ETV Bharat / city

ଆଜି ଖୁଦୁରୁକୁଣୀ ଓଷାର ଶେଷ ପାଳି, ଭାଇ ପାଇଁ ବ୍ରତ ପାଳୁଛି ଭଉଣୀ - ମା ମଙ୍ଗଳା

ପ୍ରଥମ ପାଳି, ଦ୍ବିତୀୟ ପାଳି ଓ ତୃତୀୟ ପାଳି ପରେ ଆଜି ହେଉଛି ଖୁଦୁରୁକୁଣୀ ଓଷାର ଚତୁର୍ଥ ଅର୍ଥାତ ଶେଷ ପାଳି । ଭାଇପାଇଁ ବ୍ରତ ପାଳୁଛି ଭଉଣୀ । ଅଧିକ ପଢନ୍ତୁ...

ଆଜି ଖୁଦୁରୁକୁଣୀ ଓଷାର ଶେଷ ପାଳି, ଭାଇପାଇଁ ବ୍ରତ ପାଳୁଛି ଭଉଣୀ

author img

By

Published : Sep 19, 2021, 7:29 AM IST

ଭୁବନେଶ୍ବର: ଭାଇର ସୁରକ୍ଷା ଓ ଶୁଭ ମନାସି ଭାଦ୍ରବ ମାସରେ ଭଉଣୀ ମା ମଙ୍ଗଳାଙ୍କୁ ପୂଜା କରିଥାଏ । ଯାହା ଗାଁ ଗାଁରେ ଖୁଦୁରୁକୁଣୀ ବା ଭାଲୁକୁଣୀ ଓଷା ଭାବେ ଜଣାଶୁଣା । ବିଶେଷ କରି ଗାଁ ଗାଁରେ ଏହି ଓଷାକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଭାଇର ଦୀର୍ଘାୟୁ କାମନା କରି ମା ଖୁଦୁରୁକୁଣୀ ନିକଟରେ ବ୍ରତ ପାଳନ କରିଥାନ୍ତି ପ୍ରତ୍ୟେକ ଭଉଣୀ । ଭାଦ୍ରବ ମାସର ପ୍ରତି ସପ୍ତାହର ଶେଷ ଦିନ ବା ରବିବାର ଦିନ ଏହି ଓଷା ଗାଁର ଯୁବତୀ ମାନେ କରିଥାନ୍ତି । କେଉଁଠି ମାସରେ ପାଞ୍ଚ ପାଳି ଏହି ବ୍ରତ ପାଳିତ ହେଉଥିବା ବେଳେ ଆଉ କେଉଁଠି ମାସର ୪ଟି ରବିବାର ବା ୪ପାଳି ହୋଇଥାଏ ।

ପ୍ରଥମ ପାଳି, ଦ୍ବିତୀୟ ପାଳି ଓ ତୃତୀୟ ପାଳି ପରେ ଆଜି ହେଉଛି ଚତୁର୍ଥ ଅର୍ଥାତ ଶେଷ ପାଳି । ପ୍ରତିବର୍ଷ ଭାଇଙ୍କ ଶୁଭମନାସି ଭଉଣୀମାନେ ଏହି ଓଷା କରିଥାନ୍ତି । ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା ହୋଇଥାଏ । ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ । ଏହି ଓଷା ଦିନ ଗାଁ ଦାଣ୍ଡ ହୋଇଉଠେ ଚଳଚଞ୍ଚଳ । ପିଲା ଠାରୁ ବୁଢା ଯୁବତୀଙ୍କ ଠାରୁ ମହିଳା ସମସ୍ତ ଭିଡ ଜମେ ଗାଁ ଦାଣ୍ଡରେ ।

ଗାଁରେ ଖୁଦୁରୁକୁଣୀ ଓଷା

ବିଶେଷ କରି ରବିବାର ଆସିଲେ ସକାଳୁ ସକାଳୁ ଯୁବତୀଙ୍କ କଲରବଲରରେ ଫାଟି ଉଠେ ଗାଁ ଦାଣ୍ଡ ବା ପୂଜା କୋଠି । ସକାଳୁ ସକାଳୁ କିଏ ମାଳ ଗୁନ୍ଥୁ ଥାଏ ତ ଆଉ କିଏ ମାଙ୍କ ପୂଜା ପାଇଁ ପତାକା ଲଗାଉଥାଏ । ପୁଣି କିଏ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ଆଙ୍କୁଥାଏ । ଏହା ପରେ ଯୁବତୀ ମାନେ ବାହାରି ପଡିଥାନ୍ତି ନଦୀକୁ ଗାଧୋଇବା ପାଇଁ । ନଦୀରେ ଏକାଠି ସ୍ନାନ କରିବା ପରେ ସେଠାରେ ମା ମଙ୍ଗଳାଙ୍କୁ ନଦୀ ବାଲି ଉପରେ ଫୁଲ ପାଣୀ ଦେଇ ପୂଜା କରିଥାନ୍ତି । ଏହା ପରେ ପୂଜା କୋଠିକୁ ଆସି ମା'ଙ୍କ ପୂଜା କରିଥାନ୍ତି । ଏହା ପରେ ଯୁବତୀ ମାନେ ଗାଁ ଦାଣ୍ଡରେ ବିଭିନ୍ନ ଖେଳରେ ମସଗୁଲ ହୋଇପଡନ୍ତି । ଏହାପରେ ସନ୍ଧ୍ୟା ସମୟରେ ମାଙ୍କ ସନ୍ଧ୍ୟା ଧୂପ ପରେ ମାଙ୍କୁ ପୂଜା କରାଯାଇଥାଏ । ଭଳିକି ଭଳି ଫୁଲରେ ମାଙ୍କୁ ସଜାଯାଇ ଘଣ୍ଟ ଘଣ୍ଟା ଏବଂ ଶଙ୍ଖନାଦରେ ମାଙ୍କୁ ଆରଧାନ କରିଥାନ୍ତି ଯୁବତୀ ମାନେ ଓ ନିଜ ଭାଇର ଦିର୍ଘାୟୁ ପାଇଁ ମାଙ୍କ ନିକଟରେ ଶୁଭମନାସି ଥାନ୍ତି । ଏହା ପରେ ଶେଷ ହୋଇଥାଏ ଖୁଦୁରୁକୁଣୀ ଓଷା । ତେବେ ଖାଲି ଗାଁ ରେ ନୁହଁ ସହରରେ ମଧ୍ୟ ଏହି ଓଷା ବା ବ୍ରତ ପାଳନ କରୁଛନ୍ତି ଯୁବତୀମାନେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.