ETV Bharat / city

ବିଧାନସଭାରେ ସଂକଳ୍ପ ପାରିତ, ରାଜ୍ୟ ସରକାର ଚିହ୍ନଟ କରିବେ ପଛୁଆବର୍ଗ - State govt calculate obc

ରାଜ୍ୟ ସରକାର ସ୍ବତନ୍ତ୍ର ଭାବରେ ପଛୁଆବର୍ଗଙ୍କୁ ଚିହ୍ନଟ କରିବେ । ଏଥିପାଇଁ ଏକ ଅଲଗା ଜନଗଣନା ହେବ । ସୋମବାର ଏ ସଂକ୍ରାନ୍ତୀୟ ବିଲ ବିଧାନସଭାରେ ପାରିତ ହୋଇଛି । ଅଧିକ ପଢନ୍ତୁ...

Now the state government itself will calculate the OBC
ବିଧାନସଭାରେ ସଂକଳ୍ପ ପାରିତ, ରାଜ୍ୟ ସରକାର ନିଜସ୍ବ ଚିହ୍ନଟ କରିବେ ପଛୁଆବର୍ଗ
author img

By

Published : Feb 17, 2020, 9:25 PM IST

ଭୁବନେଶ୍ବର: ରାଜ୍ୟ ସରକାର ସ୍ବତନ୍ତ୍ର ଭାବରେ ପଛୁଆବର୍ଗଙ୍କୁ ଚିହ୍ନଟ କରିବେ । ଏନେଇ ଏକ ଅଲଗା ଜନଗଣନା ହେବ । ସୋମବାର ଏ ସଂକ୍ରାନ୍ତୀୟ ବିଲ ବିଧାନସଭାରେ ପାରିତ ହୋଇଛି । ଓଡିଶା ରାଜ୍ୟ ପଛୁଆବର୍ଗ କମିଶନ ସଂଶୋଧନ ବିଲ-2020 ଗୃହରେ ପାରିତ ହୋଇଛି । ଏହାସହିତ ଏକ ସଂକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଆଗତ କରିଥିଲେ ।

ବିଧାନସଭାରେ ସଂକଳ୍ପ ପାରିତ, ରାଜ୍ୟ ସରକାର ନିଜସ୍ବ ଚିହ୍ନଟ କରିବେ ପଛୁଆବର୍ଗ

1931 ମସିହାରୁ ପଛୁଆବର୍ଗ ଜନଗଣନା ହୋଇନାହିଁ । ଏବେ ଯେଉଁ ତଥ୍ୟ ଅଛି, ତାହା 90 ବର୍ଷ ପୁରୁଣା । ପଛୁଆବର୍ଗ ପାଇଁ କୌଣସି ତଥ୍ୟ ନାହିଁ । ତେଣୁ 100 ବର୍ଷର ପୁରୁଣା ତଥ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରି ହେବନାହିଁ । ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁସାରେ ପଛୁଆବର୍ଗଙ୍କ ଗଣନା କରାଯିବ ବୋଲି ରାଜନାଥ ସିଂ କହିଥିଲେ । ହେଲେ କେନ୍ଦ୍ର ସରକାର ଏହାକୁ ସାମିଲ କଲେ ନାହିଁ । ପରେ ଏନେଇ କେନ୍ଦ୍ରକୁ ଅବଗତ କରାଯାଇଥିଲା । ଆମ ସାଂସଦ ଏହାକୁ ସଂସଦରେ ମଧ୍ୟ ଉଠାଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନିକଟରେ ରାଜ୍ୟ ସରକାର ଏକ କମିଶନ ଗଠନ କରିଥିଲେ । ଏଣିକି ଓଡିଶା ସରକାର ପଛୁଆବର୍ଗ ଚିହ୍ନଟ କରିବେ । ଏନେଇ ସଂକଳ୍ପ ପାରିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏପଟେ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାଏକ । ସେ କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ପଛୁଆବର୍ଗଙ୍କ ବିଷୟରେ ସବିଶେଷ ତଥ୍ୟ ସାମ୍ନାକୁ ଆସିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.