ଭୁବନେଶ୍ବର: ନିହାର ନମନ ଫିଲ୍ମ ବ୍ୟାନରେରେ ନିର୍ମିତ ହୋଇଥିବା ଓଡ଼ିଆ ଭାଷାର ସବୁଠୁ ବ୍ୟୟ ବହୁଳ ସର୍ଟ ମୁଭି 'ଜାନିୟା' ରିଲିଜ ହୋଇଛି । ଆଜି(ରିବିବାର) ସ୍ଥାନୀୟ ଏକ ହୋଟେଲ ପରିସରରେ ଫିଲ୍ମଟି ରିଲିଜ ହୋଇଛି । ଫିଲ୍ମରେ ମଣ୍ଟୁଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିଥିବାବେଳେ ନାୟିକା ଭୂମିକାରେ ନଜର ଆସିଛନ୍ତି ପୁନମ ।
ଏହି ସର୍ଟ ମୁଭିରେ ନୂଆକରି ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି ଅଭିନେତା କେକେ । ଏହାର କାହାଣୀ ପୁପୁନ ଲେଖି ଥିବାବେଳେ ମୁଖ୍ୟ ଚରିତ୍ରରେ ଅଭିନେତା ମଣ୍ଟୁ ଓ ଅଭିନେତ୍ରୀ ପୁନମଙ୍କୁ ଦେଖିବାକୁ ମିଳିଛି ଏବଂ ଗୀତ ଲେଖିଛନ୍ତି ନିର୍ମଳ ନାୟକ । ସେହିପରି ସଙ୍ଗୀତ ନିର୍ଦ୍ଦେଶନା ସୁଶୀଲ ଦଳାଇ ଦେଇ ଥିବାବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଦୀପ୍ତିରେଖା ପାଢ଼ୀ । ତେବେ ଦର୍ଶକ ଏହି ସର୍ଟ ମୁଭିକୁ ୟୁଟ୍ୟୁବ ମାଧ୍ୟମରେ ଦେଖିପାରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ