ETV Bharat / city

ଓମିକ୍ରନ ଚିହ୍ନିବ ଓମିସିୟୋର, ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଆସିବ କିଟ୍

author img

By

Published : Jan 11, 2022, 12:07 PM IST

ସହଜରେ ଠାବ ହେବ ଓମିକ୍ରନ ଭାରିଆଣ୍ଟ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାକୁ ଆସିବ ଓମିକ୍ରନ ଟେଷ୍ଟ କିଟ୍ ଓମିସିୟୋର । ଅଧିକ ପଢନ୍ତୁ

ଓମିକ୍ରନ ଚିହ୍ନିବ ଓମିସିୟୋର, ଦେଶର ପ୍ରଥମ ରାଜ୍ୟର ଭାବେ ଓଡିଶା ଆସିବ କିଟ୍

ଭୁବନେଶ୍ବର: ଓଡିଶାରେ ୧୦୦ ପାର୍ କରିଛି ଓମିକ୍ରନ ମାମଲା । ବର୍ଦ୍ଧିତ ସଂକ୍ରମଣ ସହ ନୂଆ ଭାରିଆଣ୍ଟ ଏବେ ଚିନ୍ତା ବଢାଇଛି । ବିଶେଷକରି ଜିନୋମ୍ ସିକ୍ବେନ୍ସିଂ ପାଇଁ ଆକ୍ରାନ୍ତଙ୍କ ସାମ୍ପୂଲ ପଠାଯିବା ଯୋଗୁଁ ଓମିକ୍ରନ ଭୂତାଣୁ ଚିହ୍ନଟକରଣ ପ୍ରକ୍ରିୟା ବିଳମ୍ବ ହେଉଛି । ହେଲେ ଏଣିକି କମ୍ ସମୟରେ ଚିହ୍ନଟ ହୋଇପାରିବ ଏହି ନୂଆ ଭାରିଆଣ୍ଟ । ଓମିସିୟୋର(omisure) ଆରଟି-ପିସିଆର କିଟ୍ ମାଧ୍ୟମରେ ଏହି ଭୂତାଣୁକୁ ସିଧାସଳଖ ଠାବ କରାଯିବ । ଓଡିଶାକୁ ଏହି କିଟ୍ ଯୋଗାଣ ପାଇଁ ଟାଟାକୁ ଅର୍ଡର(odisha orders tata for omisure kit) ଦିଆଯାଇଛି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଓମିସିୟୋର(omisure) ଏକ RT-PCR ଟେଷ୍ଟ । ଜିନୋମ୍ ସିକ୍ବେନ୍ସିଂ ବିନା ଓମିକ୍ରନକୁ ସିଧାସଳଖ ଚିହ୍ନଟ କରିବାକୁ ଏହି କିଟ୍ ପ୍ରସ୍ତୁତ କରାଯାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଏହି ଓମିସିୟୋର ଟେଷ୍ଟ କିଟ୍ ଆଣିବ । ଆବଶ୍ୟକତା ଠାରୁ ଅଧିକ କିଟ୍ ଆଣିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟାଟାକୁ ଅର୍ଡର ଦିଆଯାଇଥିବା ବେଳେ ଟାଟା ଏମଡି(Tata MD) ମଧ୍ୟ ଏହି ଅର୍ଡର ଗ୍ରହଣ କରିଛନ୍ତି । ଏହା ଖୁବଶୀଘ୍ର ରାଜ୍ୟକୁ ଆସିବ । ଯଦ୍ବାରା ଟେଷ୍ଟିଂ ବଢିବ । ଏବେସୁଦ୍ଧା ଓଡିଶାରେ ୧୦୩ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.