ETV Bharat / city

ରୋଜଗାର ମାୟାଜାଲରେ ସବ୍ୟଙ୍କ ଫଟୋ - ମିଛ ନ୍ୟୁଜ

ମିଛ ବିଜ୍ଞାପନରେ ସବ୍ୟସାଚୀଙ୍କ ଫଟୋ । ଲୋକଙ୍କୁ ଆକର୍ଷଣ କରିବା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଫଟୋ ବ୍ୟବହାର କରି ମିଛ ଚାକିରୀ ଦେଉଥିବା ସଂସ୍ଥା ଫେକ୍‌ ବିଜ୍ଞାପନ ପ୍ରକାଶ କରୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ରୋଜଗାର ମାୟାଜାଲରେ ସବ୍ୟଙ୍କ ଫଟୋ
ରୋଜଗାର ମାୟାଜାଲରେ ସବ୍ୟଙ୍କ ଫଟୋ
author img

By

Published : Feb 2, 2021, 10:56 AM IST

ଭୁବନେଶ୍ବର: ମିଛ ବିଜ୍ଞାପନରେ ସବ୍ୟସାଚୀଙ୍କ ଫଟୋ । ଲୋକଙ୍କୁ ଆକର୍ଷଣ କରିବା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଫୋଟୋ ବ୍ୟବହାର କରି ମିଛ ଚାକିରୀ ଦେଉଥିବା ସଂସ୍ଥା ଫେକ୍‌ ବିଜ୍ଞାପନରେ ଭୂଆଁ ବୁଲାଉଛନ୍ତି ।

sabyasachis-photo-in-a-fake-advertisement
ସବ୍ୟସାଚୀଙ୍କ ଫେସବୁକ ପୋଷ୍ଟ

ଖାଲି ସେତିକି ନୁହେଁ ସରକାରୀ ଲୋଗୋ ଲଗାଇବା ସହ ସବ୍ୟଙ୍କ ଫଟୋ ଲଗାଇ ସହଜ ଉପାୟରେ ପଇସା ରୋଜଗାରର ମଧ୍ୟ ବିଜ୍ଞାପନ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସବ୍ୟସାଚୀ । ଆଉ ତାଙ୍କ ନାଁ ବ୍ୟବହାର କରି ଅପପ୍ରଚାର କରାଯାଉଛି ବୋଲି କହିଛନ୍ତି । ତେଣୁ ତାଙ୍କ ନାଁ କୁ ଚିତ୍ରିତ କରି ଦିଆଯାଉଥିବା ବିଜ୍ଞାପନକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି ।

ମିଛ ବିଜ୍ଞାପନରେ ସବ୍ୟସାଚୀଙ୍କ ଫଟୋ
ମିଛ ବିଜ୍ଞାପନରେ ସବ୍ୟସାଚୀଙ୍କ ଫଟୋ

ଆଉ ଏଭଳି ଆଗକୁ କେମିତି ନ ହେବ ସେନେଇ ସୋସିଆଲ ମିଡିଆ (ଫେସବୁକ) ମାଧ୍ୟମରେ ମିଛ ବିଜ୍ଞାପନକୁ ରୋକିବା ପାଇଁ ଅନୁରୋଧ କରିଛନ୍ତି । ଦୟାକରି ମୋ ଫଟୋକୁ ଜନତାଙ୍କୁ ବୋକା ବନେଇବାକୁ ବ୍ୟବହାର କରନ୍ତୁ ନାହିଁ ଲେଖିଛନ୍ତି । ଆଉ ଫ୍ୟାନ୍ସମାନଙ୍କୁ ତାଙ୍କ ପୋଷ୍ଟ ସେୟାର କରି ସମସ୍ତଙ୍କୁ ସଚେତନ କରିବାକୁ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.