ETV Bharat / city

ବୃହତ ପୁଞ୍ଜିନିବେଶ ଓ ଭିଭିଭୂମି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ପୂର୍ଣ୍ଣାଙ୍ଗ ନିର୍ଦ୍ଦେଶ

author img

By

Published : Jan 12, 2022, 8:23 AM IST

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ ବଡ଼ ଭିତ୍ତିଭୂମି ବିକାଶ ଏବଂ ପୁଞ୍ଜିନିବେଶ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ଵୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । କ୍ୟାବିନେଟ୍ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ (CCIPMG) ବୈଠକରେ ଏ ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ବୃହତ ପୁଞ୍ଜିନିବେଶ ଓ ଭିଭିଭୂମି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ପୂର୍ଣ୍ଣାଙ୍ଗ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ ବଡ଼ ଭିତ୍ତିଭୂମି ବିକାଶ ଏବଂ ପୁଞ୍ଜିନିବେଶ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ଵୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ (CCIPMG) ବୈଠକରେ ଏନେଇ ସୂଚନା ମିଳିଛି । ଲୋକସେବା ଭବନରୁ ଭିସିରେ ଅନୁଷ୍ଠିତ ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ସମସ୍ୟା ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ହୋଇଥିଲା ।

ସମସ୍ୟାଗୁଡିକର ବିଭିନ୍ନ ଦିଗରୁ ବିଚାର କରି ସେସବୁର ଆଶୁ ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକୀୟ ନିର୍ଦ୍ଦେଶମାନ ଦେଇଛନ୍ତି । ପ୍ରକଳ୍ପଗୁଡ଼ିକର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ସମୟ ସାରଣୀ ନିର୍ଦ୍ଧାରଣ କରିଛନ୍ତି । ଏହାସହ ତଦନୁଯାୟୀ କାର୍ଯ୍ୟ ତ୍ବରାନ୍ବିତ କାର୍ଯ୍ୟାନ୍ଵୟନ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇବାକୁ ସଂପୃକ୍ତ ଜିଲ୍ଲା ପ୍ରଶାସନ ଓ ସରକାରୀ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା କ୍ଷେତ୍ରସ୍ତରୀୟ ସମସ୍ୟାଗୁଡିକର ସମାଧାନ କରାଯାଇଛି । ସମସ୍ତ ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି । ପ୍ରକଳ୍ପଗୁଡିକର କ୍ରମ ଅଗ୍ରଗତି ଓ ସଦ୍ୟତମ ସ୍ଥିତି ବିଷୟ ସୂଚନା ନିୟମିତ ଭାବେ CCIPMG ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍ କରିବାକୁ ସମସ୍ତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଏହାଦ୍ବାରା କ୍ଷେତ୍ରସ୍ତରରେ ସୃଷ୍ଟି ହେଉଥିବା ନୂଆ ସମସ୍ୟା ବିଷୟ ସଠିକଭାବେ ଜଣାପଡିବ ଏବଂ ତଦନୁଯାୟୀ ପଦକ୍ଷେପ ନିଆଯିବ । ଭାରତ ସରକାରଙ୍କ ଶିଳ୍ପ ଏବଂ ଅନ୍ତଃ ବାଣିଜ୍ୟ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଅମ୍ରିତ୍ ଲାଲ୍ ମୀନା ପ୍ରକଳ୍ପ ଗୁଡ଼ିକର ତ୍ବରାନ୍ବିତ କାର୍ଯ୍ୟାନ୍ଵୟନ ଏବଂ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ପ୍ରଚେଷ୍ଟାର ଉଚ୍ଚ ପ୍ରଶଂସା କରିଛନ୍ତି । ବୈଠକରେ ୨୯ ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପର ସମୀକ୍ଷା ହୋଇଛି । ଏସବୁ ମାଧ୍ୟମରେ ପ୍ରାୟ ୧ କୋଟି ୨୯ ଲକ୍ଷ୍ୟ ୮୦୩ ଟଙ୍କା ବିନିଯୋଗ ହେବ ।

ରେଳବାଇ କମିଶନର ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର ରେଳବାଇ କ୍ଷେତ୍ରରେ ଅଗ୍ରଗତି ବାବଦରେ ତଥ୍ୟ ଉପସ୍ଥାପନ କରିଛନ୍ତି । ବାଂଶପାଣି - ଜଖପୁରା ରେଳ ଲାଇନ୍ ଦୋହରୀକରଣ, ରାଉରକେଲା - ଝାରସୁଗୁଡ଼ା ରେଳ ଟ୍ରାକ୍‌ର ୩ୟ ଲାଇନ୍, ଭଦ୍ରକ - ନେରଗୁଣ୍ଡି ଟ୍ରାକ୍‌ର ୩ୟ ଲାଇନ୍, ହାତିଆ - ବଣ୍ଡମୁଣ୍ଡା ରେଳ ଲାଇନ୍‌ର ଦୋହରୀକରଣ, ବୁଢ଼ାପଙ୍କ - ଶାଳଗାଁ ରେଳ ଟ୍ରାକର ୩ୟ ଏବଂ ୪ର୍ଥ ଲାଇନ୍, ବିଜୟ ନଗରମ୍ - ଟିଟିଲାଗଡ଼ ଟ୍ରାକର୍ ୩ୟ ଲାଇନ୍, ସମ୍ବଲପୁର - ତାଳଚେର ଲାଇନ୍‌ର ଦୋହରୀକରଣ, ଖୋର୍ଦ୍ଧା - ବଲାଙ୍ଗିର ବ୍ରୋଡ୍ ଗଜ୍ ଲାଇନ୍, ତାଳଚେର - ବିମଲାଗଡ଼ ରେଳ ଲାଇନ୍, ଅନୁଗୁଳ - ସୁକିନ୍ଦା ନୂଆ ରେଳ ଲାଇନ୍, ଅନୁଗୁଳ - ବଳରାମ - ପୁଡ଼ିଗଡ଼ା ରେଳ ଲାଇନ୍, ବଣ୍ଡାମୁଣ୍ଡା - ରାଉରକେଲା ଟ୍ରାକ୍‌ର ୪ର୍ଥ ଲାଇନ୍, ଝାରସୁଗୁଡ଼ା - ବିଳାଶପୁର ରେଳ ଟ୍ରାକ୍‌ର ୪ର୍ଥ ଲାଇନ୍, ଏବଂ ସମ୍ବଲପୁର - ଟିଟିଲାଗଡ଼ ରେଳ ଟ୍ରାକ୍ଟର ଦୋହରିକରଣ ଆଦି ପ୍ରକଳ୍ପର ସମୀକ୍ଷା ହୋଇଛି ।

ସେହିପରି ପାରାଦ୍ବୀପ - ହାଇଦ୍ରାବାଦ ଉତ୍ପାଦ ପରିବହନ ପାଇପ୍‌ ଲାଇନ୍ , ଜଗଦୀଶପୁର - ହଳଦୀଆ - ବୋକାରୋ - ଧାମରା ପାଇପ୍ ଲାଇନ୍, ଏମ୍.ସି.ଏଲ୍‌ର ୩ଟି କୋଇଲା ଖଣି ପ୍ରକଳ୍ପ, ନାଲକୋର ୨ଟି କୋଇଲା ଖଣି ପ୍ରକଳ୍ପ ଆଦିର ଅଗ୍ରଗତି ସମୀକ୍ଷା ହୋଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ୬ଟି ରାଜପଥ ଉନ୍ନୟନ ପ୍ରକଳ୍ପ , ନାଲକୋର ୫ମ ଷ୍ଟ୍ରିମ୍ ରାଇଫାଇନାରୀ ସଂପ୍ରସାରଣ ପ୍ରକଳ୍ପ ଓ ଭାରତ ନେଟ୍ ଆଦି ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା ହୋଇଛି ।

ଏହି ସବୁ ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଅନୁମତି, କ୍ଷତିପୁରଣ ଆବଣ୍ଟନ, ସତ୍ତ୍ଵାଧିକାର ପ୍ରମାଣପତ୍ର, ସରକାରୀ ଜମିରେ କାର୍ଯ୍ୟପାଇଁ ଆଗୁଆ ଅନୁମତି, କ୍ଷତିପୂରକ ବନୀକରଣ ବିଦ୍ୟୁତ୍ ଏବଂ ଫୋନ୍ ସଂଚାର ଟାୱାରର ସ୍ଥାନାନ୍ତରୀକରଣ ଆଦି ପ୍ରାୟ ୭୩ଟି ବିଭିନ୍ନ ସମସ୍ୟାର ଅନୁଶୀଳନ ହୋଇ ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଛି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ସିଧାସଳଖ ନିଜ ନିଜର ସମସ୍ୟା ଓ ଅଗ୍ରଗତି ବିଷୟ ବୈଠକରେ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.