ଭୁବନେଶ୍ବର: ସୋନୁଙ୍କୁ ବଦାନ୍ୟତା ଓ ମଣିଷ ପଣିଆର ତାରିଫରେ ଓଡିଶା ମୁଖ୍ୟମନ୍ତ୍ରୀ। ତାଲା ବନ୍ଦ ଯୋଗୁଁ କେରଳର କୋଚିରେ ଫସି ରହିଥିବା 177 ଜଣ ଓଡିଆ ଝିଅଙ୍କୁ ସାହାଯ୍ୟ କରିବା ଏବଂ ବିମାନ ଉଡ଼ାଣ ପାଇଁ ସହଯୋଗ କରିଥିବାରୁ ନବୀନ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତ।
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ୍ ନେଟୱାର୍କିଂ ସାଇଟ୍ ଟ୍ୱିଟର ରେ ଧନ୍ୟବାଦ ଲେଖି ଟ୍ବିଟ କରିଛନ୍ତି । ନବୀନ ତାଙ୍କ ଟୁଇଟ୍ ରେ ଲେଖିଛନ୍ତି ଯେ,''ସାରା ଦେଶରେ କୋଭିଡ୍ 19 ଲକଡାଉନ୍ ସମୟରେ କେରଳରେ ଫସି ରହିଥିବା ଓଡିଶା ବାଳିକାମାନଙ୍କୁ ନିରାପଦରେ ଘରେ ପହଞ୍ଚିବା ପାଇଁ ବଲିଉଡ ଅଭିନେତା @ ସୋନୁ ସୁଦଙ୍କୁ ଧନ୍ୟବାଦ। ତାଙ୍କର ମାନବିକତା ପ୍ରକୃତରେ ପ୍ରଶଂସନୀୟ। ”

ସୂଚନା ଥାଉକି, ଲକଡାଉନ ସମୟରେ ଅଭିନେତା ସୋନୁ ସୁଦ ଅନେକ ପ୍ରବାସୀଙ୍କୁ ସାହାଯ୍ୟ କରିଥିଲେ। ସେ ବାଙ୍ଗାଲୋରରୁ ଏକ ସ୍ୱତନ୍ତ୍ର ବିମାନର ଆୟୋଜନ କରିଥିଲେ ଯେଉଁଥିରେ କି କୋଚିରେ ଥିବା ଝିଅମାନଙ୍କୁ ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯିବାର ବ୍ୟବସ୍ଥା କରାଯାଇଥିଲା।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ