ETV Bharat / city

ଆସନ୍ତା 6 ମାସରେ ବିଧାନସଭା ହେବ ଇ-ବିଧାନ - ଇ-ବିଧାନ ଆପ୍ଲିକେସନ

ବିଧାୟକ ଧରିବେ ଲାପଟପ । ସ୍ବତନ୍ତ୍ର ଆପ ମାଧ୍ୟମରେ ପଚାରିବେ ପ୍ରଶ୍ନ । ଖୁବଶୀଘ୍ର ବିଧାନସଭା ହେବ ଇ-ବିଧାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 9, 2019, 11:53 PM IST

ଭୁବନେଶ୍ବର: ରାଜ୍ୟ ବିଧାନସଭା ହେବ ଡିଜିଟାଲ । ଆଉ ଚାଲିବନି ପେପର କାର୍ଯ୍ୟ । ସମସ୍ତ କାର୍ଯ୍ୟକୁ କମ୍ପ୍ୟୁଟରାଇଜ କରାଯିବ । ଗୋଟିଏ କ୍ଲିକରେ ଚାଲିବ ବିଧାନସଭା କାର୍ଯ୍ୟ । ପ୍ରଶ୍ନ ଉତ୍ତର ସହ ସମସ୍ତ ବିଲ, ମିଳିବ ଗୋଟିଏ କ୍ଲିକରେ । ଅଧିବେଶନ ପୂର୍ବରୁ ଆସି ଏଣିକି ଆଉ ବିଧାୟକ ମାନଙ୍କୁ ଦାଖଲ କରିବାକୁ ପଡିବନି ପ୍ରଶ୍ନ । ବିଧାୟକ ମାନେ ଆପ ମାଧ୍ୟମରେ ଦାଖଲ କରିବେ ଉତ୍ତର । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାର କାର୍ଯ୍ୟକାରିତା ଉପକାରିତାକୁ ଅନୁଧ୍ୟାନ କରି ଫେରିଛି ଗୃହ ବିଧାନସଭା କମିଟି । ପୂର୍ତ୍ତ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଖୁବଶୀଘ୍ର ରିପୋର୍ଟ ଦେବେ । ରିପୋର୍ଟରେ ବିଧାନସଭାରେ ଡିଜାଇନ କିଭଳି ହେବ ସେନେଇ ରିପୋର୍ଟ ଦେବେ । ଆସନ୍ତା 6 ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ । ଏହାସହ ସମସ୍ତ ବିଧାୟକ ମାନଙ୍କୁ ମଧ୍ୟ ଲାପଟପ ସରକାର ଯୋଗାଇଦେବେ । ଏଥିପାଇଁ ବିଧାୟକ ମାନଙ୍କୁ 1ଲକ୍ଷ ଟଙ୍କା ଯୋଗାଇ ଦେବେ । 1ଲକ୍ଷରୁ ଅଧିକ ଦାମରେ ଲାପଟପ କିଣିବାକୁ ଚାହୁଁଥିବା ବିଧାୟକ ମାନେ ଅବଶିଷ୍ଟ ଅର୍ଥ ନିଜେ ଭରଣା କରିବେ । 5ଟି କମ୍ପାନୀର ଲାପଟପ କିଣିବାକୁ ରାଜ୍ୟର ପ୍ରଯୁକ୍ତି ବିଦ୍ୟା ବିଭାଗ ଅନୁମତି ଦେଇଛି ।

ଅନ୍ୟପଟେ ଓଡିଶା ବିଧାନସଭା, ନ୍ୟାସନାଲ ଇ-ବିଧାନ ଆପ୍ଲିକେସନରେ ସାମିଲ ହୋଇଛି । ଯେଉଁଥିରୁ ବିଲ, ଲିଷ୍ଟ ଅଫ ବିଜନେସ, କମିଟି, ସଦସ୍ୟ, ପ୍ରଶ୍ନ-ଉତ୍ତର ଆଦି ବିଷୟରେ ଜାଣିହେବ । ଡିଜିଟାଲ ଯୁଗରେ ଓଡିଶା ବିଧାନସଭାକୁ ପେପରଲେସ କରିବାକୁ ଏହା କରାଯାଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବିଧାୟକଙ୍କୁ ୧ ଲକ୍ଷ ଟଙ୍କା ଯାଏଁ ଲାପଟାପ ବାବଦରେ ଅର୍ଥ ଦିଆଯିବ । ୪୭ ବିଧାୟକ ଦେଲେ ଲାପଟପର ଭାଉଚର । ଅଧିକ ଟଙ୍କା ଦେଇ କିଣିବାକୁ ଚାହୁଁଥିବା ସଭ୍ୟ ନିଜ ପକେଟରୁ ଭରଣା କରିବେ । ୫ଟି ବ୍ରାଣ୍ଡର ଲାପଟପ କିଣିବାକୁ ଆଇଟି ବିଭାଗ ଅନୁମତି ଦେଇଛି । ବିଧାନସଭାର ଇଂଟେରିଅର ଡିଜାଇନ ପାଇଁ ଦୁଇ ଦିନ ଭିତରେ କମିଟି ଦେବ ରିପୋର୍ଟ । Body:ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ।ସେହିଭଳି ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ରହିବ । ଏଥିରେ କମିଟି ବୈଠକର ତାରିଖ ସହ ବିଧାନସଭାର ସମସ୍ତ ତଥ୍ୟ ମିଳିପାରିବ। ଅଧିବେଶନ ପୂର୍ବରୁ ବିଧାନସଭା ଆସି ବିଧାୟକମାନେ ଯେଭଳି ପ୍ରଶ୍ନ ଦାଖଲ କରୁଛନ୍ତି, ତାହା କରିବାକୁ ପଡ଼ିବ ନାହିଁ। ଆପ୍ ମାଧ୍ୟମରେ ପ୍ରଶ୍ନ ପଠାଇବେ ୬ ମାସ ଭିତରେ ନୂଆ ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି । Conclusion:ଅନ୍ୟପଟେ ଓଡ଼ିଶା ବିଧାନସଭା, ନ୍ୟାସନାଲ୍ ଇ-ବିଧାନ ଆପ୍ଲିକେସନରେ ସାମିଲ ହୋଇଛି। ଯେଉଁଥିରୁ ବିଲ୍, ଲିଷ୍ଟ ଅଫ୍ ବିଜନେସ୍, କମିଟି, ସଦସ୍ୟ, ପ୍ରଶ୍ନ-ଉତ୍ତର ଆଦି ବିଷୟରେ ଜାଣିହେବ । ଡିଜିଟାଲ୍ ଯୁଗରେ ଓଡ଼ିଶା ବିଧାନସଭାକୁ ପେପରଲେସ କରିବାକୁ ଚିନ୍ତା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.