ETV Bharat / city

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ଭଉଣୀର ସ୍ନେହର ଡୋରୀ - ରକ୍ଷା ବନ୍ଧନ 2022

ଭାରତୀୟ ପରମ୍ପରାରେ ଆଜି ହେଉଛି ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା । ଏନେଇ ପୁରଠୁ ପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଛି । ଏହି ଦିନ ଭାଇର ଦୀର୍ଘାୟୁ ଏବଂ ବିଜୟୀ କାମନା ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଅଧିକ ପଢନ୍ତୁ

ଆଜି ରାକ୍ଷୀ ପୂର୍ଣ୍ଣିମା
ଆଜି ରାକ୍ଷୀ ପୂର୍ଣ୍ଣିମା
author img

By

Published : Aug 11, 2022, 7:27 AM IST

ଭୁବନେଶ୍ବର: ରାକ୍ଷୀ ଭାଇ ଭଉଣୀ ସମ୍ପର୍କର ସାକ୍ଷୀ । ଭାଇ ହାତରେ ଭଉଣୀର ସେନେହ ଡୋରୀ ହେଉଛି ରାକ୍ଷୀ । ରାଗ, ଋଷା, ମାନ ଅଭିମାନ ଭରା ସୁନ୍ଦର ସମ୍ପର୍କର ସୁରକ୍ଷା ଡୋରି ହେଉଛି ରାକ୍ଷୀ । ଭାରତୀୟ ପରମ୍ପରାରେ ଆଜି ହେଉଛି ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା । ଏ ନେଇ ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଏହି ଦିନ ଭାଇର ଦୀର୍ଘାୟୁ ଏବଂ ବିଜୟ କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ମାସକ ଆଗରୁ ବଜାର ମେଲି ଥିବା ରାକ୍ଷୀ ପସରାରୁ ବାଛି ବାଛି ଭାଇ ପାଇଁ ରାକ୍ଷୀ କିଣି ସାଇତି ରଖେ ଭଉଣୀ । ଆଉ ଚାତକ ପରି ଦିନଟିକୁ ଚାହିଁ ରହିଥାଏ । କାହିଁ କେଉଁ କାଳରୁ ଏହି ପରମ୍ପରା ପୁରାଣ, କିମ୍ବଦନ୍ତୀ ସହ ଜଡିତ । ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ । ଦେବୀ ସୁଭଦ୍ରା ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି ।

ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ରକ୍ଷା ବନ୍ଧନ ଉତ୍ସବ । ପୂଜା ଥାଳିରେ ଫୁଲ, ଚନ୍ଦନ, ଅରୁଆ ଚାଉଳ ସହ ଦୁବ ଆଉ ଦୀପ ସଜେଇ ଭାଇକୁ ବନ୍ଧାପନା କରି ମିଠା ଖୁଆଇ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ । ଖାଲି ସେତିକି ନୁହେଁ ଗହ୍ମା ପୂର୍ଣ୍ଣିମା ପାଇଁ ଘରେ ଘରେ ପିଠା ପଣାର ଆସର ଜମିଛି । ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସିଛନ୍ତି ଭଉଣୀ । ଆଉ ବଦଳରେ ଉଭଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଛି ଭାଇ ।

ମିଠା ଦୋକାନରେ ଭିଡ...

ମିଠା ଦୋକାନରେ ଭଳିକି ଭଳି ମିଠା । ରସଗୋଲା, ଗୋଲାପ ଜାମୁନ, ଲଡୁ ଭଳି ମିଠା କିଣିବାକୁ ଭଉଣୀଙ୍କ ଭିଡ ଲାଗିଛି । ମନ ପସନ୍ଦ ରାକ୍ଷୀ ସହ ପସନ୍ଦିଆ ମିଠା ବି କିଣନ୍ତି ଭଉଣୀ । ସକାଳୁ ଭଲ ମିଠା ମିଳିବ କି ନାହିଁ ବରାଦ ଦେଇ କେହି ଆଗୁଆ ବି କିଣି ନଅନ୍ତି । ପୂଜା ଥାଳିରେ ମିଠାଟା ନିଶ୍ଚିନ୍ତ ରହିଥାଏ । ରାକ୍ଷୀ ସହ ସମ୍ପର୍କକୁ ଆଉ ଟିକେ ମିଠା କରିଦିଏ ସୁଆଦିଆ ମିଠା ।

ଏହି ପରି ଭାବେ ପ୍ରତିବର୍ଷ ରକ୍ଷାବନ୍ଧନ ପାଳିଥାନ୍ତି ଭଉଣୀ । ବାପାଙ୍କ ପରେ ଝିଅଟିକୁ ଯିଏ ବୁଝେ ସେ ହେଲା ଭାଇ । ଉଭଣୀର ସୁରକ୍ଷା କବଚ ସେ । ଯଦି ସେ ସାଥୀରେ ଥାଏ ଭୟ ଆପେ ଆପେ ଉଭାନ ହୋଇଯାଏ । ଏହି ସୁନ୍ଦର ସମ୍ପର୍କକୁ ଆହୁରି ମଜବୁତ କରେ ରାକ୍ଷୀ । ସମ୍ପର୍କକୁ ଆହୁରି ଆହୁରି ମଜବୁତ କରେ ରେଶମୀର ଏହି ପତଳା ଡୋରି । ସତରେ ଭାଇ ଭଉଣୀର ଏ ସମ୍ପର୍କ ଅତୁଟ ପବିତ୍ର ଏ ବନ୍ଧନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.