ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ଏକ । ବିଜେପି ଓ କଂଗ୍ରେସ ଏକାଠି ହୋଇ ସରକାରୀ ଦଳକୁ ଅଡୁଆରେ ପକାଇଛନ୍ତି । ଗୃହ ସ୍ବାଭାବିକ ହୋଇପାରିନି ।
ଗତକାଲି ଭଳି ଆଜି ମଧ୍ୟ ଆରମ୍ଭରୁ ହୋହଲ୍ଲା ଓ ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ 11 ଟା 30 ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏହି ପ୍ରସଙ୍ଗରେ ଆଲୋଚନା କରାଯାଉ ବୋଲି ବିରୋଧୀ ଜିଦ ଧରିବା ସହିତ ମନ୍ତ୍ରୀ ସ୍ପଷ୍ଟ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ