ETV Bharat / city

ଓଡିଶା ସମନ୍ୱିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ

ରାଜ୍ୟରେ ଜାଇକା ସାହାଯ୍ୟ ପ୍ରାପ୍ତ 'ଓଡିଶା ସମନ୍ବିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ' ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 28, 2022, 5:29 PM IST

ଓଡିଶା ସମ୍ମନ୍ବିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଜାଇକା ସାହାଯ୍ୟ ପ୍ରାପ୍ତ ‘ଓଡିଶା ସମନ୍ୱିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ' ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । କଟକ ଓ ଭୁବନେଶ୍ବର ସହରର (ଏଏସ D-୬), ସମ୍ବଲପୁର ଓ ରାଉରକେଲା ସହରରେ ସ୍ବେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ବରାନ୍ନିତ କରିବା ସହିତ ଖୁବ ଶୀଘ୍ର ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ନିଦ୍ଦେର୍ଶ ଦେଇଛନ୍ତି । କଟକ ଓ ଭୁବନେଶ୍ବରରେ ଆରମ୍ଭ କରାଯାଇଥିବା ଯଥାକ୍ରମେ ୩୫୭ କିମି ଓ ୨୩୮ କିମି ସ୍ବେରେଜ ବ୍ୟବସ୍ଥା, ୧୦୦ ଏମ ଏଲଡି କ୍ଷମତା ସଂପନ୍ନ ୩ ଗୋଟି ଏସଟିପି, ୫୬ ଗୋଟି ପମ୍ପିଙ୍ଗ ସେଣ୍ଟର, ୧୭.୯ କିମି ଡ୍ରେନ ଓ ୭ ଟି ସ୍ଲୁସି ଗେଟ କାର୍ଯ୍ୟ ପାୟ ୮୫ ପ୍ରତିଶତରୁ ଅଧିକ ସଂପୂର୍ଣ୍ଣ ହୋଇଛି । କଟକର ବକ୍ସ ଡ୍ରେନ କାର୍ଯ୍ୟ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଗେଇ ଚାଲିଛି ।

ଓଡିଶା ସମନ୍ୱିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବରରେ ହାତକୁ ନିଆଯାଇଥିବା ୨୩୮ କିମି ସ୍ବେରେଜ ପାଇପ ବିଛାଇବା କାର୍ଯ୍ୟରୁ ୨୧୦ କିମି, କଟକରେ ୩୫୭ କିମି ମଧ୍ୟରୁ ୩୪୧ କିମି ସଂପୂର୍ଣ୍ଣ ହୋଇଛି । ସିଡିଏରେ ଏସଟିପି-୧ ଅନ୍ତର୍ଗତ ୩୬ ଏମ. ଏଲଡି, ମତଗଜପୁରରେ ଏସଟିପି-୨ ଅନ୍ତର୍ଗତ ୧୬ ଏମ ଏଲଡି, ଏସଟିପି ଏବଂ ୩୬ ରୁ ୨୯ ଟି ପମ୍ପିଂ ଷ୍ଟେସନ ପ୍ରତିଷ୍ଠା କରାଯାଇ ସାରିଲାଣି । ସେହିପରି ରାଉରକେଲା ସହରରେ ପ୍ରାୟ ୨୫୦ କୋଟି ଟଙ୍କା ଏବଂ ସମ୍ବଲପୁର ସହରରେ ୨୯୫ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ବରେଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ଉପରୋକ୍ତ ସମସ୍ତ କାର୍ଯ୍ୟ ଗୁଡିକୁ ତ୍ବରାନ୍ବିତ କରିବା ସହିତ ଯଥାଶିଘ୍ର ସଂପୂର୍ଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନ ସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଓଡିଶା ଜଳ ଯୋଗାଣ ଓ ସ୍ବେରେଜ ବୋର୍ଡର ଯନ୍ତ୍ରୀମୁଖ୍ୟ ହାଡିବନ୍ଧୁ ବେହେରା, ମୁଖ୍ୟ ଯନ୍ତ୍ରୀ ବିନୋଦ କୁମାର ସାହୁ ଏବଂ ଓଏସଡି ବସନ୍ତ କୁମାର ପରିଡା ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.