ETV Bharat / city

ଦେଶରେ ସ୍ଥିତି ଗମ୍ଭୀର, କେବଳ ଭାଷଣ ଦେଉଛନ୍ତି ମୋଦି: ସୁର - ସୁର ରାଉତରାୟ

ଅକ୍ସିଜେନ ଅଭାବକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ । କହିଲେ ଭାଷଣରେ ମାତିଛନ୍ତି ମୋଦି । ଅଧିକ ପଢନ୍ତୁ...

ଦେଶରେ ସ୍ଥିତି ଗମ୍ଭୀର ଥିବାବେଳେ କେବଳ ଭାଷଣ ଦେଉଛନ୍ତି ମୋଦି : ସୁର

author img

By

Published : Apr 21, 2021, 8:33 PM IST

ଭୁବନେଶ୍ବର: ଅକ୍ସିଜେନ ଅଭାବକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ । ସୁର କହିଛନ୍ତି ଦିଲ୍ଲୀରେ 11 ଜଣ ଓଡିଆ ଅକ୍ସିଜେନ ଅଭାବରେ ପ୍ରାଣ ହରାଇଛନ୍ତି ।ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଡାକ୍ତର ଇଞ୍ଜିନିୟର ମଧ୍ୟ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଛନ୍ତି । ସାରା ଦେଶରେ ସ୍ଥିତି ଗମ୍ଭୀର ରହିଥିବାବେଳେ ମୋଦି ସରକାର କେବଳ ଭାଷଣରେ ମାତିଛନ୍ତି କହି ସମାଲୋଚନା କରିଛନ୍ତି ସୁର ।

ଦେଶରେ ସ୍ଥିତି ଗମ୍ଭୀର ଥିବାବେଳେ କେବଳ ଭାଷଣ ଦେଉଛନ୍ତି ମୋଦି : ସୁର

ମୋଦି ସରକାର ପ୍ରଥମେ ସମସ୍ତଙ୍କୁ ଅକ୍ସିଜେନ ଯୋଗାଇବାକୁ ବ୍ୟବସ୍ଥା କରନ୍ତୁ ଓ ପରେ ଭାଷଣ ଦିଅନ୍ତୁ ବୋଲି କହି ସୁର କଟାକ୍ଷ କରିଛନ୍ତି । ଓଡ଼ିଶାକୁ ସାଢେ ୩ କୋଟି ଟିକା ଦରକାର ହେଉଥିବାବେଳେ କେନ୍ଦ୍ର ମାତ୍ର ୩ ଲକ୍ଷ ଟିକା ଦେଇଥିବା ମଧ୍ୟ ସୁର ଅଭିଯୋଗ କରିଛନ୍ତି । ସେହିପରି ଓଡିଶାରେ ଆବଶ୍ୟକ ପରିମାଣର ଟିକା ଓ ଅକ୍ସିଜେନ ମଧ୍ୟ ମହଜୁଦ ରହିବା ଆବଶ୍ୟକ । ଏବେ ସାରା ଦେଶରେ ବେଡ୍, ଅକସିଜେନ ଓ ମେଡିସିନ ଅଭାବ ଦେଖାଦେଇଛି । ରାଜ୍ୟ ସରକାର ମଧ୍ୟ ତୁରନ୍ତ ଅକସିଜେନ ଓ ମେଡିସିନ ମହଜୁଦ ରଖନ୍ତୁ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.