ଭୁବନେଶ୍ବର: ବିଜେପି କାର୍ଯ୍ୟାଳୟରେ 16 ଜଣ ନବନିର୍ବାଚିତ ନଗରପାଳ ନେତୃତ୍ବ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ 16 ଜଣ ନବନିର୍ବାଚିତ ନଗରପାଳ ନେତୃତ୍ବ ମାନଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କିଭଳି ଭାବେ ଆଗାମୀ ଦିନରେ ନବନିର୍ବାଚିତ ପ୍ରତିନିଧି ମାନେ ସେହି ଅଞ୍ଚଳର ବିକାଶ କରିବା ସହ ଜନସାଧାରଣ ଓ ଭୋଟର ମାନଙ୍କ ସମସ୍ୟାର ସମାଧାନ କରିବେ ସେ ବିଷୟରେ ରାଜ୍ୟ ସଭାପତି ଗୁରୁମନ୍ତ୍ର ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ