ETV Bharat / city

ବିଧାନସଭା ବଜେଟ ଅଧିବେଶନ: ଆଜି ପୁଣି ଉଠିବ ଜଗନ୍ନାଥଙ୍କ ୟେସ୍‌ ବ୍ୟାଙ୍କ ଆକାଉଣ୍ଟ ପ୍ରସଙ୍ଗ

author img

By

Published : Mar 12, 2020, 9:42 AM IST

ଆଜି ବିଧାନସଭାରେ ପୁଣି ଜଗନ୍ନାଥଙ୍କ ଟଙ୍କା ଓ ୟେସ୍‌ ବ୍ୟାଙ୍କ ଆକାଉଣ୍ଟରେ ଜମା ପ୍ରସଙ୍ଗ ଉଠିବ। ଗତକାଲି ଏହି ପ୍ରସଙ୍ଗ ଗୋଟିଏ ଦିନ ଧୋଇ ନେଇଥିଲା ।

odisha assembly budget session
ବିଧାନସଭା ବଜେଟ ଅଧିବେଶନ; ଆଜି ପୁଣି ଉଠିବ ଜଗନ୍ନାଥଙ୍କ ୟେସ୍‌ ବ୍ୟାଙ୍କ ଆକାଉଣ୍ଟ ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭାରେ ପୁଣି ଜଗନ୍ନାଥଙ୍କ ଟଙ୍କା ଓ ୟେସ୍‌ ବ୍ୟାଙ୍କ ଆକାଉଣ୍ଟରେ ଜମା ପ୍ରସଙ୍ଗ ଉଠିବ। ଗତକାଲି ଏହି ପ୍ରସଙ୍ଗ ଗୋଟିଏ ଦିନ ଧୋଇ ନେଇଥିଲା। ବିରୋଧୀ କଂଗ୍ରେସ ଏକା ଜିଦରେ ରହିଥିଲା। ସବୁ ଆଲୋଚନା ବନ୍ଦ କରି ଜଗନ୍ନାଥଙ୍କ ପ୍ରସଙ୍ଗ ଆଲୋଚନା ହେଉ ବୋଲି କଂଗ୍ରେସ ଦାବି କରିଥିଲା ।

ଏପରିକି ବିଜେପି ଦେଇଥିବା ମୁଲତବୀ ନୋଟିସ ମଧ୍ୟ ଆଲୋଚନା ହୋଇପାରିନଥିଲା। ଆଜି ଏହି ମୁଲତବୀ ଆଲୋଚନା ହେବ। ତେବେ କଂଗ୍ରେସର ଆଭିମୁଖ୍ୟ ଉପରେ ସବୁ ନିର୍ଭର କରିବ। ସେହିଭଳି ବଜେଟ ଉପରେ ବିଭାଗୱାରୀ ଆଲୋଚନା ପାଇଁ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଗୃହରେ ଉପସ୍ଥାପନ ହୋଇସାରିଛି। ତା ଉପରେ ଆଜିଠୁ ଆଲୋଚନା ଆରମ୍ଭ ହେବ।

ଏହାରି ଭିତରେ ବିରୋଧୀ କେତେ ଦୂର ସହଯୋଗ କରିବେ ଆଉ ବାଚସ୍ପତି କିପରି ଗୃହ ପରିଚାଳନା କରିବେ ତା ଉପରେ ସବୁ ନିର୍ଭର କରୁଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.