ETV Bharat / city

ପଞ୍ଜାବ ରିଆଲିଟି ଶୋ’ରେ ଓଡ଼ିଆ ପୁଅ, କରୁଛନ୍ତି ବଲିଉଡ କଳାକାରଙ୍କ ଅବିକଳ ନକଲ - ଅନିକେତ ମିଶ୍ର

ବୟସ ମାତ୍ର ୧୧ ବର୍ଷ । କିନ୍ତୁ ତାଙ୍କ ମିମିକ୍ରି ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ । ସେ ଶାହାରୁଖ ଖାନ ହୁଅନ୍ତୁ କି ନାନା ପାଟେକର, ସଭିଙ୍କ ଅବିକଳ ମିମିକ୍ରି କରିପାରୁଛନ୍ତି ପୁରୀ ସତ୍ୟବାଦୀ ବୀରରାମଚନ୍ଦ୍ରପୁରର ଏହି କୁନି କଳାକାର ଅନିକେତ । ଅଧିକ ପଢନ୍ତୁ...

ପଞ୍ଜାବ ରିଆଲିଟି ଶୋରେ ଓଡ଼ିଶା ପୁଅ ଅନିକେତ, କରୁଛନ୍ତି ବଲିଉଡ କଳାକାରଙ୍କ ଅବିକଳ ନକଲ

author img

By

Published : Aug 5, 2021, 7:41 PM IST

Updated : Aug 12, 2021, 7:53 PM IST

ଭୁବନେଶ୍ବର: ବୟସ ମାତ୍ର ୧୧ ବର୍ଷ । କିନ୍ତୁ ତାଙ୍କ ମିମିକ୍ରି ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ । ସେ ଶାହାରୁଖ ଖାନ ହୁଅନ୍ତୁ କି ନାନା ପାଟେକର, ସଭିଙ୍କ ଅବିକଳ ମିମିକ୍ରି କରିପାରୁଛନ୍ତି ପୁରୀ ସତ୍ୟବାଦୀ ବୀରରାମଚନ୍ଦ୍ରପୁରର ଏହି କୁନି କଳାକାର ଅନିକେତ । ଯାହାକି ତାଙ୍କୁ ଆଜି ପହଞ୍ଚାଇଛି ଜାତୀୟସ୍ତରରେ । ପଞ୍ଜାବ ରିଆଲିଟି ଶୋରେ ‘କିସମେ କିତନା ହେ ଦମ’ରେ ସେ ଜଲୱା ଦେଖାଇ ଓଡିଶାକୁ କରିଛନ୍ତି ଗର୍ବିତ । ଅନଲାଇନ ଅଡିସନ ମାଧ୍ୟମରେ ସେ ଏହି ଶୋ'ରେ ପ୍ରବେଶ କରି ବର୍ତ୍ତମାନ ହୋଇଛନ୍ତି ଫାଇନାଲିଷ୍ଟ ।

ପଞ୍ଜାବ ରିଆଲିଟି ଶୋ’ରେ ଓଡ଼ିଆ ପୁଅ, କରୁଛନ୍ତି ବଲିଉଡ କଳାକାରଙ୍କ ଅବିକଳ ନକଲ

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ଗାଁର ପୁଅ ହେଉଛନ୍ତି ଅନିକେତ ମିଶ୍ର। ବଲିଓଡ଼ ଷ୍ଟାରମାନଙ୍କ ମିମିକ୍ରି କରି ବେଶ ସୁନାମ ଅର୍ଜନ କରିଛନ୍ତି ସେ । ଅନଲାଇନ ଅଡିସନ ମାଧ୍ୟମରେ ସେ ଏହି ରିଆଲିଟି ଶୋରେ ପ୍ରବେଶ କରିଥିଲେ । ଆଉ ମିମିକ୍ରି ବର୍ଗରେ ନିଜର ପାରଦର୍ଶିତା ଦେଖାଇ ସେ ବିଭିନ୍ନ ରାଉଣ୍ଡ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି । ନାନା ପାଟେକରଙ୍କଠୁ ଆରମ୍ଭ କରି ସୁପରଷ୍ଟାର ଶାହରୁଖଙ୍କ ସମେତ ଅନେକ ବଲିଓଡ଼ ଅଭିନେତାଙ୍କ ନକଲ ବା ମିମିକ୍ରି କରିପାରୁଛନ୍ତି ଅନିକେତ । ଏମିତି ମିମିକ୍ରି ପାଇଁ ଖାଲି ପ୍ରଶଂସିତ ନୁହନ୍ତି ଏଥିପାଇଁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଜିତିଛନ୍ତି ସେ । କିଛି ଶୋରେ ସେ ପ୍ରଥମ ମଧ୍ୟ ହୋଇଛନ୍ତି । ଅନିକେତ ବର୍ତ୍ତମାନ ୟୁନିଟ ୧ ମଦର ପବ୍ଲିକ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି ।

ବାପା ଜାନକୀ ବଲ୍ଲଭ ମିଶ୍ର ଓ ମା' ନନ୍ଦିତା ଆଚାର୍ଯ୍ୟ ପୁଅର ପ୍ରତିଭାର ସ୍ବତନ୍ତ୍ର ପାଇଁ ସର୍ବଦା ସହଯୋଗ କରିଥାନ୍ତି । ଯାହା ଅନିକେତଙ୍କୁ ଆଗକୁ ବଢାଇବାରେ ଯୋଗାଇଛି ସହାୟତା । ଯାହାକୁ ପାଥେୟ କରି ସେ ସଫଳତାର ପାହାଚ ଚଢ଼ୁଥିବା ବେଳେ ନିଜ ପ୍ରତିଭା ଓ ଦୃଢ ଇଚ୍ଛା ଶକ୍ତିକୁ ନେଇ ଆଗକୁ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି । ଖାଲି ମିମିକ୍ରି ବା ଅଭିନୟ ନୁହେଁ ସେ ଗଳ୍ପ କବିତା ଲେଖିବା ସହ ନିଜ ଅଭିନୟ ପାଇଁ ନିଜେ ସ୍କ୍ରିପ୍ଟ ମଧ୍ୟ ଲେଖନ୍ତି ।

ଅନ୍ୟପଟେ ଲକଡାଉନ ସମୟରେ ପରିବାର ଲୋକ ଏହି ମିମିକ୍ରି ପ୍ରତିଭା ଜାଣିବାକୁ ପାଇଥିଲେ ବୋଲି କୁହନ୍ତି ଅନିକେତଙ୍କ ମାଆ । ପ୍ରଥମେ ପୁଅର ଏହି ମିମିକ୍ରିକୁ ନେଇ ବିରକ୍ତିଭାବ ପ୍ରକାଶ କରୁଥିବା ବାପାମାଆ ଆଜି ଖୁବ ଖୁସି ବୋଲି କହିଛନ୍ତି । ଏହି କ୍ଷେତ୍ରରେ ସଫଳତା ସହିତ ରାଜ୍ୟର ପ୍ରତିଭାକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏହି କୁନି କଳାକାର । ଓଡିଆ ପିଲା ମଧ୍ୟ କାହାଠୁ କିଛି କମ ନୁହନ୍ତି ବୋଲି ଅନିକେତ ଆଗକୁ ପ୍ରମାଣ କରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Aug 12, 2021, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.