ETV Bharat / city

ଏଣିକି ଘରେ ବସି ପୈଠ କରିପାରିବେ ଟିକସ, ଅନଲାଇନରେ ମିଳିବ ସବୁ ସୁବିଧା - ଭୁବନେଶ୍ବର ବିଏମସି ଖବର

ଏଣିକି ଘରେ ବସି ପୈଠ କରିପାରିବେ ଟିକସ । ଆଉ ବିଏମସି ଅଫିସ ସମ୍ମୁଖରେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ିବନି। ଅଧିକ ପଢ଼ନ୍ତୁ

ଏଣିକି ଘରେ ବସି ପୈଠ କରିପାରିବେ ଟିକସ, ଅନଲାଇନ ମାଧ୍ୟମରେ ମିଳିବ ସବୁ ସୁବିଧା

author img

By

Published : Sep 11, 2022, 8:07 AM IST

ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଏଣିକି ଘରେ ବସି ପୈଠ କରିପାରିବେ ଟିକସ । ଆଉ ବିଏମସି ଅଫିସ ସମ୍ମୁଖରେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ିବନି । ରାଜ୍ୟ ତଥା ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଲୋକ ଅନ୍-ଲାଇନରେ ହୋଲଡିଂ ଟ୍ୟାକ୍ସ ଦେବାସହ ଟ୍ରେଡ୍ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ଏହାକୁ ରିନ୍ୟୁ ମଧ୍ୟ କରି ପାରିବେ ଆପଣ ।

ଏଣିକି ଘରେ ବସି ପୈଠ କରିପାରିବେ ଟିକସ, ଅନଲାଇନ ମାଧ୍ୟମରେ ମିଳିବ ସବୁ ସୁବିଧା

କାରଣ ବିଏଏମସିର ଏବେ ଏସବୁ ଆପଣ ଅନଲାଇନ ମାଧ୍ୟମରେ କରିପାରିବେ । ଆଗରୁ ଉଭୟ ଅଫ ଓ ଅନ୍-ଲାଇନରେ ଟିକସ ପୈଠ ହେଉଥିଲା । ହେଲେ ଏବେ ଟିକସରେ ସ୍ୱଚ୍ଛତାକୁ ନେଇ ସମ୍ପୂର୍ଣ ଅନଲାଇନ କରଯାଇଛି । ଏନେଇ ଭୁବନେଶ୍ୱର ଡଟ.ମି ଆପ୍ ମାଧ୍ୟମରେ ଆପଣ ସମସ୍ତ ଟିକସ ପୈଠ କରିପାରିବେ। ବିଶେଷ କରି ହୋଲଡିଂ ଟାକ୍ସ, ଟ୍ରେଡ଼ ଲାଇସେନ୍ସ ଆବେଦନ ଓ ଅନ୍ୟାନ୍ୟ ଟାକ୍ସ ଅନଲାଇନରେ ଦେଇପାରିବେ ।

ଅଧିକରୁ ଅଧିକ ଲୋକ କିପରି ଅନଲାଇନରେ ଟ୍ୟାକ୍ସ ଦେଇପାରିବେ ସେଥିପାଇଁ ବିଏମସି ପକ୍ଷରୁ ସଚେତନ କରାଯାଉଛି । ୫ଟି ଆଧାରରେ ଏହି ସେବା ହେଉଥିବାରୁ ଅନଲାଇନ ସେବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାସହ ଯେଉଁମାନଙ୍କ ପାଖରେ ଅନଲାଇନର ସୁବିଧା ନଥିବା ସେଠାରେ ଟିକସ ଆଦାୟ କାରୀଙ୍କୁ POS ମେସିନ ଦିଆଯିବ । ଆଉ ଏହି ମେସିନ ମାଧ୍ୟମରେ ବିଭିନ୍ନ ସର୍ଭିସ ପାଇ ପାରିବେ ।

ଖାଲି ସେତିକିକ ନୁହେଁ ଟିକସ ସମ୍ପର୍କୀୟ ସମସ୍ତ ତଥ୍ୟ ମଧ୍ୟ ଏହି ଆପ୍ ରେ ରହିବ । ତେଣୁ ଯେଉଁମାନେ ବଡବଡ ଟିକସ ଖିଲାପକାରୀ ରହିଛନ୍ତି ଏଠାରେ ସେମାନଙ୍କ ନାମ ବି ଦେଖାଇବ । ଅନ୍ୟପଟେ ସହରର ଅଳିଆ ବିଭିନ୍ନ ସ୍ଥାନରେ ପଡି ରହୁଥିବା ବେଳେ ଏ ସମ୍ପର୍କିତ ଖବର ବିଏମସିକୁ ଦେଇ ସହରର ସ୍ୱଚ୍ଛତାକୁ ବଜାଇ ରଖିବା ପାଇଁ ରାଜଧାନୀବାସୀ ସଫା ଆପ୍ ମାଧ୍ୟମରେ ନିଜର ଅଭିଯୋଗ ଜଣାଇବେ ।

ଏହି ଆପ୍ ଖୁବଶୀଘ୍ର ଆରମ୍ଭ ହେବ ବୋଲି ବିଏମସି କାର୍ଯ୍ୟାଳୟରେ ହେଉଥିବା ବୈଠକରେ କହିଛନ୍ତି ଭୁବନେଶ୍ୱର ମେୟର । କାର୍ଯ୍ୟକ୍ରମରେ ମେୟର କମିଶନର ଓ ଡେପୁଟି ମେୟରଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହା ମାଧ୍ୟମରେ ଆପଣ ନୂଆ ଲାଇସେନ୍ସ ପାଇ ପାରିବେ। ତେବେ ଅଫ ଲାଇନ ମୋଡରେ ରୋକ ଲଗାଇବା ଏହି କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହାଦ୍ବାରା ଜଣେ ଲୋକେ ଘରେ ବସି ସୁବିଧାରେ ସମସ୍ତ ଟିକସ ପୈଠ କରିପାରିବ । ତେବେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନାରୁ ପ୍ରକାଶ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.