ETV Bharat / city

କୋରୋନା କାଳରେ ରାଜ୍ୟରେ 1 ଲକ୍ଷ କୋଟି ଟଙ୍କା ନିବେଶ - investment in odisha

COVID-19 ମହାମାରୀ ସମୟରେ ବିଭିନ୍ନ ସେକ୍ଟରରେ ଓଡିଶାରେ 1 ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଅଧିକ ପଢନ୍ତୁ..

କୋରୋନା କାଳରେ ରାଜ୍ୟରେ 1 ଲକ୍ଷ କୋଟି ଟଙ୍କା ନିବେଶ

author img

By

Published : Dec 12, 2020, 10:54 PM IST

ଭୁବନେଶ୍ବର: କୋରୋନା ସଙ୍କଟ କାଳରେ ମଧ୍ୟ ନିବେଶକଙ୍କୁ ଆକୃଷ୍ଟ କରିପାରିଛି ଓଡିଶା । COVID-19 ମହାମାରୀ ସମୟରେ ବିଭିନ୍ନ ସେକ୍ଟରରେ ରାଜ୍ୟ 1 ଲକ୍ଷ କୋଟି ଟଙ୍କାର ନିବେଶ ସୃଷ୍ଟି କରିଛି । ଶନିବାର ଉଦ୍ୟୋଗ ସଙ୍ଗଠନ FICCI ପକ୍ଷରୁ ଆୟୋଜିତ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋରୋନା କାଳରେ ରାଜ୍ୟରେ 1 ଲକ୍ଷ କୋଟି ଟଙ୍କା ନିବେଶ
କୋରୋନା କାଳରେ ରାଜ୍ୟରେ 1 ଲକ୍ଷ କୋଟି ଟଙ୍କା ନିବେଶ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ପୂର୍ବ ଭାରତର ଏକ ଉତ୍ପାଦନ ହବ ଭାବରେ ଦ୍ରୁତ ଗତିରେ ଉଭା ହେଉଛି । ଏଥିସହ ବିଭିନ୍ନ ସେକ୍ଟରରେ ଶିଳ୍ପ ଏବଂ ପୁଞ୍ଜି ନିବେଶ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ନେଇଥିବା ଅନେକ ପଦକ୍ଷେପ ତାଲିକାଭୁକ୍ତ କରିଛନ୍ତି ।

ବର୍ଷ ବର୍ଷ ଧରି ଓଡିଶା ଶିଳ୍ପର ଗନ୍ତବ୍ୟସ୍ଥଳ ଭାବରେ ମାନ୍ୟତା ପାଇଛି । 2019 ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ପୁଞ୍ଜି ନିବେଶକୁ ଦୃଷ୍ଟିରେ ରଖି ଓଡିଶା ଏକ ନମ୍ବର ସ୍ଥାନରେ ରହିଛି ଏବଂ ଏହି ସ୍ଥିତିକୁ ବଜାୟ ରଖିବାକୁ ପ୍ରସ୍ତୁତ ଅଛି ବୋଲି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.