ETV Bharat / city

Odisha Assembly: କିଏ ହେବେ ପ୍ରଥମ ମହିଳା ବାଚସ୍ପତି ? ପ୍ରମିଳା ନା ଉଷା ଦେବୀ - ବିଧାନସଭା ପାଇବ ମହିଳା ବାଚସ୍ପତି

ଆସନ୍ତାକାଲି ପୂର୍ବାହ୍ନ 11.45 ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik) ଙ୍କ ନୂଆ ଟିମ (New cabinet Minister to take oath) । ରାଜଭବନ ଅଭିଷେକ ହଲ କିମ୍ବା ଲୋକସେବା ଭବନ କନଭେନସନ ସେଣ୍ଟରରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଓ ତାଳିକା ଶେଷ ହୋଇଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Odisha Assembly
Odisha Assembly
author img

By

Published : Jun 4, 2022, 5:26 PM IST

Updated : Jun 4, 2022, 6:15 PM IST

ଭୁବନେଶ୍ବର: ଆସନ୍ତାକାଲି ପୂର୍ବାହ୍ନ 11.45 ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ନୂଆ ଟିମ (New cabinet Minister to take oath) । ରାଜଭବନ ଅଭିଷେକ ହଲ କିମ୍ବା ଲୋକସେବା ଭବନ କନଭେନସନ ସେଣ୍ଟରରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଓ ତାଲିକା ଶେଷ ହୋଇଥିବା ଚର୍ଚ୍ଚା ହେଉଛି ।

ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ, ସେ ନବୀନଙ୍କ ଟିମକୁ ଫେରିପାରନ୍ତି । ଏପରି ସ୍ଥଳେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାହାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ପର୍ଯ୍ୟାଲୋଚନା ଓ ଅଙ୍କକଷା ଆରମ୍ଭ ହୋଇଛି । ତେବେ ଯାଜପୁର ବିଞ୍ଝାରପୁର ବିଧାୟିକା ତଥା ବିଜେଡିର ବରିଷ୍ଠ ନେତ୍ରୀ ପୂର୍ବତନ ମନ୍ତ୍ରୀ ବର୍ତ୍ତମାନର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି କରିପାରନ୍ତି ନବୀନ । କାରଣ ରାଜନୀତିରେ ଅନୁଭବୀ, ବିଧାନସଭା କାର୍ଯ୍ୟପ୍ରଣାଳୀରେ ଜ୍ଞାନ ଓ ସରକାରଙ୍କ ବିଶ୍ବସ୍ତ ଓ ଜଣେ ମହିଳା ହୋଇଥିବାରୁ ପ୍ରମିଳାଙ୍କୁ ନୂଆ ବାଚସ୍ପତି କରିପାରନ୍ତି ନବୀନ । କାରଣ ବର୍ତ୍ତମାନ ସୁଦ୍ଧା ଓଡିଶା ବିଧାନସଭାର କେହି ଜଣେ ହେଲେ ମହିଳା ବାଚସ୍ପତି ହୋଇନାହାଁନ୍ତି । ଯଦି ଜଣେ ମହିଳାଙ୍କୁ ବାଚସ୍ପତି କରାଯାଏ, ତେବେ ପ୍ରମିଳା ଏହି ଦୌଡରେ ଆଗରେ ରହିଛନ୍ତି ।

ପ୍ରମିଳା ପ୍ରଥମ ଥର ଜନତା ଦଳ ଟିକେଟରୁ 1990 ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ । ପରେ ବିଜେଡି ଗଠନ ପରେ ସେ 2000 ମସିହାରୁ ଲଗାତାର ବିଜେଡି ଟିକେଟରୁ ନିର୍ବାଚିତ ହୋଇ ଆସୁଛନ୍ତି । 1990, 2000, 2004,2009,2014 ଓ 2019 ମୋଟ 6 ଥର ବିଧାୟିକା ହେଲେଣି । ଏହାସହ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କିନ୍ତୁ ଦୁର୍ନୀତି ଅଭିଯୋଗ ଲାଗିବା ପରେ ତାଙ୍କୁ ନବୀନ ମନ୍ତ୍ରୀ ମଣ୍ଡଳରୁ ବାହାର କରିଥିଲେ । ଏହା ସତ୍ବେ ପ୍ରମିଳାଙ୍କ ଗୁରୁତ୍ବ ବିଜେଡିରେ ହ୍ରାସ ପାଇନାହିଁ । ଦଳୀୟ ସଂଗଠନ ସହ, ବିଜେଡି ମହିଳା ମୋର୍ଚ୍ଚା ସଭାପତି ଦାୟିତ୍ବ ନେଇ ସଂଗଠନ ପାଇଁ କାମ କରିଛନ୍ତି । ଏହାସହ ମୁଖପାତ୍ର ଭାବେ ସରକାର ଓ ଦଳକୁ ମଧ୍ୟ ସୁରକ୍ଷା ଦେବାରେ ପ୍ରମିଳା ବଡ ଭୂମିକା ନେଇଛନ୍ତି । ବର୍ତ୍ତମାନ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରୁଥିବା ପ୍ରମିଳା ଯଦି ବାଚସ୍ପତି ହୁଅନ୍ତି ତେବେ ସେ ହେବେ ଓଡିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ।

ସେହିପରି ଚିକିଟି ମହାରାଣୀ ବରିଷ୍ଠ ବିଜେଡି ନେତ୍ରୀ ପୂର୍ବତନ ମନ୍ତ୍ରୀ ତଥା ଚିକିଟିର 6 ଥର ବିଧାୟିକା ଉଷା ଦେବୀ ମଧ୍ୟ ବାଚସ୍ପତି ଦୌଡରେ ଅଛନ୍ତି । ତାଙ୍କର ମଧ୍ୟ ଅନୁଭବକୁ ଆଧାର କରି ତାଙ୍କୁ ବାଚସ୍ପତି କରିପାରନ୍ତି ନବୀନ । ଅନ୍ୟପଟେ ପଶ୍ଚିମ ଓଡିଶା ଅସନ୍ତୋଷ ପ୍ରଶମିତ କରିବା ପାଇଁ ବରଗଡ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମଧ୍ୟ ବାଚସ୍ପତି କରିପାରନ୍ତି ନବୀନ । କାରଣ ସ୍ନେହାଙ୍ଗୀନି ମଧ୍ୟ ନବୀନଙ୍କ ଗୁଡ ବୁକରେ ଅଛନ୍ତି । ଯେଉଁଥିପାଇଁ 2014 ରେ ପ୍ରଥମ ଥର ବିଧାୟିକା ହୋଇଥିବା ସତ୍ବେ ତାଙ୍କୁ ମନ୍ତ୍ରୀ କରିଥିଲେ । ଏହା ସହ ବର୍ତ୍ତମାନ ସ୍ନେହାଙ୍ଗୀନି ବିଜୁ ଜନତା ମହିଳା ମୋର୍ଚ୍ଚାର ସଭାପତି ଅଛନ୍ତି ।

ବର୍ତ୍ତମାନ ନବୀନଙ୍କ ଶାସନ ପଦ୍ଧତି ଆକଳନ କଲେ ଏହା ସ୍ପଷ୍ଟ ଯେ ଏଥର ଜଣେ ମହିଳାଙ୍କୁ ବାଚସ୍ପତି କରିବା ଅଧିକ ସମ୍ଭାବନା ରହିଛି । ଯଦି ଜଣେ ମହିଳାଙ୍କୁ ବାଚସ୍ପତି କରାଯାଏ ଏହି 3 ଜଣ ନେତ୍ରୀଙ୍କ ମଧ୍ୟରୁ ଜଣେ ହେବେ ବାଚସ୍ପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 4, 2022, 6:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.