ଭୁବନେଶ୍ବର: ଓଏସ ସ୍ତରରେ ବଡ ଅଦଳବଦଳ । ପ୍ରାୟ 21 ଜଣ ବରିଷ୍ଠ ଅଧିକାରୀ ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କନ୍ଧମାଳର ଉପ-ଜିଲ୍ଲାପାଳ ସୁଚାରୁ କୁମାର ବାଲଙ୍କୁ ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟରେ ସ୍ପେଶାଲ ଭୂମି ଅଧିଗ୍ରହଣ ଅଧିକାରୀ ଭାବରେ ନିଯୁକ୍ତ କରାଗଲା । ଛେଣ୍ଡିପଦାର ପୂର୍ବତନ ବିଡିଓ ରୋମାଞ୍ଚଲ ଖମାରୀଙ୍କୁ ବ୍ରହ୍ମପୁର ମୁନିସିପାଲଟି କର୍ପୋରେସନର ଡେପୁଟି କମିସନର ଭାବରେ ନିଯୁକ୍ତ କରାଯାଇଛି ।
ଅନ୍ୟପକ୍ଷେ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଭାବରେ ନିଯୁ୍କ୍ତ ହେଲେ ଭୁବନେଶ୍ବର ବିଡିଓ ଶାନ୍ତନୁ କୁମାର ମହାନ୍ତି । ସେହିପରି ଚମ୍ପୁଆ ଉପ ଜିଲ୍ଲପାଳ ଭାବରେ ନୟାଗଡର ଆରଟିଓ ଅଧିକାରୀ ପ୍ରତାପ ପ୍ରିତିମାୟା ନିଯୁକ୍ତ ହୋଇଛନ୍ତି । ଏପରି 21 ଜଣ ବରିଷ୍ଠ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । କୃଷି, ଅନୁସୂଚିତ ଜାତି ଓ ଜନଜାତି ଆଦି ବିଭାଗର ମଧ୍ୟ ଅଧିକାରୀଙ୍କୁ ବଦଳି କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ