ETV Bharat / city

ଆସିଲା ନଭେମ୍ବର ଗାଇଡଲାଇନ, ୧ ଡିସେମ୍ବର ଯାଏଁ ବଳବତ୍ତର - ନଭେମ୍ବର କୋଭିଡ ଗାଇଡଲାଇନ

ଆସିଲା ନଭେମ୍ବର ମାସର କୋଭିଡ ଗାଇଡଲାଇନ। ନଭେମ୍ବର ମାସ ପାଇଁ ରାଜ୍ୟର କୋଭିଡ ଗାଇଡଲାଇନ ଜାରି କଲେ SRC। ନଭେମ୍ବର ୧ ରୁ ଡିସେମ୍ବର ୧ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡଲାଇନ। ଅଧିକ ପଢନ୍ତୁ...

ଆସିଲା ନଭେମ୍ବର ମାସର କୋଭିଡ ଗାଇଡଲାଇନ
ଆସିଲା ନଭେମ୍ବର ମାସର କୋଭିଡ ଗାଇଡଲାଇନ
author img

By

Published : Oct 31, 2021, 8:28 PM IST

ଭୁବନେଶ୍ବର: ନଭେମ୍ବର ମାସ ପାଇଁ ରାଜ୍ୟର କୋଭିଡ ଗାଇଡଲାଇନ ଜାରି କଲେ SRC। ନଭେମ୍ବର ୧ ରୁ ଡିସେମ୍ବର ୧ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡଲାଇନ। ମାସେ ଧରି ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ। ପ୍ରତିଦିନ ରାତି ୧୦ରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ନାଇଟ କର୍ଫ୍ୟୁ।

ନାଇଟ କର୍ଫ୍ୟୁରେ ଅତିରିକ୍ତ କଟକଣା ଲଗାଇ ପାରିବେ ଜିଲ୍ଲାପାଳ ଓ କମିଶନର। ସମଗ୍ର ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ କଟକଣା କୋହଳ। ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲିପାରିବ ଦୋକାନ ଓ ମଲ୍‌। ସେହିଭଳି ରାଜ୍ୟରେ ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ବି ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ ଗାଇଡଲାଇନ୍‌ର ଅନୁପାଳନ କରାଯିବ। ରାଜ୍ୟରେ ବାଣ ବିକ୍ରି ଓ ବ୍ୟବହାର ନେଇ ଆସିବ ଅଲଗା ଗାଇଡ୍‌ଲାଇନ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.