ETV Bharat / city

OBC Reservation: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

author img

By

Published : Dec 29, 2021, 7:24 PM IST

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେଲେ ବିଜେପି ବିଧାୟକ ଦଳ । ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷତ କରି ଏନେଇ ଦାବି ପତ୍ର ଦେଇଛନ୍ତି ବିଧାୟକ ଦଳ । ଅଧିକ ପଢନ୍ତୁ

OBC  Reservation
OBC Reservation

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେଲେ ବିଜେପି ବିଧାୟକ ଦଳ । ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷତ କରି ଏନେଇ ଦାବି ପତ୍ର ଦେଇଛନ୍ତି ବିଧାୟକ ଦଳ ।

ବିଧାୟକ ଦଳ ଦାବି କରିଛନ୍ତି ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣକୁ ସୁନିଶ୍ଚିତ କରି ପଞ୍ଚାୟତ ନିର୍ବାଚନ କରାଯାଉ । ଏଥିପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିଧାୟକ ମାନେ ।

OBC Reservation: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

ବିଧାୟକ ମାନେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇ କହିଛନ୍ତି ସରକାର ଯେଉଁ ନୂତନ ସଂରକ୍ଷଣ ଚିଠା ତାଳିକା ପ୍ରସ୍ତୁତ କରିଛନ୍ତି, ସେଥିରେ ପଛୁଆବର୍ଗଙ୍କୁ ବାଦ ଦେଇଛନ୍ତି । ରାଜ୍ୟରେ ମୋଟ 52 ପ୍ରତିଶତ ପଛୁଆବର୍ଗର ଲୋକ ବସବାସ କରୁଛନ୍ତି । ଯଦି ତାଙ୍କୁ ବାଦ ଦେଇ ନିର୍ବାଚନ କରାଯାଏ, ଏହା ଉଚ୍ଚିତ ହେବ ନାହିଁ । ଓବିସି ବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାର ମିଳିବ ନାହିଁ । ତେଣୁ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ । ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଇ ନିର୍ବାଚନ କରାଯାଉ ବୋଲି ବିଜେପି ବିଧାୟକ ମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.