ETV Bharat / city

ରାଜଧାନୀ ଏକ୍ସପ୍ରେସରେ କ୍ୟାଟେରିଂ ସେବା ଏବେ ଇଛାଧିନ - ରାଜଧାନୀ ଏକ୍ସପ୍ରେସ

ରାଜଧାନୀ ଏକ୍ସପ୍ରେସରେ ଯାତ୍ରା ସମୟରେ ଏବେ କ୍ୟାଟେରିଂ ସେବାକୁ ଇଚ୍ଛାଧୀନ କରାଯାଇଛି । ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ପାଇଁ କ୍ରୟ କରୁଥିବା ଟିକେଟରେ କ୍ୟାଟେରିଂ ସେବାକୁ ଇଚ୍ଛାଧୀନ ଭାବେ ବାଛିପାରିବେ ।

ଫାଇଲ ଫଟୋ
author img

By

Published : Aug 30, 2019, 9:08 PM IST

Updated : Aug 30, 2019, 9:58 PM IST

ଭୁବନେଶ୍ବର: ରାଜଧାନୀ ଏକ୍ସପ୍ରେସରେ ଯାତ୍ରା ସମୟରେ ଏବେ କ୍ୟାଟେରିଂ ସେବାକୁ ଇଚ୍ଛାଧୀନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି I ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଂ ସେବାକୁ ଯାତ୍ରୀମାନେ ଇଚ୍ଛାଧୀନ ଭାବେ ବାଛିପାରିବେ I

ପୁରୀ-ହାୱଡ଼ା ଶତାବ୍ଦୀ ଏବଂ ଭୁବନେଶ୍ବର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ ଏହି କ୍ୟାଟେରିଂ ସେବାକୁ ଇଚ୍ଛାଧୀନ ଭାବେ ପ୍ରଚଳନ କରାଯାଇଛି I ଗୁରୁତ୍ବପୂର୍ଣ୍ଣ ଟ୍ରେନ ଯଥା ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରେନ ମାନଙ୍କରେ କ୍ୟାଟେରିଂ ସେବାକୁ ଯାତ୍ରୀ ମାନଙ୍କ ପାଇଁ ଇଚ୍ଛାଧୀନ ଭାବେ ବାଛିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏଥିପାଇଁ ଯାତ୍ରୀମାନେ ଟିକେଟ ବୁକ୍‌ କରିବା ସମୟରେ କ୍ୟାଟେରିଂ ସେବା ପାଇଁ ସେମାନଙ୍କର ପସନ୍ଦ ଦର୍ଶାଇବେ I ଥରେ ପସନ୍ଦ ଦର୍ଶାଯିବା ପରେ ଏହି ଅଭିରୁଚିକୁ ଆଉ ବଦଳାଇ ପାରିବେନାହିଁ I

ଏହି ଇଚ୍ଛାଧୀନ କ୍ୟାଟେରିଙ୍ଗ ସେବା ସୁବିଧା ନିମ୍ନ ପ୍ରଦତ୍ତକୁ ସୂଚିତ କରୁଛି :-

  • ଟ୍ରେନ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କର ନିଜ ଖାଦ୍ୟ ବ୍ୟବହାର କରିବେ ।
  • ଟ୍ରେନ ଟିକେଟ ଦେୟରେ କ୍ୟାଟେରିଂ ଦେୟକୁ ମିଶାଯିବ ନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 30, 2019, 9:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.