ETV Bharat / city

ନୀତି ଆୟୋଗ ରିପୋର୍ଟରେ ଜଳ ପରିଚାଳନାରେ ଓଡିଶା ପଛୁଆ, ବର୍ଷିଲେ ବିରୋଧୀ

author img

By

Published : Aug 23, 2021, 7:44 PM IST

ସାରା ରାଜ୍ୟରେ ପାନୀୟ ଜଳ ଯୋଗାଣରେ ସରକାର ସକ୍ରିୟ । କିନ୍ତୁ ନୀତି ଆୟୋଗ ରିପୋର୍ଟରେ ଜଳ ପରିଚାଳନାରେ ପଛୁଆ ଓଡିଶା । ବର୍ଷିଲେ କଂଗ୍ରେସ ଓ ବିଜେପି, କହିଲା ପ୍ରକୃତ ମୁଖା ଖୋଲିଛି । ଅଧିକ ପଢନ୍ତୁ...

ନୀତି ଆୟୋଗ ରିପୋର୍ଟରେ ଜଳ ପରିଚାଳନାରେ ଓଡିଶା ପଛୁଆ, ବର୍ଷିଲେ ବିରୋଧୀ
ନୀତି ଆୟୋଗ ରିପୋର୍ଟରେ ଜଳ ପରିଚାଳନାରେ ଓଡିଶା ପଛୁଆ, ବର୍ଷିଲେ ବିରୋଧୀ

ଭୁବନେଶ୍ବର: ସାରା ରାଜ୍ୟରେ ପାନୀୟ ଜଳ ଯୋଗାଣରେ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି ।ସହରାଞ୍ଚଳରେ ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ସରକାର ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ଲୋକେ ଯେମିତି ଟ୍ୟାପ ଯୋଗେ ସ୍ବଚ୍ଛ ପାଣି ପାଇବେ, ସେ ନେଇ ଜଗନ୍ନାଥ ଧାମ ପୁରୀରେ ବହୁ ଚର୍ଚ୍ଚିତ ନଳରୁ ପିଅ (drink from tap) ବ୍ୟବସ୍ଥା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ନୀତି ଆୟୋଗ ଦ୍ବାରା ପ୍ରସ୍ତୁତ Composite Water Management Index ରିପୋର୍ଟରେ ଓଡିଶାକୁ ମିଳିଛି ପଛୁଆ ସ୍ଥାନ । ଏପରି ରିପୋର୍ଟ ଆସିବା ପରେ ସରକାରଙ୍କୁ ଶାଣିତ ଆକ୍ରମଣ କରିଛି ବିରୋଧୀ କଂଗ୍ରେସ । ରାଜ୍ୟ ସରକାରଙ୍କ ପାନୀୟ ଜଳ ପରିଚାଳନାର ବାସ୍ତବ ରୂପକୁ ଲୋକଲୋଚନକୁ ଆସିବା ସହ ପ୍ରକୃତ ମୁଖା ଖୋଲିଯାଇଥିବା କିହଛି କଂଗ୍ରେସ ।

ନୀତି ଆୟୋଗ ଦ୍ବାରା ପ୍ରସ୍ତତ ଏହି ଏହି Indexରେ ୧୭ ରାଜ୍ୟ ମଧ୍ୟରୁ ଜଳ ପରିଚାଳନାରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଦର୍ଶାଯାଇଛି । ସରକାର ଖାଲି କାଗଜ କଲମରେ ଜଳ ଯୋଗାଣ ବ୍ୟବସ୍ଥା କରୁଛନ୍ତି। ସହରାଞ୍ଚଳ ହେଉ ବା ଗ୍ରାମାଞ୍ଚଳ କେଉଁଠି ବି ଜଳ ଯୋଗାଣ ପ୍ରକ୍ରିୟା ବହୁଳ ମାତ୍ରାରେ କି ସଠିକ ଭାବେ ହେଉନଥିବାବେଳେ ସରକାର ଖାଲି ବାହାସ୍ପୋଟ ମାରୁଛନ୍ତି । ସେପଟେ ଜଳ ଯୋଗାଣ ନେଇ ସରକାରଙ୍କୁ ବିଜେପି ମଧ୍ୟ ସମାଲୋଚନା କରିଛି । ବିଜେପି ନେତା ଦିଲ୍ଲୀପ ମାଲିକ ସରକାରଙ୍କ ଜଳ ପରିଚାଳନା ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.