ETV Bharat / city

ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା: ଓଡ଼ିଆ ଝିଅ ଶ୍ରଦ୍ଧା ସୁମନଙ୍କୁ ସ୍ବର୍ଣ୍ଣ ପଦକ

author img

By

Published : Jun 15, 2022, 3:21 PM IST

ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କଲେ ଓଡ଼ିଆ ଝିଅ ଶ୍ରଦ୍ଧା ସୁମନ ସାହୁ । ଅଧିକ ପଢ଼ନ୍ତୁ

ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶ୍ରଦ୍ଧା ସୁମନଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର: ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କଲେ ଓଡ଼ିଆ ଝିଅ ଶ୍ରଦ୍ଧା ସୁମନ ସାହୁ । ମହାରାଷ୍ଟ୍ରର ନାସିକ ସ୍ପୋର୍ଟ୍ସ ଡିଭିଜନ ସେଣ୍ଟରରେ ଜୁନ୍‌ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବାଳିକା ବିଭାଗର ୫୯ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଶ୍ରଦ୍ଧା ସୁମନ ସାହୁ ।

ଏହି କ୍ରମରେ ସେ ବୁଲଗେରିଆରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ କ୍ୟାଡେଟ ଟାଏକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ଶ୍ରଦ୍ଧା ସୁମନ । ଏହି ପ୍ରତିଯୋଗିତାରେ ରାଜ୍ୟ ୨୫ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ କେବଳ ଶ୍ରଦ୍ଧା ପଦକ ହାତେଇବାକୁ ସକ୍ଷମ ହୋଇଛନ୍ତି । ଏହାକୁ ନେଇ ଭାରତ ଟାଇକୋଣ୍ଡୋ ସଭାପତି ଓ ରାଜ୍ୟ ଟାଇକୋଣ୍ଡୋ ସଭାପତି ଶ୍ରଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.