ETV Bharat / city

ଆଜି ମହାବିଷୁବ ସଂକ୍ରାନ୍ତି, ଓଡିଶା ପାଳୁଛି ନୂଆବର୍ଷ

author img

By

Published : Apr 14, 2022, 8:39 AM IST

ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୋଇଥାଏ । ତେଣୁ ଆଜିର ଦିନକୁ ଓଡିଆ ନବବର୍ଷ ରୂପେ ପାଳନ କରାଯାଏ । ଅଧିକ ପଢନ୍ତୁ

ଆଜି ମହାବିଷୁବ ସଂକ୍ରାନ୍ତି , ଓଡିଶା ପାଳୁଛି ନୂଆବର୍ଷ

ଭୁବନେଶ୍ବର: ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୋଇଥାଏ । ତେଣୁ ଆଜିର ଦିନକୁ ଓଡିଆ ନବବର୍ଷ ରୂପେ ପାଳନ କରାଯାଏ । ଏହା ଛଡା ଆଜିର ଦିନକୁ ହନୁମାନ ଜୟନ୍ତୀ ମଧ୍ୟ କୁହାଯାଏ । ଓଡିଶା ନବବର୍ଷକୁ ନେଇ ଉତ୍ସବମୁଖର ଗାଁ ଠୁ ସହର । ଆଜିର ଦିନରେ ପ୍ରତ୍ୟେକ ଓଡିଆ ପରିବାରରେ ଦେବାଦେବୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।

ପଣା ସଂକ୍ରାନ୍ତି ବା ଜଳସଂକ୍ରାନ୍ତି

ଏହି ଦିନ ଚଉରା ମୂଳେ ଓ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଛତୁଆ ଓ ପଣା ଭୋଗ ହୋଇଥାଏ । ଏହାସହ ଖରାରୁ ରକ୍ଷା ପାଇବା ପାଇଁ ଚଉରା ମୂଳେ ଛାମୁଣ୍ଡିଆ ବନ୍ଧାଯାଇ ଏକ ଶିକା ମାଧ୍ୟମରେ ଘଡି ବା ଠେକି ବନ୍ଧା ଯାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଯେଉଁଥିରେ ତୁଳସୀ ମାଆଙ୍କୁ ପାଣି ଅର୍ପଣ କରାଯାଇଥାଏ । ଏହି ଦିନଠାରୁ ବୃକ୍ଷ ଜଗତ ଏବଂ ଜୀବଜଗତକୁ ଜଳପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିକୁ କେହି କେହି ଜଳ ସଂକ୍ରାନ୍ତି ମଧ୍ୟ କହିଥାନ୍ତି । ଆଜି ଠାରୁ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରିଥାନ୍ତି ।

ପଣାରେ ମହକି ଉଠେ ପୁରପଲ୍ଲୀ

ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ଆଜି ପ୍ରତ୍ୟେକ ଓଡିଆ ପରିବାରରେ ବିଭିନ୍ନ ପ୍ରକାର ପଣା ପ୍ରସ୍ତୁତ କରାଯାଇଥାଏ । ବିଶେଷ କରି ବେଲପଣା ପ୍ରସ୍ତୁତ କରାଯାଏ । ବିଭିନ୍ନ ପ୍ରକାର ଫଳ, ଦହି, ଚିନି, ଛେନା ଆଦି ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ ପଣା । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।

ପାଳନ ହୁଏ ଝାମୁଯାତ୍ରା

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁଯାତ୍ରା ପାଳନ କରାଯାଏ । ଝାମୁଯାତ୍ରା ପାଳନ କରୁଥିବା ବ୍ରତଧାରୀମାନେ ମାନସିକ ପୂରଣ ପାଇଁ ଜଳନ୍ତା ଅଗ୍ନିରେ ଚାଲିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଦକ୍ଷିଣ ଓଡ଼ିଶାରେ ଏକ ମାସଧରି ଚାଲିଥିବା ଦଣ୍ଡ ନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.