ଭୁବନେଶ୍ବର: କନ୍ଧମାଳ ବେଲଘର ପଞ୍ଚାୟତର ନାବାଳିକା ଓ ନବଜାତ ଶିଶୁ ମୃତ୍ୟୁ ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଘଟଣାକୁ ନେଇ ବିଜେପିର ୩ ଜଣିଆ ଟିମ କନ୍ଧମାଳ ଗସ୍ତରେ ଯାଇଥିଲେ। କନ୍ଧମାଳର ମୃତ ନାବାଳିକା ଘର , ସ୍କୁଲ କ୍ୟାମ୍ପସ ଓ ବିଭିନ୍ନ ସ୍ଥାନ ଯାଇଥିଲା ବିଜେପି ମହିଳା ମୋର୍ଚ୍ଚା । ଏହାକୁ ନେଇ ଆଜି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି ଆଦିବାସୀ ଓ ମହିଳା ବିରୋଧୀ ହେଉଛି ଓଡିଶା ସରକାର ।
ମୃତ ନାବାଳିକାଙ୍କ ପରିବାରକୁ 20 ଲକ୍ଷ ଟଙ୍କା କ୍ଷତି ପୁରଣ ଦେବା ପାଇଁ ଦାବି କରିଛି ବିଜେପି। ଆକାଂକ୍ଷୀ ଜିଲା ଭାବେ କନ୍ଧମାଳକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କିନ୍ତୁ ରାଜ୍ୟ ସରକାର କନ୍ଧମାଳ ବିକାଶ ପାଇଁ କୌଣସି କାର୍ଯ୍ୟ କରୁନାଁହାନ୍ତି । କନ୍ଧମାଳର ବିକାଶ ନାଁରେ ମହିଳା, ଶିଶୁ, ନିର୍ଯାତନା ପାଉଛନ୍ତି । ଆଦିବାସୀଙ୍କ ପାଇଁ ଆସୁଥିବା ଅର୍ଥର ସଦୁପଯୋଗ ହେଉନାହିଁ ମେଡିକାଲରେ ବି ନାହିଁ ଉପଯୁକ୍ତ ବ୍ୟବସ୍ଥା । କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ସରକାର । ନାବାଳିକା ମୃତ୍ୟୁ ଘଟଣାରେ ପ୍ରଶାସନର ଅବହେଳା ସାମ୍ନାକୁ ଆସିଛି। ତେଣୁ ରାଜ୍ୟ ସରକାର ମା କୁ ସମ୍ମାନ ଡିଣ୍ଡିମ ପିଟା ବନ୍ଦ କରି ଏହାକୁ କାର୍ଯ୍ୟରେ ପରିଣତ କରନ୍ତୁ ବୋଲି ସ୍ମୃତି ଦାବି କରିଛନ୍ତି ।
କେବଳ ଭୋଟ ନୁହେଁ ସତରେ ଯଦି ଓଡ଼ିଶାର ଆଦିବାସୀ ମହିଳାଙ୍କ ପାଇଁ ଚିନ୍ତିତ ତେବେ ଏ ଘଟଣାରେ ଦୋଷୀଙ୍କୁ ଦଣ୍ଡ ଦେବାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି ।
ଇଟିଭି ଭାରତ, ଭୁବନେଶ୍ବର