ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି । ୧୦ଟି ଜିଲ୍ଲା ଜିଲ୍ଲା ପରିଷଦ ଆସନରେ କୌଣସି ସଂରକ୍ଷଣ କାହିଁକି ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ଖାଲି ସେତିକି ନୁହେଁ ମଣ୍ଡି ସମସ୍ୟା ଓ ମମିତା ମେହେର ହତ୍ୟାକାଣ୍ଡ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଳାହାଣ୍ଡି ସାଂସଦ ଓ ରାଜ୍ୟ ବିଜେପି ସହ ପ୍ରଭାରୀ ।
ରାଜ୍ୟ ସରକାରଙ୍କ ଅବହେଳା ନୀତି ଯୋଗୁଁ ଏବେ ଚାଷୀ କାନ୍ଦୁଥିବା ଅଭିଯୋଗ ହୋଇଛି । ମଣ୍ଡିରେ ଧାନ ବିକ୍ରି କରିନପାରି ହତାଶ ହୋଇ ବସିଛନ୍ତି ଚାଷୀ । ମମିତା ମେହେର ପରିବାରକୁ ଏଯାଏଁ ନ୍ୟାୟ ଦେଇ ପାରିଲେନି ସରକାର । ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଥିବା ନେଇ ବିଜେପି ଅଭିଯୋଗ ଆଣିଛି । ବିଜେଡି ଶାସନରେ ରାଜ୍ୟ ଅବହେଳିତ ଅବସ୍ଥାରେ ରହିଥିବା ବିଜେପି ଅଭିଯୋଗ କରିଛି । ବିଜେଡି ଏବେ ରାଜ୍ୟ ସ୍ୱାର୍ଥଠାରୁ ଦଳୀୟ ସ୍ୱାର୍ଥକୁ ଅଧିକ ଦେଖୁଥିବା ନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ତୋମାର ଅଭିଯୋଗ କରିଛନ୍ତି ।
ଓଡ଼ିଶାରେ ୫୦ ପ୍ରତିଶତରୁ ଅଧିକ ଓବିସି ଲୋକ ଅଛନ୍ତି । ତେବେ ଓବିସିଙ୍କ ପାଇଁ ରାଜ୍ୟ ସରକାର କେବଳ ୪୦ ପ୍ରତିଶତ ସରଂକ୍ଷଣ କାହିଁକି ଦେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଜେଡିକୁ ଜବାବ ମାଗିଛି ବିଜେପି । ସେପଟେ ପଞ୍ଚାୟତ ନିର୍ବାଚନକୁ ନେଇ ମଧ୍ୟ ବିଜେପି ପ୍ରତିକ୍ରିୟା ରଖିଛି । ଦଳ ଆବଶ୍ୟକତା ଅନୁସାରେ ନିଜର ପ୍ରାର୍ଥୀ ଦେବ । ନିର୍ବାଚନରେ ବିଜୟ ଲାଭ ପାଇଁ ବିଜେପି ଜୋରଦାର ଲଢ଼େଇ କରିବ ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ତୋମାର ଅଭିଯୋଗ କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ