ETV Bharat / city

ରାଜଧାନୀ ଏକ୍ସପ୍ରେସରେ ଝଲସିବ ଓଡ଼ିଶା ଐତିହ୍ୟ ସଂସ୍କୃତିର ଝଲକ - ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ

ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ଶୋଭା ପାଇବ ରାଜଧାନୀ ଏକ୍ସପ୍ରେସ । ଏହାଦ୍ବାରା ଓଡ଼ିଶା ପର୍ଯ୍ୟଟନସ୍ଥଳୀ ଓ ମନ୍ଦିରମାଳିନୀ ଆଦି ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି।

rajdhani express
ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଝଲକ
author img

By

Published : Dec 26, 2019, 2:15 PM IST

ଭୁବନେଶ୍ବର: ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟରେ ଝଲସି ଉଠିବ ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ । ଯାହା ସାରା ଭାରତରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ପର୍ଯ୍ୟଟନର ସମ୍ଭାବ୍ୟ ବିକାଶକୁ ମଧ୍ୟ ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ଡିଜାଇନ କରାଯାଇଛି । ରେଳ ବିଭାଗ ଓ ନାଲୋକର ମିଳିତ ଉଦ୍ୟମରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ଶୋଭା ପାଇବ ରାଜଧାନୀ ଏକ୍ସପ୍ରେସ । ଏହାଦ୍ବାରା ଓଡ଼ିଶା ପର୍ଯ୍ୟଟନସ୍ଥଳୀ ଓ ମନ୍ଦିରମାଳିନୀ ଆଦି ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଏମିତିକି ପୂର୍ବରୁ ମଧ୍ୟ ଏକ ତୀର୍ଥ ଟ୍ରେନରେ ଓଡ଼ିଶାର ସଂସ୍କୃତିକୁ ଉପସ୍ଥାପନ କରାଯାଇଥିଲା। ଏପରି ଭବିଷ୍ୟତରେ ମଧ୍ୟ ଅନ୍ୟ ଏକ୍ସପ୍ରେସ ଗୁଡିକରେ କରାଯିବ ବୋଲି କୁହାଯାଉଛି ।

ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଝଲକ

ପ୍ରତ୍ୟେକ ବଗିରେ ଓଡ଼ିଶାର ମନ୍ଦିର, ସଂସ୍କୃତି ଓ ବନ୍ୟପ୍ରାଣୀ ଆଦିକୁ ଉପସ୍ଥାପନା କରାଯାଇଛି। ଏହାଛଡା ଓଡ଼ିଶାର ଏକ ପଟ୍ଟଚିତ୍ରକୁ ମଧ୍ୟ ଟ୍ରେନରେ ସ୍ଥାନ ମିଳିଛି।ଯେତେବେଳେ ଟ୍ରେନଟି ଅନ୍ୟ ଷ୍ଟେସନମାନଙ୍କ ଦେଇ ଗତି କରିବ ଲୋକମାନେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ଜାଣିପାରିବେ।

ଏହା ସାଧାରଣତଃ 3 ଟି ଥିମରେ ଆଧାରିତ ହୋଇଛି। ଓଡ଼ିଶାର ବିଭିନ୍ନ ନାଚଗୀତ, ଐତିହ୍ୟ ଓ ବନ୍ୟପ୍ରାଣୀଙ୍କୁ ରଖାଯାଇଛି। ଏହାକୁ ଅନେକ ଯାତ୍ରୀ ପସନ୍ଦ କରୁଥିବାବେଳେ ଆଗାମୀ ଦିନରେ ଅନ୍ୟ ସମସ୍ତ ଏକ୍ସପ୍ରେସ ଟ୍ରେନ ଗୁଡିକରେ ମଧ୍ୟ ଏଭଳି ଓଡ଼ିଶାର ସଂସ୍କୃତି ଐତିହ୍ୟକୁ ଉପସ୍ଥାପନା କରାଯିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:
ରାଜଧାନୀ ଏକ୍ସପ୍ରେସ ଟ୍ରେନ ରେ ଓଡ଼ିଶା ର ଐତିହ୍ୟ ସଂସ୍କୃତି ର ଝଲକ।

ଭୁବନେଶ୍ୱର-ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନାଲକୋ ଦ୍ୱାରା ବ୍ରାଣ୍ଡିଙ୍ଗର ଉଦ୍ଘାଟନ କରାଯାଇଛି । ଏହା ଦ୍ବାରା ଓଡ଼ିଶାର ସଂସ୍କୃତିକୁ ବିଭିନ୍ନ ରାଜ୍ୟରେ ପ୍ରକାଶିତ କରିହେବ। ଏପରି ଭବିଷ୍ୟତରେ ଅନ୍ୟ ଏକ୍ସପ୍ରେସ ଟ୍ରେନ ଗୁଡିକରେ କରାଯିବ ।

Body:

ଯାହା ସାରା ଭାରତରେ ଓଡ଼ିଶାର ସଂସ୍କୃତିକୁ ବେଶ ପରିବେଷଣ କରିହେବ। ଏହା ଦ୍ବାରା ଓଡ଼ିଶା ପର୍ଯ୍ୟଟନ ସ୍ଥଳୀ ଓ ମନ୍ଦିର ମାଳିନୀ ଆଦି ଜନସାଧାରଣଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରାଯାଉଛି। ଏମିତିକି ପୂର୍ବରୁ ମଧ୍ୟ ଏକ ତୀର୍ଥ ଟ୍ରେନ ରେ ଓଡ଼ିଶାର ସଂସ୍କୃତିକୁ ଉପସ୍ଥାପନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଭାରତର ଏକ ପ୍ରମୁଖ ଟ୍ରେନ ରାଜଧାନୀ ଏକ୍ସପ୍ରେସ ରେ ଓଡ଼ିଶାର ଐତିହ୍ୟ କୁ ଉପସ୍ଥାପନା କରାଯାଇଛି।
ଏହି ଟ୍ରେନ ଟି ଭୁବନେଶ୍ଵରର ରୁ ନୂଆ ଦିଲ୍ଲୀ ଯାତ୍ରା କରିବ। ଯାହା ସମ୍ପୂର୍ଣ ରୂପେ ଶୀତତାପ ନିୟନ୍ତ୍ରଣ ରେ ରହିଛି। ପ୍ରତ୍ୟେକ ବଗିରେ ଓଡ଼ିଶାର ମନ୍ଦିର, ଓଡ଼ିଶାର ସଂସ୍କୃତି ଓ ଓଡ଼ିଶାର ବନ୍ୟପ୍ରାଣୀ ଆଦି କୁ ଉପସ୍ଥାପନା କରାଯାଇଛି। ଏହା ଛଡା ଓଡ଼ିଶାର ଏକ ପଟ ଚିତ୍ରକୁ ମଧ୍ୟ ଟ୍ରେନ ରେ ରଖାଯାଇଛି।

ରେଳବାଇ ବିଭାଗ ଓ ନାଲୋକ୍ ର ମିଳିତ ଉଦ୍ୟମରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ଟ୍ରେନ ଟି ଯେଉଁ ଷ୍ଟେସନ ଦେଇ ଗତି କରିବ ସମସ୍ତ ରାଜ୍ୟର ଲୋକମାନେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ କୁ ଜାଣିପାରିବେ। ଏହା ସାଧାରଣତଃ 3 ଟି ଥିମ୍ ରେ ଆଧାରିତ ହୋଇଛି। ଓଡ଼ିଶାର ବିଭିନ୍ନ ନାଚ ଗୀତ, ଐତିହ୍ୟ , ବନ୍ୟପ୍ରାଣୀ ଙ୍କୁ ରଖାଯାଇଛି। ଅନେକ ଯାତ୍ରୀ ଏହାକୁ ପସନ୍ଦ କରୁଛନ୍ତି, ଓ ଅନ୍ୟ ରାଜ୍ୟର ଯାତ୍ରୀ ପସନ୍ଦ କରୁଥିବା ବେଳେ ଆଗାମୀ ଦିନରେ ଅନ୍ୟ ସମସ୍ତ ଏକ୍ସପ୍ରେସ ଟ୍ରେନ ଗୁଡିକରେ ମଧ୍ୟ ଏଭଳି ଓଡ଼ିଶାର ସଂସ୍କୃତି ଐତିହ୍ୟ କୁ ଉପସ୍ଥାପନା କରାଯିବ।

Byte- ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ।
Byte- ଅଜୟ ବେହେରା, ପ୍ରମୁଖ ବାଣିଜ୍ୟ ପ୍ରବନ୍ଧକ।ପୂର୍ବତଟ ରେଳବାଇ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.