ଭୁବନେଶ୍ବର: ସେସୁ ଧମକର କଡା ଜବାବ ଦେଲା ଓଡ଼ିଶା ଜନଜାଗରଣ ମଞ୍ଚ । ଆଗାମୀ 16 ଜାନୁୟାରୀ ସୁଦ୍ଧା ଯେଉଁ ବ୍ୟକ୍ତି ବିଦ୍ୟୁତ ବିଲ୍ ପଏଠ ନ କରିବ ଉକ୍ତ ବ୍ୟକ୍ତିଙ୍କ ବିଜୁଳି କଟାଯିବ ବୋଲି ସେସୁ ପକ୍ଷରୁ କଡା ନିର୍ଦେଶ ଦିଆଯାଇଥିଲା । ଯାହାକୁ ସୋମବାର ତ୍ରୀବ୍ର ବିରୋଧ କରିଛି ଓଡ଼ିଶା ଜନ ଜାଗରଣ ମଞ୍ଚ ।
ସଂଘର କହିବା ଅନୁଯାୟୀ, ଆଗରୁ ଯେଉଁ ମିଟର ମେସିନ ଥିଲା ତାହା ଏବେ ବଦଳି ସବୁ ଉପଭୋକ୍ତା ଘରେ ଡିଜିଟାଲ ମିଟର ଲଗାଯାଇଛି। ଆଉ ସେଗୁଡିକ କେବେବି ଭଲରେ ଯାଞ୍ଚ ହେଉନାହିଁ । ଯାହା ଫଳରେ ଅନେକ ତ୍ରୁଟି ସାମ୍ନାକୁ ଆସୁଛି।
ସେସୁ ପ୍ରଥମେ ସେଗୁଡିକୁ ଯାଞ୍ଚ କରୁ ତା ପରେ ନିୟମ ଲାଗୁ କରୁ ବୋଲି ସଙ୍ଘ ମତ ପ୍ରକାଶ କରିବା ସହ ସୋମବାର ଏ ବିଷୟରେ ଆଇଟିଆଇ ମଧ୍ୟ ଫାଇଲ କରିଛି। ଅନ୍ୟପଟେ ସେସୁ ପ୍ରଥମେ ବଡ଼ବଡ଼ିଆଙ୍କ ଘର ଓ କାରଖାନା ମାଲିକଙ୍କ ବିଦ୍ୟୁତ ବକେୟାକୁ କିଭଳି ଆଦାୟ କରିବ ତାହା ଚିନ୍ତା କରିବା ଦରକାର ବୋଲି ଓଡ଼ିଶା ଜନ ଜାଗରଣ ମଞ୍ଚ କହିଛି।
ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ