ETV Bharat / city

ବାତ୍ୟା ମୁକାବିଲା, ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

author img

By

Published : May 27, 2021, 7:25 PM IST

ବାତ୍ୟା ୟସ ମୁକାବିଲା ନେଇ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ଅଧିକ ପଢନ୍ତୁ...

ବାତ୍ୟା ମୁକାବିଲା, ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ
ବାତ୍ୟା ମୁକାବିଲା, ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ବର: ବାତ୍ୟା ୟସ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ବଡ଼ ଧରଣ କ୍ଷୟକ୍ଷତିରୁ ରାଜ୍ୟ ବଞ୍ଚିଲା ବୋଲି ରାଜ୍ୟପାଳ କହିଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ୱୟ ରକ୍ଷା କରି ବାତ୍ୟା ପରିଚାଳନା କରିଥିବାରୁ ଏହାର ମୁକାବିଲାରେ ଏହା ବେଶ ସହାୟକ ହୋଇଛି । ସରକାରୀ ଅଧିକାରୀ ଓ ଅନ୍ୟ ସ୍ବେଚ୍ଛାସେବୀମାନେ ବେଶ ଭଲ କାମ କରିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି । ବାତ୍ୟା ପୂର୍ବରୁ ପ୍ରଶାସନ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ । ଆଉ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି । ଯାହା ଅନ୍ୟ ରାଜ୍ୟ ପାଇଁ ଓଡିଶା ମଡେଲ ବୋଲି ରାଜ୍ୟପାଳ କହିଛନ୍ତି ।

ବାତ୍ୟାର ମୁକାବିଲା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଅଧିକାରୀଙ୍କଠାରୁ ନେଇ ପୋଲିସ ପ୍ରଶାସନ ଓ ଉଦ୍ଧାରକାରୀ ଟିମ ଦିନରାତି ଏକ କରିଦେଇଥିଲେ । ଜିରୋ କାଜୁଆଲିଟି ଥିଲା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ । ତେବେ ସୌଭାଗ୍ୟବଶତଃ ଏହି ବାତ୍ୟାରେ କୌଣସି ବଡ କ୍ଷୟକ୍ଷତି ଘଟିନାହିଁ । ହେଲେ ବାଲେଶ୍ବର ଓ ଭଦ୍ରକର ଅନେକ ଅଞ୍ଚଳ ପାଣି ଘେରରେ ରହିଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.