ETV Bharat / city

ଆଦିବାସୀଙ୍କ ଜମି ହଡ଼ପ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

author img

By

Published : Jul 28, 2022, 7:40 AM IST

ଆଦିବାସୀଙ୍କ ଜମି ହଡ଼ପ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସର ପଶ୍ଚିମ ଓଡ଼ିଶା ବିଧାୟକ ଦଳ । ଅଧିକ ପଢନ୍ତୁ

ଆଦିବାସୀ ମାନଙ୍କ ଜମି ହଡ଼ପ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ବର: ଆଦିବାସୀଙ୍କ ଜମି ହଡ଼ପ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସର ପଶ୍ଚିମ ଓଡ଼ିଶା ବିଧାୟକ ଦଳ । ରାଜ୍ୟରେ ଶାସନରେ ଥିବା 22 ବର୍ଷର ସରକାର ଆଦିବାସୀ ମାନଙ୍କ ଜମି ହଡ଼ପ କରୁଛନ୍ତି ଏବଂ ଆଦିବାସୀ ମାରଣା ନୀତି ଅବଲମ୍ବନ କରୁଛନ୍ତି, ଯାହାକୁ ବିରୋଧ କରି ରାଜ୍ୟପାଳ ପାଖରେ ଫେରାଦ ହୋଇଛି କଂଗ୍ରେସର ପଶ୍ଚିମ ଓଡ଼ିଶା ବିଧାୟକ ଦଳ । ଦଳ ପକ୍ଷରୁ କୁହାଯାଇଛି ଆଦିବାସୀଙ୍କ ପାଇଁ Tribal advisory council ନାହିଁ । ସରକାର ମନମୁଖୀ ଯୋଜନା ପ୍ରଣୟନ କରୁଛନ୍ତି । ଆଦିବାସୀଙ୍କୁ ତାଙ୍କ ଜମି ହଡପକୁ ବିରୋଧ କରି ବିଧାୟକ ମାନେ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ ରାଜ୍ୟପାଳ ଏ ବାବଦରେ ସରକାର ସହିତ ଆଲୋଚନା କରିବେ ବୋଲି ଆଶ୍ବସନା ଦେଇଛନ୍ତି ।

ଇଡକୋ(Odisha Industrial Infrastructure Development) ତରଫରୁ ଆଗରୁ ଆଦିବାସୀଙ୍କଠାରୁ ଜମି ଗ୍ରହଣ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ସେଠାର କୌଣସି କମ୍ପାନୀ ଖୋଲା ନ ଯାଇ ନଥିଲେ ମଧ୍ୟ ଆଦିବାସୀଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ । ସେପଟେ ସରକାର ଇଡକୋ ତରଫରୁ ସେହି ଜମିକୁ ଓଡିଶା ବେଦାନ୍ତକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛନ୍ତି । ଯାହାକୁ ପ୍ରତିବାଦ କରିଛନ୍ତି କଂଗ୍ରେସର ପଶ୍ଚିମ ଓଡ଼ିଶା ବିଧାୟକ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.