ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଉଲ୍ଲେଖନୀୟ ବ୍ୟବସ୍ଥା ବିକାଶ କରିବାରେ ସଫଳ ହୋଇଛି ବୋଲି ଓଆରଏଫ ଅନଲାଇନ ପକ୍ଷରୁ ପ୍ରକାଶ କରାଯାଇଛି । ଯାହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ କୁହାଯାଇଛି ।
ଓଡ଼ିଶା ଏକ ଦକ୍ଷ ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀ ତିଆରି କରିବା ସହ ଏହାକୁ ରାଜ୍ୟରେ ପ୍ରୟୋଗ କରିଛି । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ବା ମହାମାରୀ କ୍ଷୟକ୍ଷତି ହ୍ରାସ କରିବାରେ ସରକାର ସକ୍ଷମ ହୋଇଛନ୍ତି । ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ଉଚ୍ଚସ୍ତରର ପ୍ରସ୍ତୁତି ସୁନିଶ୍ଚିତ କରିଛି ଯାହା ପ୍ରଶଂସନୀୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ