ଭୁବନେଶ୍ବର: ୧୧ ବର୍ଷ ପୂର୍ତ୍ତି ପାଳନ କରିଛି ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଶିଶୁ ସୁରକ୍ଷାର କର୍ଣ୍ଣଧାର ସାଜିଥିବା
ଓ ତାଙ୍କ ଅଧିକାର ପାଇଁ ଲଢେଇ କରୁଥିବା ଆୟୋଗ ସର୍ବଦା ଶିଶୁର ଶାରୀରିକ ମାନସିକ ଓ ଭୌତିକ ବିକାଶ ଦିଗରେ କାର୍ଯ୍ୟ କରିଥାଏ । ତେଣୁ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବାଲ୍ୟବିବାହ ରୋକିବା, ଶିଶୁ ଶ୍ରମିକ ମୁକ୍ତ ଓଡିଶା ଓ ସଚେତନତା କାର୍ଯ୍ୟକ୍ରମ କରିଥାଏ ଏହି ଆୟୋଗ ।ଏଣୁ, ଚଳିତ ବର୍ଷ ଶିଶୁଙ୍କ ସୁରକ୍ଷା ଓ ସଚେତନତାକୁ ନେଇ ୧୧ତମ ପ୍ରତିଷ୍ଠା ଦିବସରେ ୪୦ ଦିନିଆ ସଚେତନତା କାର୍ଯ୍ୟକ୍ରମର ଅୟମାରମ୍ଭ କରାଯାଇଛି ।
କିଟ ବିଶ୍ୱବିଦ୍ୟାଳୟ ପରିସରରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ପିଲାମାନଙ୍କର ମାନସିକ, ସ୍ୱାସ୍ଥ୍ୟ ସୁରକ୍ଷା ଯତ୍ନ ବିଷୟରେ ଆଲୋଚନା କରାଯାଇଥିଲା । କାରଣ କରୋନା ସମୟରେ ପିଲାମାନେ ହିଁ ଅଧିକ ମାନସିକ ଚାପରେ ରହିଥିଲେ । ସଂକ୍ରମଣ ପାଇଁ ସ୍କୁଲ ନଯାଇ ଅନଲାଇନ କ୍ଲାସ ହୋଇଥିଲା, ଯାହାର ଉପକାରିତା ଅପେକ୍ଷା ଅପକାରିତା ପିଲାମାନଙ୍କ ଉପରେ ପଡିଥିଲା । ଯାହାର ନୀରାକାରଣକୁ ନେଇ ଶିଶୁଙ୍କ ସୁରକ୍ଷା, ସମ୍ମାନ ଓ ଯତ୍ନକୁ ଅଧିକ ତ୍ଵରାନିତ୍ଵ କରିବା ପାଇଁ କହିଥିଲେ ଆୟୋଗର ଅଧକ୍ଷ ସନ୍ଧ୍ୟାବତୀ ପ୍ରଧାନ ।
ଏହି ଅବସରରେ ଶିଶୁଙ୍କ ସୁରକ୍ଷାକୁ ପ୍ରଧ୍ୟାନ୍ୟ ଦେବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ୧ ନଭେମ୍ବରରୁ ୧୦ ଡ଼ିସେମ୍ବର ଯାଏଁ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ତାରକା ପ୍ରଚାରକ ଭାରୋତ୍ତୋଳନକାରୀ ରବିକୁମାର ମଧ୍ୟ ଶିଶୁର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଦିଗରେ ସର୍ବଦା ଅଗ୍ରସର ହେବାକୁ କହିଥିଲେ । ଶିଶୁ ସୁରକ୍ଷା ଦିଗରେ ସମର୍ପିତ ୱେବସାଇଟ ସହ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଖାଲି ସେତିକି ନୁହେଁ ସେମାନଙ୍କ ସୁରକ୍ଷା ପାଇଁ ୧୦୯୮ ଚାଇଲଡ ଲାଇନ ଟୋଲ ଫ୍ରି ନମ୍ବରର ବ୍ୟବହାର ପାଇଁ କୁହାଯାଇଥିବା ବେଳେ ଆଗକୁ ହେବାକୁ ଥିବା ୪୩ଟି ଥାନାର କାର୍ଯ୍ୟକ୍ରମକୁ ଅଧିକାରୁ ଅଧିକ ତ୍ବରାନ୍ବିତ କରିବା ଲାଗି କହିଥିଲେ ଅଧ୍ୟକ୍ଷ । ଏହାସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅଜ୍ରନ କରିଥିବା ଶିଶୁଙ୍କ ସମେତ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବ୍ୟକ୍ତି ଓ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ