ଭୁବନେଶ୍ବର: ଆସନ୍ତାକାଲି ପୂର୍ବାହ୍ନ 11.45 ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik) ଙ୍କ ନୂଆ ଟିମ । ଲୋକସେବା ଭବନ କନଭେନସନ ସେଣ୍ଟରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି ।
ସେପଟେ ନବୀନଙ୍କ ଟିମରେ ସ୍ଥାନ ପାଇବାକୁ ଥିବା ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(CMO) ରୁ ଫୋନ ଆସୁଛି । ମିଳିଥିବା ଚର୍ଚ୍ଚା ଅନୁସାରେ ବର୍ତ୍ତମାନ ସୁଦ୍ଧା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ମଧ୍ୟ ଫୋନ ଆସିଥିବା ଚର୍ଚ୍ଚା ହେଉଛି ।
ସେହିପରି ରୁଦ୍ର ମହାରଥୀ, ମନୋହର ରନ୍ଧାରୀ, ବାସନ୍ତୀ ହେମ୍ବ୍ରମଙ୍କୁ ମଧ୍ୟ ଆସିଛି ଫୋନ କଲ । ଫୋନ କଲ ଆସୁଥିବା ମନ୍ତ୍ରୀ ମାନଙ୍କୁ ଭୁବନେଶ୍ବର ନଛାଡିବାକୁ ନିର୍ଦ୍ଦେଶ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ