ETV Bharat / city

‘କାହାର ରାଜନୈତିକ ଭବିଷ୍ୟତରେ କେହି ରୋକ ଲଗାଇ ପାରିବେ ନାହିଁ’

କାହାର ରାଜନୈତିକ ଭବିଷ୍ୟତରେ କେହି ରୋକ ଲଗାଇ ପାରିବେ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 26, 2019, 10:11 PM IST

ଭୁବନେଶ୍ବର: ପାଟକୁରା ପରାଜୟ ପରେ ବିଜେପିର ତୁଙ୍ଗ ନେତା ବିଜୟ ମହାପାତ୍ର ପରାଜୟର ସମୀକ୍ଷା କରୁଛନ୍ତି । କେଉଁଠି ରହିଲା ଭୁଲ ତାର ତର୍ଜମା କରୁଛନ୍ତି ସେ । ବିଜେପିର ଏହି ତୁଙ୍ଗ ନେତା ପରାଜୟକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ସତ ହେଲେ ହତୋତ୍ସାହିତ ହୋଇନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପାଟକୁରା ନିର୍ବାଚନର ଫଳାଫଳ ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ବିଜୟ ପ୍ରକାଶ କରିଛନ୍ତି । ସେଠାରେ ନିର୍ବାଚନ ପ୍ରଚାର ବେଳେ ଯାହା ଲୋକଙ୍କ ମନୋଭାବ ଥିଲା ଫଳାଫଳ ତାହା ହେଲାନାହିଁ । ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀକୁ ଶାସକ ଦଳ ଘେରାବନ୍ଦୀ କରି ରଖିଥିଲେ ବୋଲି ବିଜୟ କହିଛନ୍ତି । ସରକାରୀ କଳ ବଳ ଲଗାଇ ଜିତିଲେ କେତେଦୂର ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହ ୨୨ଟି ପଞ୍ଚାୟତର ଫଳାଫଳକୁ ନେଇ ସନ୍ଦେହ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ବିଜୟ ନିଜ ପରାଜୟ ପରେ ଦଳୀୟ ସହଯୋଗ କମିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ପ୍ରଭାରୀ ଓ କେନ୍ଦ୍ର ନେତା ମାନେ ପ୍ରଚାର କରଥିବା ବେଳେ ଦଳ ପ୍ରଚାରରେ ପୂର୍ଣ୍ଣ ସହଯୋଗ କରିଥିବା କହିଛନ୍ତି । ଏହା ସହ ତାଙ୍କର ରାଜନୈତିକ ଜୀବନର ଅବସାନ ନେଇ ହେଉଥିବା ଚର୍ଚ୍ଚା ଉପରେ ବିଜୟ କହିଛନ୍ତି ଯେ, କାହାର ରାଜନୈତିକ ଭବିଷ୍ୟତରେ କେହି ରୋକ ଲଗାଇ ପାରିବେ ନାହିଁ, ମୁଁ କେତେବେଳେ ପଛକୁ ଚାହେଁ ନାହିଁ । ଯେଉଁମାନେ ଏଭଳି କହିଛନ୍ତି ସେମାନଙ୍କ ଅହଂକାର ଓ ଅହମିକାରେ ରହିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ପାଟକୁରାରେ ତାଙ୍କୁ ଭୋଟ ଦେଇଥିବା ଭୋଟର ମାନଙ୍କ ପାଇଁ କାମ କରିବେ ଓ ଓଡ଼ିଶାର ସ୍ଵାର୍ଥ ପାଇଁ ଲଢିବେ ବୋଲି ବିଜୟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ତିନି ରଥର ଭଙ୍ଗା କାର୍ଯ୍ୟ ଆରମ୍ଭBody:ପରମ୍ପରା ଅନୁଯାୟୀ ଆଜି ଠାରୁ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନ ର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକ ମାନେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମେ ମା ସୁଭଦ୍ରାଙ୍କ ଦେବଦଳନ ରଥର କଲସରୁ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟ ଭୋଇ ସର୍ଦାର ଙ୍କ ନିର୍ଦେସ ରେ 5 ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ଭଙ୍ଗା କାର୍ଯ୍ୟ କରିଥାନ୍ତି। ଏଥିରେ ସମୁଦାୟ 20 ଜଣ ଭୋଇ ସେବକମାନେ ଲାଗି 12 ଦିନ ଭିତରେ ତିନି ରଥ କୁ ଭାଙ୍ଗି ଥାନ୍ତି। ପ୍ରଥମେ ଦେବଦଳନ, ପରେ ତାଳ ଧ୍ୱଜ , ଶେଷରେ ନନ୍ଦି ଘୋଷ ରଥ ଭଙ୍ଗା ଯିବାର ନିୟମ ରହିଛି। ଭକ୍ତ ମାନେ ରଥ କାଠ ସଂଗ୍ରହ କରି ଘରେ ରଖି ଥାନ୍ତି। ବିଶ୍ୱାସ ରହିଛି ରଥ କାଠ ଘରେ ରଖିଲେ ସବୁ ଦୁଃଖ ଦୂର ହୁଏ। ରଥ ର ଚକ , ପ୍ରଭା , ଦ୍ୱାର ବେଢ଼ା, କଣ ଗୁଜ ଆଦି କୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ କରାଯାଏ। ଅନ୍ୟ ଟୁକୁରା କାଠ କୁ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତି ନେଇ ଜାଳେଣି ଭାବେ ବ୍ୟବହାର ହୁଏ।

ବାଇଟ ,, ରବି ଭୋଇ ,, ଭୋଇ ସର୍ଦାରConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.