥିଲେ ମନ୍ତ୍ରୀ। ବିଶେଷ କରି ସେ ନିତିଦିନ ହେଉଥିବା ଅଭିଯୋଗ ଓ ତାର ତ୍ବରିତ କାର୍ଯାନୁଷ୍ଠାନ ସମ୍ପର୍କରେ ପଚାରି ବୁଝିଥିଲେ।

ତେବେ ଦିନକୁ ଦିନ ବଢୁଥିବା ନିଶା ବେପାର ସହ ସେଥିରେ ସମ୍ପୃକ୍ତ ଦଲାଲ ଓ ଚୋରା ବେପାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ
ଆଇନ ଶୃଙ୍ଖଳା ପରିସ୍ଥିତିକୁ କିପରି ମୁକାବିଲା କରାଯାଇପାରିବ ସେନେଇ ଆଲୋଚନା କରିଥିଲେ ଦିବ୍ୟଶଙ୍କର ।

ଏହାସହ ସାଧାରଣ ଜନତାଙ୍କ ପ୍ରତି ଥାନାରେ ଥିବା ଅଧିକାରୀଙ୍କ ଯଥା ସମ୍ଭବ ସୌଜନ୍ୟ ପ୍ରଦର୍ଶନ ଓ ଆଇନ ଖିଲାପକାରିଙ୍କ ବିରୋଧରେ ତ୍ବରିତ କାର୍ଯାନୁଷ୍ଠାନ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ସାଧାରଣ ନାଗରିକ କିପରି ତାର ସମସ୍ୟା ଅଭିଯୋଗ ପରେ ଟେଲିଫୋନ ଯୋଗେ ଥାନା ପକ୍ଷରୁ କିପରି ଉତ୍ତର ମିଳିପାରିବ ତାହାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ମନ୍ତ୍ରୀ ।

ପରିଦର୍ଶନ ସମୟରେ ଥାନାର ସ୍ବଚ୍ଛତା ଉପରେ ଦୃଷ୍ଟି ଦେବାକୁ ଜୋନ ୩ ଏସିପି ପି କେ ରାଉତ ଓ ଥାନା ଅଧିକାରୀ ରଶ୍ମିରଞ୍ଚନ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ଥାନାର ପରିସୀମା ଏବଂ କିପରି ଆଉ ଏକ ଥାନା ସହ ଖଣ୍ଡଗିରି ଥାନାର ଅଞ୍ଚଳକୁ ଯୋଡାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

 ରାଜଧାନୀ ରେ ଚାଞ୍ଚଲ୍ୟ। କମେଷ୍ଟ ମାରକୁ ନେଇ ବିଚ୍ ରାସ୍ତାରେ ଯୁବକକୁ ହତ୍ୟା

ଦିନକୁ ଦିନ ରାଜଧାନୀ ରେ ଅପରାଧ ବଢ଼ିବାରେ ଲାଗିଛି। କମିଶନରେଟ ପୋଲିସ କୁ ନୂଆ କରି ଯୋଗ ଦେଇଥିବା ଅଧିକାରୀମାନଙ୍କୁ ଅପରାଧୀମାନେ କରିଛନ୍ତି ଚାଲେଞ୍ଜ। ଭୁବନେଶ୍ୱର ର ସବୁଠୁ ଅଧିକ ଜନଗହଳି ପୂର୍ଣ୍ଣ ସ୍ଥାନ କୁହାଯାଉଥିବା ବରମୁଣ୍ଡା ବସ ଷ୍ଟାଣ୍ଡ। ସନ୍ଧ୍ୟା ସମୟରେ ଘଟିଯାଇଥିଲ ଏକ ହତ୍ୟାକାଣ୍ଡ। ତପବନ ବସ୍ତିର ଶିବ ଶଙ୍କର ଗୌଡ ନାମକ ଯୁବକଙ୍କୁ ୧୦-୧୫ଯୁବକ ମିଶି ହତ୍ୟା କରିଥିବ ସୂଚନା ମିଳିଛି।

ଏହି ଘଟଣାକୁ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ। କୋୖଣସି କାରଣରୁ ଏକ ଝିଅ କୁ  କମେଣ୍ଟ ମାରକୁ ନେଇ ଏଭଳି ଘଟିଛି ବୋଲି ଅନୁମାନ କରୁଛି ପୋଲିସ। ଏକ ମଠରେ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଜଗଡ ସୃଷ୍ଟି ହୋଇଥିଲା ଯାହାକୁ ନେଇ ସୁବିଧା ଦେଖିକି ଆକ୍ରମଣ ହେଇଥିବା ସନ୍ଦେହ କରାଯାଉଛି । ଏହା ସହ ଜଣଙ୍କୁ ଏହି ଘଟଣା ରେ ଥାନାରେ ଅଟକ ରଖି ଯାଇଛି। କମିଶନରେଟ ପୋଲିସ ର ଏକ ଷ୍ପେଶଲ୍ ଟିମ୍ ଗଠନ କରାଯାଇଛି ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ସୂଚନା ଅନୁଯାୟୀ , ଶନିବାର ସନ୍ଧ୍ୟା ପ୍ରାୟ ୮ତ ବେଳେ ଶିବ ନିଜର ବାଇକ୍ ଯୋଗେ ବରମୁଣ୍ଡା ରୁ ତପବନ୍ ଦେଇ ନିଜ ବାସ୍ତିକୁ ଆସୁଥିଲେ । ସେହି ସମୟରେ କିଛି ଯୁବକ ମାନେ ପୂର୍ବରୁ ଏକ ଅନ୍ଧରୁ୍ୟା ସ୍ଥାନ ଦେଖି ଛକି ରହିଥିଲେ। ଶିବ ସେମାନଙ୍କର ପାଖା ପାଖି ହୋଇଥିଲେ ହେଁ ସଂଘ ବଧ ଭାବରେ ଆକ୍ରମଣ କରିଥିଲେ। ଏକ ଲୁହା ରଡ଼ ଶିବ ଙ୍କ ର ପେଟରେ ପୁରେଇ ଦେଇଥିଲେ। ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ଘଟାଇ ଯୁବକ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥଳରେ ଖଣ୍ଡଗିରି ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଖଣ୍ଡଗିରି ପୋଲିସ ଏକ ମାମଲା ରୁଜୁ କରିଛି ।

ଏହି ଘଟଣାରେ ପୋଲିସ କିଛି ଯୁବକକୁ ଚିହ୍ନଟ କରିଛି। ସ୍ଥାନୀୟ ଲୋକମାନଙ୍କ ସୂଚନା ମୁତାବକ ଏହି ଘଟଣାରେ କିଏ କିଏ ସାହାଯ୍ୟ କରିଛନ୍ତ। ଏହି ଘଟଣା ଆଧାରରେ ନେଇ ରାତି ରେ ମଧ୍ୟ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଛି। କିନ୍ତୁ ସୁରାକ ମିଳିବାରେ ସଫଳ ହୋଇନଥିଲା। 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.